ଦଳରୁ ତଡି ପାରନ୍ତି ରାହୁଲ, କଂଗ୍ରେସ ଶିବିରରେ ଆଲୋଡନ
ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି । ନିର୍ବାଚନ ପୂର୍ବରୁ ପିସିସି ସଭାପତି ଓ ତାଙ୍କ ଟିମ୍ ଏବଂ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମୁହାଁମୁହିଁ ସ୍ଥିତିକୁ ଚାଲିଆସିଛନ୍ତି । ଦଳ ଭିତରେ ଏକ ଘରକିଆ ହୋଇଯିବା ପରେ ଆଜି ଶ୍ରୀ ଜେନା ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ନେତୃତ୍ୱ ଉପରେ ଚାପ ସୃଷ୍ଟି କରିଛନ୍ତି । ଦଳର କାର୍ଯ୍ୟକାରୀ କମିଟି ଓ ନିର୍ବାଚନ କମିଟିରୁ ସେ ଇସ୍ତଫା ଦେଇଛନ୍ତି । ଏ ସଂପର୍କରେ ସେ ଦଳର ମୁଖିଆ ରାହୁଲ ଗାନ୍ଧୀଙ୍କୁ ଜଣାଇଛନ୍ତି । ପୂର୍ବରୁ ରାହୁଲ ତାଙ୍କୁ ଦଳର ଇସ୍ତାହାର କମିଟିର ମୁଖିଆ ପଦରୁ ବିଦା କରିଥିଲେ ।
ଶ୍ରୀ ଜେନାଙ୍କ ଇସ୍ତଫାକୁ କେନ୍ଦ୍ରୀୟ ନେତୃତ୍ୱ ଗ୍ରହଣ କଲେ କି ନାହିଁ ତାହା ଜଣାପଡିନାହିଁ । କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶ୍ରୀକାନ୍ତଙ୍କ ସପକ୍ଷରେ କେନ୍ଦ୍ରୀୟ ନେତୃତ୍ୱ ଆଉ ନାହାନ୍ତି । ବିଶେଷକରି ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆଙ୍କ କ୍ଷେତ୍ରରେ ତାଙ୍କର ଭୂମିକା, କଂଗ୍ରେସ ବିଧାୟକ ଦଳରେ ଫାଟ ସୃଷ୍ଟି କରିବା ଭଳି ସାଂଘାତିକ ଅଭିଯୋଗ ତାଙ୍କ ନାମରେ ଲାଗିଥିଲା ।
ଏଣୁ ଦଳରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ନେତୃତ୍ୱ ଶ୍ରୀକାନ୍ତଙ୍କୁ ପ୍ରଥମେ ଇସ୍ତାହାର କମିଟିରୁ ବିଦା କରିଥିଲେ । ଏହାପରେ ମଧ୍ୟ ଶ୍ରୀକାନ୍ତ ନରମି ନ ଯାଇ ରାହୁଲଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ପରୋକ୍ଷରେ ବିଷୋଦଗାର କରିଥିଲେ । ନିଜେ ଠିକ୍, ଆଉ ସମସ୍ତେ ଭୁଲ ଏକଥା ପ୍ରମାଣିତ କରିବା ଲାଗି ସେ ନିର୍ବାଚନ ପୂର୍ବରୁ ଆଉ ଏକ ବୁଥ ବାµ ବସାଇ ଭୋଟ ଗ୍ରହଣ କରିବେ ବୋଲି ଧମକ ଦେଇଥିଲେ । କଂଗ୍ରେସ ରାଜ୍ୟରେ ବିପଜ୍ଜନକ ସ୍ଥିତିରେ ଥିବା ବେଳେ ଶ୍ରୀକାନ୍ତଙ୍କ ଏଭଳି ଉଦ୍ୟମ ରାଜ୍ୟରେ ଦଳକୁ ଆହୁରି ତଳକୁ ଟାଣି ନେଉଥିବା ଧରିନେଇ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଦଳରୁ ବିଦା କରିବା ଲାଗି ଯୋଜନା ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଶ୍ରୀକାନ୍ତ ସବୁ କମିଟିରୁ ଇସ୍ତଫା ଦେଇ ଏ ରାସ୍ତାକୁ ଆହୁରି ସୁଗମ କରିଦେଇଛନ୍ତି ଓ ସେ ନିଜେ ଦଳ ଛାଡି ଚାଲିଯିବା ଲାଗି ଏକ ପ୍ରକାର ବାଟ ଖୋଲିଥିବା କୁହାଯାଉଛି ।
ପ୍ରମୁଖ ଖବର
ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ