୩ ତାରିଖ ପୂର୍ବାହ୍ନରେ ପୁରୀ ନିକଟରେ ମାଡ଼ ହଲୋ ସାମୁଦ୍ରିକ ବାତ୍ୟା ‘ଫନି’। ଘଣ୍ଟାକୁ ପାଖାପାଖି ୨୦୦ କିମି ବଗେରେ ପବନ ପୁରୀ, ଭୁବନଶେ୍ବରକୁ ଛାରଖାର କରିଦେଇଛି। ଏଥିସହିତ ୧୪ ଜିଲ୍ଲାରେ କ୍ଷୟକ୍ଷତି ବ୍ୟାପକ କରିଛି। ହଜାର ହଜାର ଘରର ଛପର ଉଡ଼ି ଯାଇଥିବାବଳେେ ଲକ୍ଷ ଲକ୍ଷ ଗଛ ଧରାଶାୟୀ ହୋଇଯାଇଛନ୍ତି। ଉଜୁଡ଼ି ଯାଇଛି ଉପକୂଳର ସବୁଜିମା। ଏମିତି ତାଣ୍ଡବ ରଚିଛି ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ‘ଫନି’।
ଶୁକ୍ରବାର ସକାଳ ସାଢ଼େ ୮ଟାରୁ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପୁରୀ ନିକଟରେ ସ୍ଥଳଭାଗରେ ପ୍ରବଶେ କରିଥିଲା। ଘଣ୍ଟାକୁ ୪୦/୫୦ କିମିରୁ ଆରମ୍ଭ ହୋଇଥିବା ପବନର ବଗେ ଲ୍ୟାଣ୍ଡଫଲ୍ ସମୟରେ ୧୭୫ କିମିକୁ ଛୁଇଁଥିଲା। କ୍ରମଶଃ ଏହା ବୃଦ୍ଧି ପାଇ ୨୦୦ କିମିକୁ ବି ଟପି ଯାଇଥିଲା। ଫଳରେ ପୁରୀ, ସାତପଡ଼ା, ଅସ୍ତରଙ୍ଗ, ଆଦି ସ୍ଥାନରେ ଅଶାନ୍ତ ହୋଇ ଉଠିଥିଲା ସମୁଦ୍ର।
ଭୁବନଶେ୍ବର ଅତିକ୍ରମ କଲାବଳେେ ପବନର ବଗେ ଘଣ୍ଟା ପ୍ରତି ୧୭୦ କିମିକୁ ଛୁଇଁବାରୁ ଏହା ୧୯୯୯ ମହାବାତ୍ୟାର ଭୟାବହତାକୁ ମନେ ପକାଇ ଦେଇଥିଲା। ପ୍ରାୟ ୪ ଘଣ୍ଟା କାଳ ଘାଣ୍ଟିବା ପରେ ଅପରାହ୍ଣ ସାଢ଼େ ତିନିଟା ବଳେକୁ ‘ଫନି’ର ପ୍ରକୋପ କିଛିଟା କମିଥିଲା। ତବେେ ସତେେବଳେକୁ ଭୁବନଶେ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଏହା ଏମିତି ଧ୍ବଂସଲୀଲା ସୃଷ୍ଟି କରିଥିଲା ଯେ ସ୍ମାର୍ଟ ସିଟି ଭାବେ ର୍ଗବ କରୁଥିବା ଭୁବନଶେ୍ବର ଅଳ୍ପ କତେେ ଘଣ୍ଟା ମଧ୍ୟରେ ଶ୍ରୀହୀନ ହୋଇ ଯାଇଛି। ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଟ ଆଦି ଉପୁଡ଼ି ଯାଇଥିବାବଳେେ କବେୁଲ ଓ ଟଲେିଫୋନ ତାର, ହୋଡ଼ିଂ, ଆଜବଷେ୍ଟସ୍, ଟିଣ ଆଦି ଉଡ଼ି ରାଜଧାନୀକୁ ଛାରଖାର କରି ଦେଇଛି।
ପ୍ରମୁଖ ଖବର
କୋଇଲା କ୍ଷେତ୍ରରେ AI ବ୍ୟବହାରକୁ ଗୁରୁତ୍ୱ, ଏମସିଏଲ ସହ ଆଇଆଇଏମ ସମ୍ବଲପୁରର ଚୁକ୍ତି
ସୋମନାଥରେ ୭୫ ବର୍ଷ ପୂର୍ତ୍ତି ଉତ୍ସବ: ସାମିଲ ହେବେ ପ୍ରଧାନମନ୍ତ୍ରୀ
ଫ୍ୟାଶନ ଜଗତରୁ ଶାସନ ସତ୍ତା ପର୍ଯ୍ୟନ୍ତ; ବଙ୍ଗର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ଅଗ୍ନିମିତ୍ରା
ତାମିଲନାଡ଼ୁରେ ସରକାର ଗଢ଼ିବ ଟିଭିକେ, ରାଜ୍ୟପାଳଙ୍କ ନିକଟରେ ଦାବି ପେଶ କଲେ ବିଜୟ
ସୁଦୃଢ଼ ହେବ ଓଡ଼ିଶା-ବଙ୍ଗ ସମ୍ପର୍କ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦିଦିଙ୍କ ଦୁର୍ଗ ଭାଙ୍ଗିଲା: ଅମିତ ଶାହ