ଭୁବନେଶ୍ୱର: ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ କିଏ? ବର୍ତମାନର ସାଂସଦ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ନା ନିକଟରେ ବିଜେଡିରେ ଯୋଗଦେଇଥିବା କଲ୍ୟାଣୀ ଦେବୀ?
ଏହାକୁ ନେଇ ଦକ୍ଷିଣ ଓଡ଼ିଶାରେ ରାଜନୀତି ଜୋର ଧରିଛି । ଚର୍ଚ୍ଚା ଚାଲିଛି, ଚନ୍ଦ୍ରଶେଖରଙ୍କୁ ବ୍ରହ୍ମପୁର ଓ ଆସ୍କାରେ ସିଦ୍ଧାନ୍ତଙ୍କୁ ପ୍ରାର୍ଥୀ କରାଯାଇପାରେ । ବିଜେଡି ଏହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଏବେ ବିଜେପି ରାଜନୀତିରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହେଲାଣି ।
ସୋସିଆଲ ମିଡିଆରେ ବିଜେପି ସାଂସଦମାନଙ୍କର ଏକ ତାଲିକା ବୁଲୁଛି, ଯେଉଁଥିରେ ମହେଶ ସାହୁ ପଦ୍ମ ଚିହ୍ନରେ ଆସ୍କା ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି କୁହାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାହିଁ ନଥିବା ପ୍ରତିକ୍ରିୟା ପ୍ରକାଶ ପାଇଲେଣି । ଏମିତି କି ଦୀର୍ଘ ଦିନ ଧରି ସଂଗଠନ କରୁଥିବା ଛାମୁଆ କର୍ମୀମାନେ ସେମାନଙ୍କର ନେତ୍ରୀଙ୍କ ନାଁ ନ ଦେଖି ଦଳଡିଆଁ କରିବାକୁ ବାହାରିଲେଣି ।
ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ଅର୍ଥମନ୍ତ୍ରୀ ତଥା ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ଆସ୍କା ଲୋକସଭା ଆସନରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସେ ମଧ୍ୟ ନିର୍ବାଚନମଣ୍ଡଳୀରେ କାମ ଆରମ୍ଭ କରିଦେଇଥିଲେ । ଏମିତି ସମୟରେ ସୋସିଆଲ ମିଡିଆରେ ମହେଶ ଟିକଟ ପାଉଥିବା ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ତାଙ୍କ କର୍ମୀଙ୍କୁ କ୍ଷୁବ୍ଧ କରିଛି ।
ଏପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କର୍ମୀଙ୍କର ଅସନ୍ତୋଷ ଦେଖି ବିଜେପି ଶୀର୍ଷସ୍ତରରେ ମଧ୍ୟ ଚିନ୍ତନ ଆରମ୍ଭ ହୋଇଗଲାଣି । ଅନୀତାଙ୍କୁ ଏହି ଆସନରେ ପ୍ରାର୍ଥୀ କରାଯିବ ଓ ଏଥିରେ କୌଣସି ଦ୍ୱିମତ ନାହିଁ ବୋଲି ତାଙ୍କୁ ଦଳର ଆଜିଦିନର ସବୁଠାରୁ ମୁଖ୍ୟ ତଥା ପ୍ରଭାବଶାଳୀ ନେତା ଆଶ୍ୱାସନା ଦେଇଛନ୍ତି । ଏହାଦ୍ୱାରା ରାମକୃଷ୍ଣଙ୍କ ଅନୁଗତ ପୁରୁଣା ଜନତା ଦଳର କିଛି ଭୋଟ ବା ବରିଷ୍ଠ ଅର୍ଥାତ୍ ବୟସ୍କ କର୍ମୀଙ୍କର ସମର୍ଥନ ଅନୀତାଙ୍କ ସପକ୍ଷରେ ଯିବ ବୋଲି କୁହାଯାଉଛି ।
କେବଳ ସେତିକି ନୁହେଁ, ଯଦି ସିଦ୍ଧାନ୍ତ ପ୍ରାର୍ଥୀ ହୁଅନ୍ତି, ତେବେ ମାଟିର କଥା ଉଠାଇ ମଧ୍ୟ ବିଜେପି ତାଙ୍କୁ ଘେରିବାକୁ ସୁଯୋଗ ପାଇବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଇଛନ୍ତି । ଏହି ମହଲର ଯୁକ୍ତି ହେଉଛି, ରାମକୃଷ୍ଣଙ୍କ ଝିଅ ହିସାବରେ ଅନୀତା କ୍ଷେତ୍ରରେ ପରିଚୟର ମଧ୍ୟ କୌଣସି ସଙ୍କଟ ରହିବ ନାହିଁ । ଏମିତିରେ ବି ତାଙ୍କ ମାଆ କୁମୁଦିନୀ ପଟ୍ଟନାୟକ ମଧ୍ୟ ଏକଦା ଏହି ଆସନକୁ ପ୍ରତିନିଧିତ୍ୱ କରୁଥିଲେ । ବରଂ ସ୍ଥଳ ବିଶେଷରେ ବିଜେଡି ଅସନ୍ତୋଷ ଭୋଟ ହାତେଇବା ଲାଗି ରାମକୃଷ୍ଣ ଶେଷ ମୁହୂର୍ତରେ ଝିଅ ପାଇଁ ଗୋଟିଚାଳନା କରିପାରନ୍ତି । ସଂପ୍ରତି ସୀମାରେ ଉତ୍ତେଜନା ପରିପ୍ରେକ୍ଷୀରେ ତୃଣମୂଳସ୍ତରରେ ବିଜେପିି ସପକ୍ଷରେ ହାଵା ବୋହୁଥିବା ବେଳେ ଏହାର ଫାଇଦା ମଧ୍ୟ ଅନୀତାଙ୍କ ସପକ୍ଷରେ ଯାଇପାରେ ।
ଉଲ୍ଲେଖଥାଉକି, ସିଦ୍ଧାନ୍ତ ଚଳଚ୍ଚିତ୍ର ତାରକା ହିସାବରେ ଭୋଟରଙ୍କୁ ସାମ୍ନା କରିବେ । ହେଲେ ବ୍ରହ୍ମପୁର ସାଂସଦଭାବେ ତାଙ୍କ ସଫଳତାର ଫାଇଦା ଯେମିତି ତାଙ୍କ ପାଖକୁ ଯିିବ, ବିଫଳତା ବି ସେ ହିଁ ମୁଣ୍ଡାଇବେ । ସ୍ଥାନୀୟ ନେତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଂପର୍କ ଏ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ ।
ପ୍ରମୁଖ ଖବର
ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା