ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ମଧ୍ୟରେ ଅବପାତ

0

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟର୍ପ ରେଖା ଆଜି ଲଘୁଚାପ ରୂପ ନେଇଛି । ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତ ରୂପ ନେଇପାରେ । ଏହାର ପରବର୍ତୀ ୨୪ ଘଣ୍ଟାରେ ଭୀଷଣ ଅବପାତ ରୂପ ନେବା ଆଶଙ୍କାକୁ ଟାଳି ହେବ ନାହିଁ । ପାଣିପାଗବିତ୍‍ମାନେ ଆଜି ଏଭଳି ପୂର୍ବାନୁମାନ କରିଛନ୍ତି । ତେବେ ଏହି କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୫ ତାରିଖ ବେଳକୁ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ ।
ଏହାର ପ୍ରଭାବରେ ୧୩ ତାରିଖକୁ ଓଡ଼ିଶାର ଆକାଶ ମେଘୁଆ ହେବ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ । ଏଥିସହିତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ ।
ଅନ୍ୟପକ୍ଷରେ ଆସନ୍ତା ୪୮ ଘଣ୍ଟା ଯାଏ ଶୀତର ପ୍ରଭାବ ଅଧିକ ରହିବ । ୧୩ ତାରିଖରୁ ଶୀତର ପ୍ରଭାବ କମିପାରେ । ୧୮ ତାରିଖରେ ପୁଣି ଥରେ ଶୀତ ବଢିବ । ଚଳିତବର୍ଷର ସର୍ବାଧିକ ଥଣ୍ଡା ୧୮ ତାରିଖ ପରେ ହିଁ ଅନୁଭୂତ ହେବ ।

Leave A Reply

Your email address will not be published.