ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୫ନମ୍ୱର ଜାତୀୟ ରାଜପଥର ୬ଲେନ୍ ପାଇଁ ରାଜଧାନୀର ଖଣ୍ଡଗିରି ନିକଟରେ ଭୂମିପୂଜନ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ସଭାରେ ଶ୍ରୀ ପ୍ରଧାନ ରାଜ୍ୟ ସରକାଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । କାଳେ କେନ୍ଦ୍ର ସରକାରଙ୍କ ପତିଆରା ବଢିଯିବ, ସେଥିପାଇଁ ରାଜ୍ୟ ସରକାର ୧.୩୬ଲକ୍ଷ କୋଟିର ପ୍ରକଳ୍ପ କରାଇ ଦେଉନାହାନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅବଶ୍ୟ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ଏହି ପ୍ରସଙ୍ଗ ଉଠାଇଥିଲେ ଓ ବିଜେଡି ଏହାର ଜବାବ ଦେଇଥିଲା ।
କେନ୍ଦ୍ର ସରକାର ୧୧୯.୫ କିଲୋମିଟର ଜାତୀୟ ରାଜପଥର ବିକାଶ ପାଇଁ ୨୦୬୭ କୋଟି ୫୦ଲକ୍ଷ ଟଙ୍କା ବିନିଯୋଗ କରିବା ଲାଗି ବ୍ୟୟ ଅଟକଳ କରିଛନ୍ତି । ଚଣ୍ଡିଖୋଲଠାରୁ ଭୁବନେଶ୍ୱର, ଭଦ୍ରକରୁ ବାଲେଶ୍ୱର ଓ ଟାଙ୍ଗୀରୁ ଭୁବନେଶ୍ୱର ମଧ୍ୟରେ ଜାତୀୟ ରାଜପଥ ୭ ଲେନ୍ହେବ । ଏଥିରେ ବାଲିକୁଦା, ଶିଖରପୁର ଓ ଚଣ୍ଡୀଖୋଲରେ ଭୂତଳ ବ୍ରିଜ ନିର୍ମାଣ ହେବ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିିଥିଲେ, ବିକାଶକୁ ନେଇ ରାଜନୀତି ନ ହେଉ । ଓଡ଼ିଶାକୁ ପଛେ ପଇସା ନ ଆସୁ, କେନ୍ଦ୍ର ସରକାର ବା ମୋଦୀଙ୍କ ପତିଆରା ନ ବଢୁ ଏହି ଲକ୍ଷ୍ୟରେ ରାଜ୍ୟ ସରକାର ଏଠାରେ କେନ୍ଦ୍ରୀୟ ପ୍ରକଳ୍ପ କରାଇ ଦେଉନାହାନ୍ତି ।
ପ୍ରମୁଖ ଖବର
ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ