ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ଯେ କୌଣସି ମୁହୂର୍ତରେ ପୁରୀ ଛୁଇଁବ ଫନି

0

ପୁରୀରେ ୧୫୦ କିଲୋମିଟର ବେଗରେ ପବନ
ବ୍ରହ୍ମପୁରରେ ସର୍ବାଧିକ ବର୍ଷା, ୮୫ କିଲୋମିଟର ଛୁଇଁଲାଣି ପବନ
ଭୁବନେଶ୍ୱରରେ ବର୍ଷା ଓ ପବନ ଆରମ୍ଭ

ଭୁବନେଶ୍ୱର: ଭୀଷଣରୁ ଭୀଷଣ ଅବସ୍ଥାରେ ସାମୁଦ୍ରିକ ବାତ୍ୟା ଫନି ଏବେ ଭୟାନକ ରୂପ ଧରି ପୁରୀ ଉପକୂଳ ଅଞ୍ଚଳକୁ ମାଡି ଆସୁଛି । ଯେ କୌଣସି ମୁହୂର୍ତରେ ଏହା ଉପକୂଳ ଛୁଇଁବାର ସମ୍ଭାବନା ଅଛି । ସକାଳ ୭ଟା ରିପୋର୍ଟ ଅନୁସାରେ, ଏହା ପୁରୀ ଠାରୁ ୭୫ କିଲୋମିଟର ଓ ଗୋପାଳପୁର ଠାରୁ ୬୫ କିଲୋମିଟର ଦୂରରେ ରହିଛି । ବର୍ତମାନ ସେଠାରେ ପବନର ବେଗ ଘଣ୍ଟାପ୍ରତି ୨୦୫ କିଲୋମିଟର ପର୍ଯ୍ୟନ୍ତ ରହିଛି ।

ଏପଟେ ପୁରୀ ଓ ଗୋପାଳପୁରରେ ପବନର ବେଗ ଯଥାକ୍ରମେ ଘଣ୍ଟାପ୍ରତି ୧୫୦କିଲୋମିଟର ଓ ୮୫ କିଲୋମିଟର ରହିଛି । ପ୍ରବଳରୁ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ଓ ପବନ ଜାରି ରହିଛି । ଗୋପାଳପୁରରେ ବର୍ତମାନ ସୁଦ୍ଧା ୧୬୦ ମିଲିମିଟର ବର୍ଷା ହୋଇସାରିଲାଣି । ସେହିପରି ପୁରୀରେ ୧୦୦ ମିଲିମିଟର ଓ ଭୁବନେଶ୍ୱରରେ ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ପୁରୀ ପେଣ୍ଠକଟା ବସ୍ତିରେ ପାଣି ପଶିଯାଇଛି । ରାସ୍ତା ଠାରୁ ୧୫ ଫୁଟ ଦୂରରେ ସମୁଦ୍ର ରହିଥିବା ଲକ୍ଷ୍ୟ କରାଯାଉଛି । ୬ ଫୁଟରୁ ଅଧିକ ଉଚ୍ଚର ଜୁଆର ଉଠୁଛି ।

ଏହା ଯେ କୌଣସି ମୁହୂର୍ତରେ ଉତ୍ତର ଉତ୍ତର ପୂର୍ବ ଦିଗକୁ ଗତି କରି ପୁରୀ ଉପକୂଳ ସ୍ପର୍ଶ କରିବ । ସର୍ବାଧିକ ୨୦୦ କିଲୋମିଟର ପବନର ବେଗ ରହିବ ବୋଲି ପାଣିପାଗ ବିଭାଗ ସୂଚାଇଛି ।

ସରକାରୀ ସୂଚନା ମୁତାବକ, ୧୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ସରିଛି । ଭୁବନେଶ୍ୱରରେ ମଧ୍ୟ ୧୫ହଜାର ଲୋକ ବିଭିନ୍ନ ଆଶ୍ରୟସ୍ଥଳୀରେ ଅଛନ୍ତି ।

Leave A Reply

Your email address will not be published.