ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ଏଣେ ସହାୟତା, ସେଣେ ଉଜୁଡିଗଲାଣି

0

୨୨ ତାରିଖରୁ ରାଜ୍ୟର ସମସ୍ତ ଶୀତଳଭଣ୍ଡାର ବନ୍ଦ
ଆଳୁ ମିସନ ଫେଲ୍‍, ଉପùାଦନ ବଢିବା ବଦଳରେ କମୁଛି
ଖାଲି ପଡୁଛି ଶୀତଳଭଣ୍ଡାର, ବିଦ୍ୟୁତ ରିହାତି ବି ମିଳୁନି
ଭୁବନେଶ୍ୱର:ରାଜ୍ୟ ସରକାର ୨୦୧୫ରେ ଆଳୁ ମିସନ ଘୋଷଣା କରିଥିଲେ । ଆଳୁ ଉପùାଦନ ବୃଦ୍ଧି ସହିତ ସଂରକ୍ଷଣ ପାଇଁ ୧୧୨ଟି ଶୀତଳଭଣ୍ଡାର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏଥିରୁ ୨୬ଟି ଶୀତଳଭଣ୍ଡାର ନିର୍ମାଣ ହୋଇପାରିଲା । ଏବେ ଏସବୁ ମଧ୍ୟରୁ ୨୪ଟିର ସ୍ଥିତି ଦୟନୀୟ ହୋଇଗଲାଣି । ରାଜ୍ୟ ସରକାର ଯଦି ତୁରନ୍ତ ହସ୍ତକ୍ଷେପ ନ କରିବେ, ତେବେ ଆସନ୍ତା ୨୨ ତାରିଖରୁ ରାଜ୍ୟର ସମସ୍ତ ଘରୋଇ ଶୀତଳଭଣ୍ଡାରକୁ ବନ୍ଦ କରି ଦିଆଯିବ ।
ଆଜି ସ୍ଥାନୀୟ କେଶରୀ ହୋଟେଲ ପରିସରରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ଶୀତଳଭଣ୍ଡାର ସଂଘ ଏପରି ସୂଚନା ଦେବା ପରେ ରାଜ୍ୟ ସରକାରଙ୍କର କୃଷି ପ୍ରତି ଥିବା ଆନ୍ତିରକତା ନେଇ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କାଳିଆ ସହାୟତା ଘୋଷଣା କରି ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସଜାଡିବା ଲାଗି ଉଦ୍ୟମ ଚଳାଇଥିବା ବେଳେ ଅନ୍ୟପଟରେ କୃଷି ବିଭାଗର ବଡପଣ୍ଡାମାନଙ୍କ ଉଦାସୀନ ମନୋଭାବ କାରଣରୁ ରାଜ୍ୟରେ ଶୀତଳଭଣ୍ଡାର ବ୍ୟବସ୍ଥା ଭୁଶୁଡିଯିବା ପରିସ୍ଥିତିକୁ ଆସିଗଲାଣି ।
ସଂଘର କହିବା କଥା ହେଉଛି, ଅଢେଇରୁ ତିନି କୋଟି ଟଙ୍କା ବ୍ୟୟରେ ଶୀତଳଭଣ୍ଡାର କରାଯାଇଥିଲା । ସରକାର ସେତେବେଳେ କହିଥିଲେ ଯେ ଆଳୁ ମିସନ କାରଣରୁ ଉପùାଦନ ବୃଦ୍ଧି ପାଇବ ଓ ଏସବୁ ଶୀତଳଭଣ୍ଡାରରେ ମହଜୁଦ ରହିବ । ମାତ୍ର ଏସବୁ ଶୀତଳଭଣ୍ଡାର ବର୍ଷତମାମ ଖାଲି ପଡି ରହୁଛି । ୩ବର୍ଷ ପୂର୍ବେ ରାଜ୍ୟରେ ୨ଲକ୍ଷ ଟନ୍‍ ଆଳୁ ଉପùାଦନ ହେଉଥିଲା । ଏବେ ତାହା ବଢିବା ପରିବର୍ତେ କମିବାରେ ଲାଗିଛି । ରାଜ୍ୟ ବାହାରର ଆଳୁ ଏହି ଶୀତଳଭଣ୍ଡାରରେ ରଖିବା ମଧ୍ୟ ସମ୍ଭବ ହେଉନାହିଁ ।
ଶୀତଳଭଣ୍ଡାର ମାଲିକମାନଙ୍କର କହିବା କଥା, ସରକାର କହିଥିଲେ, ଏଥିରେ ଆଳୁ ମହଜୁଦ ରହିଲେ, ବିଦ୍ୟୁତ ରିହାତି ମିଳିବ । ମାତ୍ର ଆଳୁ ତ ନାହିଁ, ବିଦ୍ୟୁତ ରିହାତି କିଏ ଦେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି ସ୍ଥିତିରେ କୌଣସି ଉନ୍ନତି ନ ହେବା କାରଣରୁ ସେମାନେ ଶୀତଳଭଣ୍ଡାରରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଥିବା ଆଜି ସଂଘ ଜଣାଇଛି ।

Leave A Reply

Your email address will not be published.