୩ ଥରରୁ ଅଧିକ ବିଶୃଙ୍ଖଳା କଲେ ମର୍ଯ୍ୟଦା ହରାଇବେ ସେବକ
ଭୁବନେଶ୍ୱର: ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ସଂସ୍କାର କରିବା ପୂର୍ବରୁ ରାଜ୍ୟ ସରକାର ବିଳମ୍ୱରେ ହେଲେ ବି ଆଜି ସଂସ୍କାରର ଛାଟ ମାରିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ନିଷ୍ପତ୍ତି ନେଇଛନ୍ତି, ଯେ କୌଣସି ସେବକ ୩ଥର ବିଶୃଙ୍ଖଳା କଲେ, ସେ ସେବକ ମର୍ଯ୍ୟାଦା ହରାଇବେ । ଅର୍ଥାତ୍ ମହାପ୍ରଭୁଙ୍କର ସେବା ଆଉ କରିପାରିବେ ନାହିଁ । ଅର୍ଥାତ୍ ଶାଢୀ ବାନ୍ଧି ଯେଉଁ ସ୍ୱୀକୃତୀ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସେବା ପାଇଁ ଅନୁମତି ଦେଇଥିଲା, ତାହାକୁ ପ୍ରତ୍ୟାହାର କରି ନେବ ।
ଉଲ୍ଲେଖଯୋଗ୍ୟ, ହାତ ଗଣତି ସେବକଙ୍କ ମନମାନି ଯୋଗୁଁ, ପୁରୀ ଶ୍ରୀମନ୍ଦିର ଭୁଲ କାରଣ ପାଇଁ ଚର୍ଚ୍ଚାକୁ ଆସୁଛି । କେତେବେଳେ ମହାପ୍ରଭୁଙ୍କ ନୀତି ବନ୍ଦ ହେଲାଣି, ସେ ଅନିଦ୍ରା, ଅଖିଆ ରହିଲେଣି ତ ଆଉ କେତେବେଳେ ଭକ୍ତଙ୍କ ସହ ମୁହାଁମୁହିିଁ ପରିସ୍ଥିତି । ଏସବୁକୁ ଘଟଣାକୁ ନେଇ ଏବେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଶୃଙ୍ଖଳା ପ୍ରସଙ୍ଗ ବିଚାର ପ୍ରକ୍ରିୟା ଭିତରେ ରହିଛି । ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ ଓହରିଯିବା ପରେ ସରକାର ପୁଣି ଜଣେ ଅାମିକସକ୍ୟୁରି ନିଯୁକ୍ତି ଦେଇଛନ୍ତି । ସେ ଯେ କୌଣସି ଦିନ ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିପାରନ୍ତି ।
ପ୍ରମୁଖ ଖବର
ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ