ସୁପ୍ରିମକୋର୍ଟରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ମୁଖ୍ୟସଚିବ
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ଚୟନ କରାଯିବ । ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ ଓଡ଼ିଶାରେ କାର୍ଯ୍ୟ କରିବେ । ଲୋକାୟୁକ୍ତ ନିଯୁକ୍ତି ନେଇ ଆଜି ମୁଖ୍ୟଶାସନ ସଚିବ ସର୍ବୋଚ୍ଚ ନ୍ୟାୟାଳୟରେ ଏମିତି ସତ୍ୟପାଠ ଦାଖଲ କରିଛନ୍ତି । ଫଳରେ ଲୋକାୟୁକ୍ତ ନେଇ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା, ସେଥିରେ ଆପାତତଃ ପରିସମାପ୍ତି ଘଟିଛି ।
ଆଜି ସୁପ୍ରିମକୋର୍ଟରେ ଲୋକାୟୁକ୍ତ ନିଯୁକ୍ତି ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଥିଲା । ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶରେ ମୁଖ୍ୟଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ମତ ରଖିବା ଲାଗି ପୂର୍ବରୁ କୋର୍ଟ ନିର୍ଦେଶ ଦେଇଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।
ଲୋକାୟୁକ୍ତ ଆଇନ ପରେ ଓଡ଼ିଶା ପ୍ରଥମ ରାଜ୍ୟଭାବେ ଦେଶରେ ଲୋକାୟୁକ୍ତ ବିଲ୍ ବିଧାନସଭାରେ ପାସ କରିଥିଲେ । ୨୦୧୪ ଫେବ୍ରୁଆରି ୧୪ ତାରିଖରେ ଏହା ବିଧାନସଭାର ଅନୁମୋଦନ କରିଥିଲା । ପରେ ରାଷ୍ଟ୍ରପତି ଏହାକୁ ମୋହର ମାରିଥିଲେ ହେଁ, ଲୋକାୟୁକ୍ତ ଗଠନ ପ୍ରକ୍ରିୟା ବିଳମ୍ୱିତ ହୋଇଥିଲା ।
ସୁପ୍ରିମକୋର୍ଟକୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଅସନ୍ତୋଷ ଝାଡିଥିଲେ । ଗତ ଅକ୍ଟୋବର ମାସରେ କୋର୍ଟରେ ଶୁଣାଣି ସମୟରେ ମୁଖ୍ୟ ବିଚାରପତି ନିର୍ଦିଷ୍ଟ ସମୟସୀମା ସଂପର୍କରେ ଜାଣିବାକୁ ଚାହିଁଥିଲେ । ସେ ସମୟରେ ଓଡ଼ିଶା ପକ୍ଷରୁ ଲଢୁଥିବା ଆଇନଜୀବୀ ତିନି ମାସ ସମୟ ମାଗିଥିଲେ ହେଁ, ତାହାକୁ ଅଗ୍ରାହ୍ୟ କରି ଦିଆଯାଇଥିଲା ।
ପ୍ରମୁଖ ଖବର
ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍-ଓଏଏସ୍ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା