ଭୁବନେଶ୍ୱର: ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ କିଏ? ବର୍ତମାନର ସାଂସଦ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ନା ନିକଟରେ ବିଜେଡିରେ ଯୋଗଦେଇଥିବା କଲ୍ୟାଣୀ ଦେବୀ?
ଏହାକୁ ନେଇ ଦକ୍ଷିଣ ଓଡ଼ିଶାରେ ରାଜନୀତି ଜୋର ଧରିଛି । ଚର୍ଚ୍ଚା ଚାଲିଛି, ଚନ୍ଦ୍ରଶେଖରଙ୍କୁ ବ୍ରହ୍ମପୁର ଓ ଆସ୍କାରେ ସିଦ୍ଧାନ୍ତଙ୍କୁ ପ୍ରାର୍ଥୀ କରାଯାଇପାରେ । ବିଜେଡି ଏହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଏବେ ବିଜେପି ରାଜନୀତିରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହେଲାଣି ।
ସୋସିଆଲ ମିଡିଆରେ ବିଜେପି ସାଂସଦମାନଙ୍କର ଏକ ତାଲିକା ବୁଲୁଛି, ଯେଉଁଥିରେ ମହେଶ ସାହୁ ପଦ୍ମ ଚିହ୍ନରେ ଆସ୍କା ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି କୁହାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାହିଁ ନଥିବା ପ୍ରତିକ୍ରିୟା ପ୍ରକାଶ ପାଇଲେଣି । ଏମିତି କି ଦୀର୍ଘ ଦିନ ଧରି ସଂଗଠନ କରୁଥିବା ଛାମୁଆ କର୍ମୀମାନେ ସେମାନଙ୍କର ନେତ୍ରୀଙ୍କ ନାଁ ନ ଦେଖି ଦଳଡିଆଁ କରିବାକୁ ବାହାରିଲେଣି ।
ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ଅର୍ଥମନ୍ତ୍ରୀ ତଥା ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ଆସ୍କା ଲୋକସଭା ଆସନରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସେ ମଧ୍ୟ ନିର୍ବାଚନମଣ୍ଡଳୀରେ କାମ ଆରମ୍ଭ କରିଦେଇଥିଲେ । ଏମିତି ସମୟରେ ସୋସିଆଲ ମିଡିଆରେ ମହେଶ ଟିକଟ ପାଉଥିବା ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ତାଙ୍କ କର୍ମୀଙ୍କୁ କ୍ଷୁବ୍ଧ କରିଛି ।
ଏପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କର୍ମୀଙ୍କର ଅସନ୍ତୋଷ ଦେଖି ବିଜେପି ଶୀର୍ଷସ୍ତରରେ ମଧ୍ୟ ଚିନ୍ତନ ଆରମ୍ଭ ହୋଇଗଲାଣି । ଅନୀତାଙ୍କୁ ଏହି ଆସନରେ ପ୍ରାର୍ଥୀ କରାଯିବ ଓ ଏଥିରେ କୌଣସି ଦ୍ୱିମତ ନାହିଁ ବୋଲି ତାଙ୍କୁ ଦଳର ଆଜିଦିନର ସବୁଠାରୁ ମୁଖ୍ୟ ତଥା ପ୍ରଭାବଶାଳୀ ନେତା ଆଶ୍ୱାସନା ଦେଇଛନ୍ତି । ଏହାଦ୍ୱାରା ରାମକୃଷ୍ଣଙ୍କ ଅନୁଗତ ପୁରୁଣା ଜନତା ଦଳର କିଛି ଭୋଟ ବା ବରିଷ୍ଠ ଅର୍ଥାତ୍ ବୟସ୍କ କର୍ମୀଙ୍କର ସମର୍ଥନ ଅନୀତାଙ୍କ ସପକ୍ଷରେ ଯିବ ବୋଲି କୁହାଯାଉଛି ।
କେବଳ ସେତିକି ନୁହେଁ, ଯଦି ସିଦ୍ଧାନ୍ତ ପ୍ରାର୍ଥୀ ହୁଅନ୍ତି, ତେବେ ମାଟିର କଥା ଉଠାଇ ମଧ୍ୟ ବିଜେପି ତାଙ୍କୁ ଘେରିବାକୁ ସୁଯୋଗ ପାଇବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଇଛନ୍ତି । ଏହି ମହଲର ଯୁକ୍ତି ହେଉଛି, ରାମକୃଷ୍ଣଙ୍କ ଝିଅ ହିସାବରେ ଅନୀତା କ୍ଷେତ୍ରରେ ପରିଚୟର ମଧ୍ୟ କୌଣସି ସଙ୍କଟ ରହିବ ନାହିଁ । ଏମିତିରେ ବି ତାଙ୍କ ମାଆ କୁମୁଦିନୀ ପଟ୍ଟନାୟକ ମଧ୍ୟ ଏକଦା ଏହି ଆସନକୁ ପ୍ରତିନିଧିତ୍ୱ କରୁଥିଲେ । ବରଂ ସ୍ଥଳ ବିଶେଷରେ ବିଜେଡି ଅସନ୍ତୋଷ ଭୋଟ ହାତେଇବା ଲାଗି ରାମକୃଷ୍ଣ ଶେଷ ମୁହୂର୍ତରେ ଝିଅ ପାଇଁ ଗୋଟିଚାଳନା କରିପାରନ୍ତି । ସଂପ୍ରତି ସୀମାରେ ଉତ୍ତେଜନା ପରିପ୍ରେକ୍ଷୀରେ ତୃଣମୂଳସ୍ତରରେ ବିଜେପିି ସପକ୍ଷରେ ହାଵା ବୋହୁଥିବା ବେଳେ ଏହାର ଫାଇଦା ମଧ୍ୟ ଅନୀତାଙ୍କ ସପକ୍ଷରେ ଯାଇପାରେ ।
ଉଲ୍ଲେଖଥାଉକି, ସିଦ୍ଧାନ୍ତ ଚଳଚ୍ଚିତ୍ର ତାରକା ହିସାବରେ ଭୋଟରଙ୍କୁ ସାମ୍ନା କରିବେ । ହେଲେ ବ୍ରହ୍ମପୁର ସାଂସଦଭାବେ ତାଙ୍କ ସଫଳତାର ଫାଇଦା ଯେମିତି ତାଙ୍କ ପାଖକୁ ଯିିବ, ବିଫଳତା ବି ସେ ହିଁ ମୁଣ୍ଡାଇବେ । ସ୍ଥାନୀୟ ନେତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଂପର୍କ ଏ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ ।
ପ୍ରମୁଖ ଖବର
କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର