ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ନୂଆ ଖେଳ ଆରମ୍ଭ କଲେ ବୈଜୟନ୍ତ

0

ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବାହମାସ୍‍ ଟିକସ ଠକେଇ ଭଳି ଘଟଣାରେ ବିଜେଡି ଏବେ ତାଙ୍କୁ ଘେରିଛି । କେବଳ ସେତିକି ନୁହେଁ, କେନ୍ଦ୍ର ସରକାର କାହିଁକି ଏହି ଘଟଣାରେ ତଦନ୍ତ କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇବା ସହିତ ଦଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିରବତା ଉପରେ ପ୍ରଶ୍ନଚିହ୍ନ ଆଙ୍କିଛି ।
ଅନ୍ୟପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେଡିର ଏହି ପୂର୍ବତନ ସାଂସଦ କେନ୍ଦ୍ରାପଡାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେକ୍‍ ଦେବା ଲାଗି ଅଣ୍ଟା ଭିଡିଲେଣି । ଏମିତି ରଣନୀତି ଆପଣାଇଛନ୍ତି, ଯେଉଁଥିରେ ଲାଭ ବିଜେପି କିମ୍ୱା କଂଗ୍ରେସ ନେବ ସିନା, ହେଲେ ବିଜେଡିକୁ ସେ ପାନେ ଚଖେଇବେ । କେନ୍ଦ୍ରାପଡାରେ ଲୋକସଭା ଆସନରେ ସେ ପ୍ରାର୍ଥୀ ହେବା ଲାଗି ନିଷ୍ପତ୍ତି ନେଇ କ୍ୟାମ୍ପ ଖୋଲିଲେଣି । ଜିତନ୍ତୁ କି ହାରନ୍ତୁ, ସ୍ପଷ୍ଟ ବାର୍ତା ଦେବାକୁ ଚାହୁଁଛନ୍ତି ଯେ ସେ କେନ୍ଦ୍ରାପଡା ଲୋକଙ୍କ ସହ ରହିବେ ଓ ସେଇଠିି ରାଜନୀତି କରିବେ । ବିଜେଡି ଭୋଟ ବିଭାଜନ କରିବା ସହିତ ଶଙ୍ଖ ପ୍ରାର୍ଥୀଙ୍କୁ ପରାଜୟ ମୁହଁକୁ ଠେଲିଦେବେ । କେବଳ ସେତିକି ନୁହେଁ, ସେ କଂଗ୍ରେସ ଶିବିର ସହିତ ସଂପର୍କରେ ଥିବା ମଧ୍ୟ ସୂଚନା ମିଳିଛି । ଯଦି କଂଗ୍ରେସ ସେଠାରେ ତାଙ୍କୁ ସମର୍ଥନ କରେ, ପ୍ରତିଦାନରେ ସେ ଜିଲ୍ଲାର ବିଭିନ୍ନ ବିଧାନସଭାରେ ହାତ ଚିହ୍ନକୁ ସମର୍ଥନ ଦେବାକୁ କୁଣ୍ଠାବୋଧ କରିବେ ନାହିଁ ।
ବୈଜୟନ୍ତଙ୍କ ଏଭଳି ରଣନୀତିକୁ ନେଇ ରାଜନୈତିକ ମହଲରେ ତର୍ଜମା ଆରମ୍ଭ ହୋଇଗଲାଣି । ଏହାର କି କି ପ୍ରଭାବ ପଡିବ, କିଏ ଲାଭବାନ ହେବେ, ଆଉ କାହାକୁ କ୍ଷତି ସହିବାକୁ ପଡିବ ତାହା ମଧ୍ୟ ହିସାବ କରାଯାଉଛି । ବିଶେଷକରି ବିଜୟ ମହାପାତ୍ର ଏବେ ବି ବିଜେଡିକୁ ଯିବେ କି ଅନ୍ୟ କୌଣସି ବିକଳ୍ପ ପଦକ୍ଷେପ ନେବେ, ତାହା ସ୍ପଷ୍ଟ କରିନଥିବାରୁ କେନ୍ଦ୍ରାପଡା ୨୦୧୯ରେ ସବୁଠାରୁ ଚର୍ଚ୍ଚିତ ଆସନ ହୋଇପାରେ ବୋଲି ମଧ୍ୟ ରାଜନୈତିକ ପଣ୍ଡିତମାନେ ଭବିଷ୍ୟବାଣୀ କଲେଣି ।
ଏହି ମହଲର କହିବା କଥା ହେଉଛି, ବିଜୟ ଯଦି ବିଜେଡିକୁ ନ ଯାନ୍ତି, ତେବେ ଶେଷ ମୁହୂର୍ତରେ ଉଭୟ ବିଜୟ-ବୈଜୟନ୍ତ ହାତ ମିଳାଇପାରନ୍ତି । କାରଣ ବିଜୟଙ୍କ ପାଇଁ ପାଟକୁରା ବିଧାନସଭା ଆସନରୁ ବିଜୟୀ ହେବା ପାଇଁ ଡେରାବିଶ ବାରମ୍ୱାର ପ୍ରତିବନ୍ଧକ ସାଜୁଛି । ସେ ଯଦି ଗରଦପୁର ଓ ମାର୍ଶାଘାଇରେ ଶ୍ରୀ ପଣ୍ଡାଙ୍କୁ ସାହାଯ୍ୟ କରନ୍ତି, ତେବେ ପ୍ରତିବଦଳରେ ଅସନ୍ତୁଷ୍ଟ ବିଜେଡି ଭୋଟକୁ ହାତେଇପାରିବେ । ଉଭୟ ମିଶିଲେ, ଉପକୂଳର ସବୁଠାରୁ ସମ୍ୱେଦନଶୀଳ ଜିଲ୍ଲାରୁ ସରକାର ବିରୋଧରେ ଏକ ବଡ ଜନମତ ତିଆରି କରିଦେବା ବିଚିତ୍ର ନୁହେଁ । ସେହିଭଳି ଜିଲ୍ଲାରେ ବିଜୟଙ୍କ ଲୋକ ଯଦି ବୈଜୟନ୍ତଙ୍କୁ ସମର୍ଥନ କରନ୍ତି ତେବେ ବିଜେଡି ପ୍ରାର୍ଥୀକୁ ସେ ଯେ ମୁକାବିଲା ଦେଇପାରିବେ, ତାହାକୁ ମଧ୍ୟ ଟାଳିଦେଇ ହେବ ନାହିଁ । କାରଣ ନବୀନ ପଟ୍ଟନାୟକଙ୍କ ନାମରେ ଭୋଟ ଥିଲେ ହେଁ, ସ୍ଥାନୀୟ ନେତାଙ୍କ ବିରୋଧରେ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି । ଏକାଧିକ ନେତା ଟିକେଟ ଆଶାୟୀ ହୋଇଥିବାରୁ ବିଦ୍ରୋହୀଙ୍କ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିବ । ଏସବୁକୁ ବୈଜୟନ୍ତଙ୍କୁ ପରୋକ୍ଷରେ ସୁହାଇପାରେ ।
ଏଠାରେ ପ୍ରକାଶଥାଉକି, ବୈଜୟନ୍ତ ନିଜେ କେନ୍ଦ୍ରାପଡାରୁ ବିଜେଡିକୁ ମୁକାବିଲା କରିବା ପାଇଁ ଅସ୍ତ୍ର ଧରିବେ । କିନ୍ତୁ ରାଜ୍ୟର ପାଖାପାଖି ଆଉ ଆଠ ଦଶଟି ଆସନରେ ବିଜେଡି ଭୋଟ ବିଭାଜନରେ ମଧ୍ୟ ନିଜ ବୁଦ୍ଧି ଲଗାଇପାରନ୍ତି ।

Leave A Reply

Your email address will not be published.