ଭୁବନେଶ୍ୱର: ପୂର୍ବତନ ପୂର୍ତ ନଳିନୀ ପ୍ରଧାନ ଖୁବ୍ ଶୀଘ୍ର ବିଜେଡିରେ ଯୋଗଦେବେ । ବିଜେଡି ହାଇକମାଣ୍ଡ ନବୀନ ପଟ୍ଟନାୟକ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସମ୍ୱଲପୁର ଆସନରେ ପ୍ରାର୍ଥୀ ଏକପ୍ରକାର ସ୍ପଷ୍ଟ । କେବଳ ସେତିକି ନୁହେଁ,ଶ୍ରୀ ପ୍ରଧାନଙ୍କ ସହିତ ସମ୍ୱଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ଅନେକ ଅଦଳବଦଳ କରିପାରେ ।
ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନାକୁ ବିଶ୍ୱାସ କଲେ, ଶ୍ରୀ ପ୍ରଧାନ ଅାଠମଲ୍ଲିକ ଅଞ୍ଚଳର ବାସିନ୍ଦା । ସ୍ଥାନୀୟ ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ଅଛି । ଏହା ସହିତ ଦେବଗଡରୁ ଆରମ୍ଭ କରି ରେଢାଖୋଲ ପର୍ଯ୍ୟନ୍ତ ତାଙ୍କର ସଂପର୍କୀୟଙ୍କ ପତିଆରା ରହିଛି । ଚଷା ଭୋଟକୁ ଆୟୁଧ କରି ସମ୍ୱଲପୁର ନିର୍ବାଚନମଣ୍ଡଳୀରେ ବିଜେଡି ଲଢିବାକୁ ଯୋଜନା କରିଛି ଓ ବିଜେପିର ଚିରାଚରିତ କାର୍ଡକୁ ମାତ୍ ଦେଇପାରିବ ବୋଲି ନେତୃତ୍ୱ ବିଚାର କରୁଛନ୍ତି ।
ଏହି ସୂତ୍ର ଅନୁସାରେ, ଆଠମଲ୍ଲିକ ବିଧାନସଭା ଆସନରୁ ସଂଜୀବ ସାହୁଙ୍କୁ ଏଥର ଦଳ ଆଉ ପ୍ରାର୍ଥୀ କରିବ ନାହିଁ । ଶ୍ରୀ ସାହୁ ଯଦିଓ ନିର୍ବାଚନମଣ୍ଡଳୀ ପାଇଁ ଅନେକ କାମ କରିଛନ୍ତି, କିନ୍ତୁ ସରକାରୀ ବିରୋଧୀ ହାଵାର ଛାପ ତାଙ୍କ ପାଖେ ଲାଗିଲାଣି । ଏମିତିରେ ବି ଶ୍ରୀ ପ୍ରଧାନ ଆଠମଲ୍ଲିକ ହୋଇଥିବାରୁ ଶ୍ରୀ ସାହୁ ବିଶେଷ କିଛି ପ୍ରଭାବ ପକାଇବାର ସୁଯୋଗ ନାହିଁ । ସେଠାରୁ ଅନ୍ୟଜଣେ ପ୍ରଶାସକଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଖବର ଅନୁସାରେ, ସଂପୃକ୍ତ ଅଧିକାରୀ ଇତିମଧ୍ୟରେ ଭିଆର୍ଏସ ଆବେଦନ କରିସାରିଲେଣି । ମାତ୍ର ଶ୍ରୀ ସାହୁଙ୍କ ପ୍ରବଳ ବିରୋଧ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନାହିାଁ ଅନ୍ୟପଟରେ ବିଜେପି ପ୍ରାର୍ଥୀ ନୀତିଶ ଗଙ୍ଗଦେବ ଓ ବିଜେଡି ମଧ୍ୟରେ ସଂପର୍କ ବଢିଥିବା ଚର୍ଚ୍ଚା ହେଲାଣି । କୁଚିଣ୍ଡା. ରେଙ୍ଗାଲି ଓ ଛେଣ୍ଡିପଦାରେ ମଧ୍ୟ ଦଳ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବା ଲାଗି ଆପାତତଃ ଯୋଜନା କରିଛି । ସବୁ ଆସନରେ ଉଭୟ କଂଗ୍ରେସ ଓ ବିଜେପିକୁ ମାତ୍ ଦେଇ ଏହି ଆସନକୁ ବଡ ବ୍ୟବଧାନରେ ଦଖଲ କରିବାକୁ ବିଜେଡି କସରତ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।
ଏଠାରେ ଉଲ୍ଲେଖଥାଉକି, ସମ୍ୱଲପୁର, ରେଢାଖୋଲ, କୁଚିଣ୍ଡା, ରେଙ୍ଗାଲି, ଦେବଗଡ, ଛେଣ୍ଡିପଦା ଓ ଅାଠମଲ୍ଲିକକୁ ନେଇ ଏହି ସମ୍ୱଲପୁର ଲୋକସଭା ଆସନ ଗଠିତ । ବିବାଦ ଭିତରେ ଥିବା ବର୍ତମାନର ସାଂସଦ ନଗେନ୍ଦ୍ର ପ୍ରଧାନ ବାରମ୍ୱାର ବିବାଦ ଭିତରେ ଥିବା କାରଣରୁ ଦଳ ତାଙ୍କୁ ପରିବର୍ତନ କରିବା ଲାଗି ଯୋଜନା କରିଛି । କଂଗ୍ରେସ ଏହି ଆସନରେ ଅମର ପ୍ରଧାନଙ୍କୁ ପ୍ରାର୍ଥୀ କରିପାରେ । ସେହିଭଳି ବିଜେପି ସୁରେଶ ପୂଜାରୀଙ୍କୁ ଆଗରେ ରଖିଛି । ତାଙ୍କ ବ୍ୟତୀତ ଶିକ୍ଷାବିତ ବିଶ୍ୱରଂଜନ ପୂଜାରୀଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି ।
ପ୍ରମୁଖ ଖବର
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଜି ପୂର୍ବାହ୍ଣ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି
ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି
ପୁଣି ସସପେଣ୍ଡ ହେଲେ ତାରା ; ବିଧାୟକ ରମେଶ ଜେନା ମଧ୍ୟ ନିଲମ୍ବିତ । ପୂର୍ବରୁ ୧୨ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିଲେ
ସୋନପୁର-ସମ୍ବଲପୁର ମୁଖ୍ୟରାସ୍ତାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ବଲେରୋ ଗାଡ଼ିକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି