ପ୍ରମୁଖ ଖବର

ଜମ୍ମୁ ବିମାନବନ୍ଦରରେ ରକେଟ୍‌ ଆକ୍ରମଣ, ୮ କ୍ଷେପଣାସ୍ତ୍ର ନଷ୍ଟ କଲା ଭାରତ
ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରେ ହେବ ସାଇନ୍ସ ସିଟି
କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଣ୍ଟ
ଭାରତର ୫ ରାଫେଲ ଖସାଇବା ମିଛ କହି ଲଜ୍ଜିତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ
ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ
ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍; ୬ମୃତ
ଓଡ଼ିଶା ଆସିବେନି ଶାହା, ସ୍ଥଗିତ ରହିଲା କାର୍ଯ୍ୟକ୍ରମ
ଓଡ଼ିଶା ଓ୍ବେବସାଇଟ୍‌କୁ ହ୍ୟାକ୍‌ କଲା ପାକିସ୍ତାନ

୧୨ ଘଣ୍ଟା ଧରି ଉପକୂଳକୁ ଘାଣ୍ଟିବ ଫନି

0

୧୫ କିଲୋମିଟର ବେଗରେ ଆଗକୁ ଆସୁଛି
ପୁରୀ ନିକଟବର୍ତୀ ଅଞ୍ଚଳରେ ମାଡ଼ ହେବ
ବର୍ଷା ଆରମ୍ଭ ହୋଇଛି, ଧୀରେ ଧୀରେ ପବନ ବି ବଢୁଛି
ଅନ୍ୟ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ, ଅପରାହ୍ନରେ ବଢିବ

ଭୁବନେଶ୍ୱର: ଭୀଷଣରୁ ଅତି ଭୀଷଣ ଅବସ୍ଥାରେ ଥିବା ବାତ୍ୟା ଫନି ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପୁରୀ ଉପକୂଳକୁ ମାଡ଼ି ଆସୁଛି । ବର୍ତମାନ ଏହା ପୁରୀ ଠାରୁ ୪୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳରେ ପବନର ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟରରୁ ୨୦୦, ସ୍ଥଳ ବିଶେଷରେ ଏହା ୨୧୦ କିଲୋମିଟରକୁ ଛୁଉଁଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାତ୍ୟା ଫନି ଆସନ୍ତାକାଲି ଅପରାହ୍ନରେ ପୁରୀର ସାତପଡାରୁ ଚନ୍ଦ୍ରଭାଗା ମଧ୍ୟରେ ସ୍ଥଳ ଭାଗରେ ପ୍ରବେଶ କରିବ । ପାଖାପାଖି ୧୨ ଘଣ୍ଟା ରହିବ ଏହାର ପ୍ରକୋପ । ଯଦିଓ ଏହା ସ୍ଥଳ ଭାଗ ଛୁଇଁବା ପରେ ପବନର ବେଗ ୧୫୦ କିଲୋମିଟରକୁ କମିଯିବ, କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ଯେ କୌଣସି ସ୍ଥାନରେ ଆକସ୍ମିକ ବନ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ୪ ତାରିଖ ସକାଳ ପର୍ଯ୍ୟନ୍ତ ପବନ ପ୍ରଭାବ ରଖିବ ।

ମହାବାତ୍ୟା ଠାରୁ କମ୍‍ ପ୍ରଭାବ ରଖିଲେ ଫନିର ପ୍ରଭାବ ହୁଡହୁଡ୍‍ ଠାରୁ କମିବ ନାହିଁ ବୋଲି ଭାରତର ପାଣିପାଗ କେନ୍ଦ୍ରର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଜଣାଇଛନ୍ତି । ତେବେ ତିତିଲି ଠାରୁ ଏହାର ପ୍ରକୋପ ଯଥେଷ୍ଟ ଅଧିକ ରହିବ ।

ପୁରୀ ସମେତ ଉପକୂଳରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଲାଣି । ଆକାଶ ମେଘାଚ୍ଛନ୍ନ ହୋଇପଡିଛି ଓ ପୁରୀରେ ବର୍ଷା ବି ଆରମ୍ଭ ହୋଇଛି । ଧୀରେ ଧୀରେ ପବନ ବହିବା ଆରମ୍ଭ ହେଲାଣି । ଏହାର ପ୍ରକୋପ ଅପରାହ୍ନ ବେଳକୁ ବଢିବ ଓ ବର୍ଷା ବି ।

ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫନିକୁ ନେଇ ଭୟ ନ କରିବା ଲାଗି ପରାମର୍ଶ ଦେଇଛନ୍ତି । ଆତଙ୍କିତ ବା ଭୟଭୀତ ନ ହୋଇ ସରକାରଙ୍କୁ ସହଯୋଗ କରିବା ଲାଗି ନବୀନ ନିବେଦନ କରିଛନ୍ତି ।

ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ଏବେ ସୁଦ୍ଧା ୧୧ ଜିଲ୍ଲାର ୨୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଲାଣି । ଗଜପତିର ସର୍ବାଧିକ ୮ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୭୦ରୁ ଅଧିକ ବରିଷ୍ଠ ପଦାଧିକାରୀଙ୍କୁ ବାତ୍ୟା ମୁକାବିଲା କାର୍ଯ୍ୟରେ ଲଗାଯାଇଛି । ୩ହଜାର ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ହୋଇରହିଥିବା କୁହାଯାଉଛି । ଆବଶ୍ୟକ ପଡିଲେ ଏୟାର ଡ୍ରପିଂ କରି ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ।

ପୁରୀରୁ ୩ଟି ସ୍ୱତନ୍ତ୍ର ଟ୍ରେନ୍‍ କରାଯାଇଛି, ଯାହା ମାଧ୍ୟମରେ ପର୍ଯ୍ୟଟକମାନେ ସାଲିମାର ପର୍ଯ୍ୟନ୍ତ ଯାଇପାରିବେ ।

Leave A Reply

Your email address will not be published.