ପ୍ରମୁଖ ଖବର

କୋଇଲା କ୍ଷେତ୍ରରେ AI ବ୍ୟବହାରକୁ ଗୁରୁତ୍ୱ, ଏମସିଏଲ ସହ ଆଇଆଇଏମ ସମ୍ବଲପୁରର ଚୁକ୍ତି
ସୋମନାଥରେ ୭୫ ବର୍ଷ ପୂର୍ତ୍ତି ଉତ୍ସବ: ସାମିଲ ହେବେ ପ୍ରଧାନମନ୍ତ୍ରୀ
ଫ୍ୟାଶନ ଜଗତରୁ ଶାସନ ସତ୍ତା ପର୍ଯ୍ୟନ୍ତ; ବଙ୍ଗର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ଅଗ୍ନିମିତ୍ରା
ତାମିଲନାଡ଼ୁରେ ସରକାର ଗଢ଼ିବ ଟିଭିକେ, ରାଜ୍ୟପାଳଙ୍କ ନିକଟରେ ଦାବି ପେଶ କଲେ ବିଜୟ
ସୁଦୃଢ଼ ହେବ ଓଡ଼ିଶା-ବଙ୍ଗ ସମ୍ପର୍କ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦିଦିଙ୍କ ଦୁର୍ଗ ଭାଙ୍ଗିଲା: ଅମିତ ଶାହ

ଯେ କୌଣସି ମୁହୂର୍ତରେ ପୁରୀ ଛୁଇଁବ ଫନି

0

ପୁରୀରେ ୧୫୦ କିଲୋମିଟର ବେଗରେ ପବନ
ବ୍ରହ୍ମପୁରରେ ସର୍ବାଧିକ ବର୍ଷା, ୮୫ କିଲୋମିଟର ଛୁଇଁଲାଣି ପବନ
ଭୁବନେଶ୍ୱରରେ ବର୍ଷା ଓ ପବନ ଆରମ୍ଭ

ଭୁବନେଶ୍ୱର: ଭୀଷଣରୁ ଭୀଷଣ ଅବସ୍ଥାରେ ସାମୁଦ୍ରିକ ବାତ୍ୟା ଫନି ଏବେ ଭୟାନକ ରୂପ ଧରି ପୁରୀ ଉପକୂଳ ଅଞ୍ଚଳକୁ ମାଡି ଆସୁଛି । ଯେ କୌଣସି ମୁହୂର୍ତରେ ଏହା ଉପକୂଳ ଛୁଇଁବାର ସମ୍ଭାବନା ଅଛି । ସକାଳ ୭ଟା ରିପୋର୍ଟ ଅନୁସାରେ, ଏହା ପୁରୀ ଠାରୁ ୭୫ କିଲୋମିଟର ଓ ଗୋପାଳପୁର ଠାରୁ ୬୫ କିଲୋମିଟର ଦୂରରେ ରହିଛି । ବର୍ତମାନ ସେଠାରେ ପବନର ବେଗ ଘଣ୍ଟାପ୍ରତି ୨୦୫ କିଲୋମିଟର ପର୍ଯ୍ୟନ୍ତ ରହିଛି ।

ଏପଟେ ପୁରୀ ଓ ଗୋପାଳପୁରରେ ପବନର ବେଗ ଯଥାକ୍ରମେ ଘଣ୍ଟାପ୍ରତି ୧୫୦କିଲୋମିଟର ଓ ୮୫ କିଲୋମିଟର ରହିଛି । ପ୍ରବଳରୁ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ଓ ପବନ ଜାରି ରହିଛି । ଗୋପାଳପୁରରେ ବର୍ତମାନ ସୁଦ୍ଧା ୧୬୦ ମିଲିମିଟର ବର୍ଷା ହୋଇସାରିଲାଣି । ସେହିପରି ପୁରୀରେ ୧୦୦ ମିଲିମିଟର ଓ ଭୁବନେଶ୍ୱରରେ ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ପୁରୀ ପେଣ୍ଠକଟା ବସ୍ତିରେ ପାଣି ପଶିଯାଇଛି । ରାସ୍ତା ଠାରୁ ୧୫ ଫୁଟ ଦୂରରେ ସମୁଦ୍ର ରହିଥିବା ଲକ୍ଷ୍ୟ କରାଯାଉଛି । ୬ ଫୁଟରୁ ଅଧିକ ଉଚ୍ଚର ଜୁଆର ଉଠୁଛି ।

ଏହା ଯେ କୌଣସି ମୁହୂର୍ତରେ ଉତ୍ତର ଉତ୍ତର ପୂର୍ବ ଦିଗକୁ ଗତି କରି ପୁରୀ ଉପକୂଳ ସ୍ପର୍ଶ କରିବ । ସର୍ବାଧିକ ୨୦୦ କିଲୋମିଟର ପବନର ବେଗ ରହିବ ବୋଲି ପାଣିପାଗ ବିଭାଗ ସୂଚାଇଛି ।

ସରକାରୀ ସୂଚନା ମୁତାବକ, ୧୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ସରିଛି । ଭୁବନେଶ୍ୱରରେ ମଧ୍ୟ ୧୫ହଜାର ଲୋକ ବିଭିନ୍ନ ଆଶ୍ରୟସ୍ଥଳୀରେ ଅଛନ୍ତି ।

Leave A Reply

Your email address will not be published.