ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ, ୮ରୁ କାର୍ଯ୍ୟ

0

ସୁପ୍ରିମକୋର୍ଟରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ମୁଖ୍ୟସଚିବ
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ଚୟନ କରାଯିବ । ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ ଓଡ଼ିଶାରେ କାର୍ଯ୍ୟ କରିବେ । ଲୋକାୟୁକ୍ତ ନିଯୁକ୍ତି ନେଇ ଆଜି ମୁଖ୍ୟଶାସନ ସଚିବ ସର୍ବୋଚ୍ଚ ନ୍ୟାୟାଳୟରେ ଏମିତି ସତ୍ୟପାଠ ଦାଖଲ କରିଛନ୍ତି । ଫଳରେ ଲୋକାୟୁକ୍ତ ନେଇ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା, ସେଥିରେ ଆପାତତଃ ପରିସମାପ୍ତି ଘଟିଛି ।
ଆଜି ସୁପ୍ରିମକୋର୍ଟରେ ଲୋକାୟୁକ୍ତ ନିଯୁକ୍ତି ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଥିଲା । ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶରେ ମୁଖ୍ୟଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ମତ ରଖିବା ଲାଗି ପୂର୍ବରୁ କୋର୍ଟ ନିର୍ଦେଶ ଦେଇଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।
ଲୋକାୟୁକ୍ତ ଆଇନ ପରେ ଓଡ଼ିଶା ପ୍ରଥମ ରାଜ୍ୟଭାବେ ଦେଶରେ ଲୋକାୟୁକ୍ତ ବିଲ୍‍ ବିଧାନସଭାରେ ପାସ କରିଥିଲେ । ୨୦୧୪ ଫେବ୍ରୁଆରି ୧୪ ତାରିଖରେ ଏହା ବିଧାନସଭାର ଅନୁମୋଦନ କରିଥିଲା । ପରେ ରାଷ୍ଟ୍ରପତି ଏହାକୁ ମୋହର ମାରିଥିଲେ ହେଁ, ଲୋକାୟୁକ୍ତ ଗଠନ ପ୍ରକ୍ରିୟା ବିଳମ୍ୱିତ ହୋଇଥିଲା ।
ସୁପ୍ରିମକୋର୍ଟକୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଅସନ୍ତୋଷ ଝାଡିଥିଲେ । ଗତ ଅକ୍ଟୋବର ମାସରେ କୋର୍ଟରେ ଶୁଣାଣି ସମୟରେ ମୁଖ୍ୟ ବିଚାରପତି ନିର୍ଦିଷ୍ଟ ସମୟସୀମା ସଂପର୍କରେ ଜାଣିବାକୁ ଚାହିଁଥିଲେ । ସେ ସମୟରେ ଓଡ଼ିଶା ପକ୍ଷରୁ ଲଢୁଥିବା ଆଇନଜୀବୀ ତିନି ମାସ ସମୟ ମାଗିଥିଲେ ହେଁ, ତାହାକୁ ଅଗ୍ରାହ୍ୟ କରି ଦିଆଯାଇଥିଲା ।

Leave A Reply

Your email address will not be published.