ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

୬ଲେନ୍‍ ପାଇଁ ଭୂମିପୂଜନ

0

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୫ନମ୍ୱର ଜାତୀୟ ରାଜପଥର ୬ଲେନ୍‍ ପାଇଁ ରାଜଧାନୀର ଖଣ୍ଡଗିରି ନିକଟରେ ଭୂମିପୂଜନ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ସଭାରେ ଶ୍ରୀ ପ୍ରଧାନ ରାଜ୍ୟ ସରକାଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । କାଳେ କେନ୍ଦ୍ର ସରକାରଙ୍କ ପତିଆରା ବଢିଯିବ, ସେଥିପାଇଁ ରାଜ୍ୟ ସରକାର ୧.୩୬ଲକ୍ଷ କୋଟିର ପ୍ରକଳ୍ପ କରାଇ ଦେଉନାହାନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅବଶ୍ୟ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ଏହି ପ୍ରସଙ୍ଗ ଉଠାଇଥିଲେ ଓ ବିଜେଡି ଏହାର ଜବାବ ଦେଇଥିଲା ।
କେନ୍ଦ୍ର ସରକାର ୧୧୯.୫ କିଲୋମିଟର ଜାତୀୟ ରାଜପଥର ବିକାଶ ପାଇଁ ୨୦୬୭ କୋଟି ୫୦ଲକ୍ଷ ଟଙ୍କା ବିନିଯୋଗ କରିବା ଲାଗି ବ୍ୟୟ ଅଟକଳ କରିଛନ୍ତି । ଚଣ୍ଡିଖୋଲଠାରୁ ଭୁବନେଶ୍ୱର, ଭଦ୍ରକରୁ ବାଲେଶ୍ୱର ଓ ଟାଙ୍ଗୀରୁ ଭୁବନେଶ୍ୱର ମଧ୍ୟରେ ଜାତୀୟ ରାଜପଥ ୭ ଲେନ୍‍ହେବ । ଏଥିରେ ବାଲିକୁଦା, ଶିଖରପୁର ଓ ଚଣ୍ଡୀଖୋଲରେ ଭୂତଳ ବ୍ରିଜ ନିର୍ମାଣ ହେବ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିିଥିଲେ, ବିକାଶକୁ ନେଇ ରାଜନୀତି ନ ହେଉ । ଓଡ଼ିଶାକୁ ପଛେ ପଇସା ନ ଆସୁ, କେନ୍ଦ୍ର ସରକାର ବା ମୋଦୀଙ୍କ ପତିଆରା ନ ବଢୁ ଏହି ଲକ୍ଷ୍ୟରେ ରାଜ୍ୟ ସରକାର ଏଠାରେ କେନ୍ଦ୍ରୀୟ ପ୍ରକଳ୍ପ କରାଇ ଦେଉନାହାନ୍ତି ।

Leave A Reply

Your email address will not be published.