ଭୁବନେଶ୍ୱର: ପୂର୍ବତନ ପୂର୍ତ ନଳିନୀ ପ୍ରଧାନ ଖୁବ୍ ଶୀଘ୍ର ବିଜେଡିରେ ଯୋଗଦେବେ । ବିଜେଡି ହାଇକମାଣ୍ଡ ନବୀନ ପଟ୍ଟନାୟକ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସମ୍ୱଲପୁର ଆସନରେ ପ୍ରାର୍ଥୀ ଏକପ୍ରକାର ସ୍ପଷ୍ଟ । କେବଳ ସେତିକି ନୁହେଁ,ଶ୍ରୀ ପ୍ରଧାନଙ୍କ ସହିତ ସମ୍ୱଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ଅନେକ ଅଦଳବଦଳ କରିପାରେ ।
ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନାକୁ ବିଶ୍ୱାସ କଲେ, ଶ୍ରୀ ପ୍ରଧାନ ଅାଠମଲ୍ଲିକ ଅଞ୍ଚଳର ବାସିନ୍ଦା । ସ୍ଥାନୀୟ ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ଅଛି । ଏହା ସହିତ ଦେବଗଡରୁ ଆରମ୍ଭ କରି ରେଢାଖୋଲ ପର୍ଯ୍ୟନ୍ତ ତାଙ୍କର ସଂପର୍କୀୟଙ୍କ ପତିଆରା ରହିଛି । ଚଷା ଭୋଟକୁ ଆୟୁଧ କରି ସମ୍ୱଲପୁର ନିର୍ବାଚନମଣ୍ଡଳୀରେ ବିଜେଡି ଲଢିବାକୁ ଯୋଜନା କରିଛି ଓ ବିଜେପିର ଚିରାଚରିତ କାର୍ଡକୁ ମାତ୍ ଦେଇପାରିବ ବୋଲି ନେତୃତ୍ୱ ବିଚାର କରୁଛନ୍ତି ।
ଏହି ସୂତ୍ର ଅନୁସାରେ, ଆଠମଲ୍ଲିକ ବିଧାନସଭା ଆସନରୁ ସଂଜୀବ ସାହୁଙ୍କୁ ଏଥର ଦଳ ଆଉ ପ୍ରାର୍ଥୀ କରିବ ନାହିଁ । ଶ୍ରୀ ସାହୁ ଯଦିଓ ନିର୍ବାଚନମଣ୍ଡଳୀ ପାଇଁ ଅନେକ କାମ କରିଛନ୍ତି, କିନ୍ତୁ ସରକାରୀ ବିରୋଧୀ ହାଵାର ଛାପ ତାଙ୍କ ପାଖେ ଲାଗିଲାଣି । ଏମିତିରେ ବି ଶ୍ରୀ ପ୍ରଧାନ ଆଠମଲ୍ଲିକ ହୋଇଥିବାରୁ ଶ୍ରୀ ସାହୁ ବିଶେଷ କିଛି ପ୍ରଭାବ ପକାଇବାର ସୁଯୋଗ ନାହିଁ । ସେଠାରୁ ଅନ୍ୟଜଣେ ପ୍ରଶାସକଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଖବର ଅନୁସାରେ, ସଂପୃକ୍ତ ଅଧିକାରୀ ଇତିମଧ୍ୟରେ ଭିଆର୍ଏସ ଆବେଦନ କରିସାରିଲେଣି । ମାତ୍ର ଶ୍ରୀ ସାହୁଙ୍କ ପ୍ରବଳ ବିରୋଧ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନାହିାଁ ଅନ୍ୟପଟରେ ବିଜେପି ପ୍ରାର୍ଥୀ ନୀତିଶ ଗଙ୍ଗଦେବ ଓ ବିଜେଡି ମଧ୍ୟରେ ସଂପର୍କ ବଢିଥିବା ଚର୍ଚ୍ଚା ହେଲାଣି । କୁଚିଣ୍ଡା. ରେଙ୍ଗାଲି ଓ ଛେଣ୍ଡିପଦାରେ ମଧ୍ୟ ଦଳ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବା ଲାଗି ଆପାତତଃ ଯୋଜନା କରିଛି । ସବୁ ଆସନରେ ଉଭୟ କଂଗ୍ରେସ ଓ ବିଜେପିକୁ ମାତ୍ ଦେଇ ଏହି ଆସନକୁ ବଡ ବ୍ୟବଧାନରେ ଦଖଲ କରିବାକୁ ବିଜେଡି କସରତ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।
ଏଠାରେ ଉଲ୍ଲେଖଥାଉକି, ସମ୍ୱଲପୁର, ରେଢାଖୋଲ, କୁଚିଣ୍ଡା, ରେଙ୍ଗାଲି, ଦେବଗଡ, ଛେଣ୍ଡିପଦା ଓ ଅାଠମଲ୍ଲିକକୁ ନେଇ ଏହି ସମ୍ୱଲପୁର ଲୋକସଭା ଆସନ ଗଠିତ । ବିବାଦ ଭିତରେ ଥିବା ବର୍ତମାନର ସାଂସଦ ନଗେନ୍ଦ୍ର ପ୍ରଧାନ ବାରମ୍ୱାର ବିବାଦ ଭିତରେ ଥିବା କାରଣରୁ ଦଳ ତାଙ୍କୁ ପରିବର୍ତନ କରିବା ଲାଗି ଯୋଜନା କରିଛି । କଂଗ୍ରେସ ଏହି ଆସନରେ ଅମର ପ୍ରଧାନଙ୍କୁ ପ୍ରାର୍ଥୀ କରିପାରେ । ସେହିଭଳି ବିଜେପି ସୁରେଶ ପୂଜାରୀଙ୍କୁ ଆଗରେ ରଖିଛି । ତାଙ୍କ ବ୍ୟତୀତ ଶିକ୍ଷାବିତ ବିଶ୍ୱରଂଜନ ପୂଜାରୀଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି ।
ପ୍ରମୁଖ ଖବର
୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍ ୱାର୍ଡେନ୍ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ