୩ ଥରରୁ ଅଧିକ ବିଶୃଙ୍ଖଳା କଲେ ମର୍ଯ୍ୟଦା ହରାଇବେ ସେବକ
ଭୁବନେଶ୍ୱର: ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ସଂସ୍କାର କରିବା ପୂର୍ବରୁ ରାଜ୍ୟ ସରକାର ବିଳମ୍ୱରେ ହେଲେ ବି ଆଜି ସଂସ୍କାରର ଛାଟ ମାରିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ନିଷ୍ପତ୍ତି ନେଇଛନ୍ତି, ଯେ କୌଣସି ସେବକ ୩ଥର ବିଶୃଙ୍ଖଳା କଲେ, ସେ ସେବକ ମର୍ଯ୍ୟାଦା ହରାଇବେ । ଅର୍ଥାତ୍ ମହାପ୍ରଭୁଙ୍କର ସେବା ଆଉ କରିପାରିବେ ନାହିଁ । ଅର୍ଥାତ୍ ଶାଢୀ ବାନ୍ଧି ଯେଉଁ ସ୍ୱୀକୃତୀ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସେବା ପାଇଁ ଅନୁମତି ଦେଇଥିଲା, ତାହାକୁ ପ୍ରତ୍ୟାହାର କରି ନେବ ।
ଉଲ୍ଲେଖଯୋଗ୍ୟ, ହାତ ଗଣତି ସେବକଙ୍କ ମନମାନି ଯୋଗୁଁ, ପୁରୀ ଶ୍ରୀମନ୍ଦିର ଭୁଲ କାରଣ ପାଇଁ ଚର୍ଚ୍ଚାକୁ ଆସୁଛି । କେତେବେଳେ ମହାପ୍ରଭୁଙ୍କ ନୀତି ବନ୍ଦ ହେଲାଣି, ସେ ଅନିଦ୍ରା, ଅଖିଆ ରହିଲେଣି ତ ଆଉ କେତେବେଳେ ଭକ୍ତଙ୍କ ସହ ମୁହାଁମୁହିିଁ ପରିସ୍ଥିତି । ଏସବୁକୁ ଘଟଣାକୁ ନେଇ ଏବେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଶୃଙ୍ଖଳା ପ୍ରସଙ୍ଗ ବିଚାର ପ୍ରକ୍ରିୟା ଭିତରେ ରହିଛି । ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ ଓହରିଯିବା ପରେ ସରକାର ପୁଣି ଜଣେ ଅାମିକସକ୍ୟୁରି ନିଯୁକ୍ତି ଦେଇଛନ୍ତି । ସେ ଯେ କୌଣସି ଦିନ ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିପାରନ୍ତି ।
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ