ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ପାଗଳ କଲାଣି ଉରିର ଯୋଶ

0

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅବସରପ୍ରାପ୍ତ ସେନାଧିକାରୀଙ୍କ ସହିତ ଉରି ଚଳଚ୍ଚିତ୍ର ଦେଖିଛନ୍ତି । ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ଏବେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଛି । ବେଙ୍ଗୁଲୁରୁର ସେଣ୍ଟ୍ରାଲ ସ୍ପିରିଟ୍‍ ମଲ୍‍ରେ ଚଳଚ୍ଚିତ୍ର ଦେଖିବା ପରେ ସେ ସେନାର ଭୂୟଶୀ ପ୍ରଶଂସା କରିଥିଲେ ଓ ନିଜ ଟ୍ୱିଟର ପେଜରେ ମଧ୍ୟ ଫଟୋ ପକାଇଥିଲେ । ଉରିରେ ଭାରତର ୧୭ ଜଣ ସେନାଙ୍କୁ ହତ୍ୟା ପରେ ୨୦୧୬ରେ ପାକିସ୍ତାନରେ ଲଞ୍ଚ ପ୍ୟାଡରେ ସର୍ଜିକାଲ ଷ୍ଟା୍ରଇକ କରିଥିଲେ । ଏହାକୁ ଆଧାର କରି ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଏଥିରେ ସେନାର ଯୋଶ ସଂପର୍କରେ ଥିବା ବେଶ ଲୋକପ୍ରିୟତା ହାସଲ କରିଛି, ଯାହା ମନ୍ତ୍ରୀଙ୍କୁ ମଧ୍ୟ ପ୍ରଭାବିତ କରିଥିବା ତାଙ୍କ ଟ୍ୱିଟ୍‍ରୁ ସୂଚନା ମିଳୁଛି ।

Leave A Reply

Your email address will not be published.