ଭୁବନେଶ୍ୱର: ବିଜେଡିରୁ ବିଦା ହେବା ବେଳେ ବୈଜୟନ୍ତଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଅଣାଯାଇଥିଲା । ସେତେବେଳେ ଦଳ ପକ୍ଷରୁ କୁହାଯାଇଥିଲା ଯେ ସେ ଅର୍ଥ ସଂକ୍ରାନ୍ତ ସ୍ଥାୟୀ କମିଟି ଅଧ୍ୟକ୍ଷ ହେବାକୁ ଚାହୁଁଥିଲେ । ନ କରାଯିବା କାରଣରୁ ବିରୋଧୀ ହୋଇଛନ୍ତି । ବିଜେଡିର ଏହି ଅଭିଯୋଗ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ, ତାହା ସାଧାରଣରେ ସେତେଟା ଗ୍ରହଣୀୟତା ଲାଭ କରିନଥିଲା ।
ଶୁକ୍ରବାର କିନ୍ତୁ ବିଜେଡି ଏହି ପ୍ରସଙ୍ଗ ଉଠାଇ ପୁଣି ଥରେ ବୈଜୟନ୍ତଙ୍କୁ ଘେରିଛି, ଯେତେବେଳେ କି ସେ ଆୟକର ଜାଲରେ ଫସିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବୈଜୟନ୍ତ, ତାଙ୍କ ପତ୍ନୀ ଜଗି ଓ ଅନ୍ୟ ଜଣେ ସହଯୋଗୀଙ୍କ ନାମରେ ସାଂଘାତିକ ଅଭିଯୋଗ ଉଠିଛି । ସେମାନେ କଳା ଧନକୁ ଧଳା କରିବା ଲାଗି ଚେଷ୍ଟା କରିଛନ୍ତି ଓ ଟିକସ ଫାଙ୍କିଛନ୍ତି । ଏ ସଂକ୍ରାନ୍ତରେ ହୋଇଥିବା ଅଭିଯୋଗକୁ ଆୟକର ବିଭାଗ ଜାନୁଆରି ମାସରେ ଗ୍ରହଣ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏହି ଖବର ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଆଜି ବିଜେଡି କହିଛି, ଶ୍ରୀ ପଣ୍ଡା ଜଣେ ବ୍ୟବସାୟୀ । ନିଜର ବ୍ୟବସାୟକୁ ଆଗକୁ ନେବା ଲାଗି ସେ ରାଜନୀତିକୁ ବ୍ୟବହାର କରିଆସିଛନ୍ତି । ଏହାମାଧ୍ୟମରେ ସେ ନିଜର ବେଆଇନ କାରବାରକୁ ସୁରକ୍ଷା ଦେଇଥାନ୍ତି ।
ବିଜେଡିଆଜି କହିଛି ଯେ ୨୦୧୪ରେ ବୈଜୟନ୍ତ ଅର୍ଥ ସଂକ୍ରାନ୍ତ କମିଟିର ଅଧ୍ୟକ୍ଷ ଚାହୁଁଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରିଥିଲେ । ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ସହିତ ତାଙ୍କର ସଂପର୍କ ଥିବାରୁ ଏହି କମିଟିର ଅଧ୍ୟକ୍ଷ ହେବା ଠିକ ହେବ ନାହିଁ । ଏହାଦ୍ୱାରା କନ୍ଲିକ୍ଟ ଅଫ୍ ଇଣ୍ଟ୍ରେଷ୍ଟ ବା ଦୋହରା ସ୍ୱାର୍ଥ ଦେଖାଦେବ ବୋଲି ତାଙ୍କୁ କୁହାଯାଇଥିଲା । ହେଲେ ଏଥିରେ ବୈଜୟନ୍ତ ବିଗିଡି ଯାଇ ସେବେଠାରୁ ଦଳବିରୋଧରେ କାର୍ଯ୍ୟ କରି ଆସୁଥିଲେବୋଲି ବିଜେଡି ଦାବି କରିଛି ।
କେନ୍ଦ୍ର ସରକାର କଳାଧନ ବିରୋଧରେ ଲଢେଇ କରିବାକୁ ଆହ୍ୱାନ ଦେଉଥିବ ବେଳେ ଏ ନେଇ ପଦକ୍ଷେପ ନେବାକୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଶୁକ୍ରବାର ଦାବି ରଖିଛନ୍ତି ।
ଏଠାରେ ଉଲ୍ଲେଖଥାଉକି, ଜାଲ୍ କଂପାନି ଜରିଆରେ ବିଦେଶରୁ ତାଙ୍କ କଂପାନିରେ ୧୭ କୋଟି ୭୨ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିବା ନେଇ ଅଭିଯୋଗ ଉଠିଛି । ବୈଜୟନ୍ତ ଏହାର ଦୃଢ ପ୍ରତିବାଦ କରିଛନ୍ତି । କହିଛନ୍ତି, ଏହି ଅଭିଯୋଗ ତାଙ୍କୁ ଆଘାତ ଦେଇଛି । ଏହି ଅଭିଯୋଗ କିଏ କରିଛି, ତାହା ଉଲ୍ଲେଖ କରାଯାଇନାହିଁ ।ଗତ କିଛି ବର୍ଷ ହେଲା ନିର୍ବାଚନ ପୂର୍ବରୁ ଏମିତି ଅଭିଯୋଗ ଆସୁଛି । ମୋର ଖ୍ୟାତିକୁ ନଷ୍ଟ କରିବା ପାଇଁ ହେଉଥିବା ଉଦ୍ୟମକୁ ପୂର୍ବରୁ ଖଣ୍ଡନ କରାଯାଇଛି । ଏଥର ମଧ୍ୟ ଏହାକୁ ଖଣ୍ଡନ କରୁଛି ।
ପ୍ରମୁଖ ଖବର
ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର