୩ ତାରିଖ ପୂର୍ବାହ୍ନରେ ପୁରୀ ନିକଟରେ ମାଡ଼ ହଲୋ ସାମୁଦ୍ରିକ ବାତ୍ୟା ‘ଫନି’। ଘଣ୍ଟାକୁ ପାଖାପାଖି ୨୦୦ କିମି ବଗେରେ ପବନ ପୁରୀ, ଭୁବନଶେ୍ବରକୁ ଛାରଖାର କରିଦେଇଛି। ଏଥିସହିତ ୧୪ ଜିଲ୍ଲାରେ କ୍ଷୟକ୍ଷତି ବ୍ୟାପକ କରିଛି। ହଜାର ହଜାର ଘରର ଛପର ଉଡ଼ି ଯାଇଥିବାବଳେେ ଲକ୍ଷ ଲକ୍ଷ ଗଛ ଧରାଶାୟୀ ହୋଇଯାଇଛନ୍ତି। ଉଜୁଡ଼ି ଯାଇଛି ଉପକୂଳର ସବୁଜିମା। ଏମିତି ତାଣ୍ଡବ ରଚିଛି ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ‘ଫନି’।
ଶୁକ୍ରବାର ସକାଳ ସାଢ଼େ ୮ଟାରୁ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପୁରୀ ନିକଟରେ ସ୍ଥଳଭାଗରେ ପ୍ରବଶେ କରିଥିଲା। ଘଣ୍ଟାକୁ ୪୦/୫୦ କିମିରୁ ଆରମ୍ଭ ହୋଇଥିବା ପବନର ବଗେ ଲ୍ୟାଣ୍ଡଫଲ୍ ସମୟରେ ୧୭୫ କିମିକୁ ଛୁଇଁଥିଲା। କ୍ରମଶଃ ଏହା ବୃଦ୍ଧି ପାଇ ୨୦୦ କିମିକୁ ବି ଟପି ଯାଇଥିଲା। ଫଳରେ ପୁରୀ, ସାତପଡ଼ା, ଅସ୍ତରଙ୍ଗ, ଆଦି ସ୍ଥାନରେ ଅଶାନ୍ତ ହୋଇ ଉଠିଥିଲା ସମୁଦ୍ର।
ଭୁବନଶେ୍ବର ଅତିକ୍ରମ କଲାବଳେେ ପବନର ବଗେ ଘଣ୍ଟା ପ୍ରତି ୧୭୦ କିମିକୁ ଛୁଇଁବାରୁ ଏହା ୧୯୯୯ ମହାବାତ୍ୟାର ଭୟାବହତାକୁ ମନେ ପକାଇ ଦେଇଥିଲା। ପ୍ରାୟ ୪ ଘଣ୍ଟା କାଳ ଘାଣ୍ଟିବା ପରେ ଅପରାହ୍ଣ ସାଢ଼େ ତିନିଟା ବଳେକୁ ‘ଫନି’ର ପ୍ରକୋପ କିଛିଟା କମିଥିଲା। ତବେେ ସତେେବଳେକୁ ଭୁବନଶେ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଏହା ଏମିତି ଧ୍ବଂସଲୀଲା ସୃଷ୍ଟି କରିଥିଲା ଯେ ସ୍ମାର୍ଟ ସିଟି ଭାବେ ର୍ଗବ କରୁଥିବା ଭୁବନଶେ୍ବର ଅଳ୍ପ କତେେ ଘଣ୍ଟା ମଧ୍ୟରେ ଶ୍ରୀହୀନ ହୋଇ ଯାଇଛି। ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଟ ଆଦି ଉପୁଡ଼ି ଯାଇଥିବାବଳେେ କବେୁଲ ଓ ଟଲେିଫୋନ ତାର, ହୋଡ଼ିଂ, ଆଜବଷେ୍ଟସ୍, ଟିଣ ଆଦି ଉଡ଼ି ରାଜଧାନୀକୁ ଛାରଖାର କରି ଦେଇଛି।
ପ୍ରମୁଖ ଖବର
ଜେଲ୍ ଯିବା ପରେ ବିଗିଡିଲା ଚକ୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା,ଡାକ୍ତରଖାନାରେ ଭର୍ତ୍ତି
ରାଜ୍ୟର ୧୨ ଜିଲ୍ଲାକୁ ମାଡ଼ିଲାଣି କରୋନା, ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୧୫କୁ ବୃଦ୍ଧି
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ
ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ସପ୍ଲାୟର ଗିରଫ