ଭୁବନେଶ୍ୱର: ରାଜ୍ୟର ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ବିଜେତା ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସଂସ୍କୃତି ବିଭାଗର ଏହିପରି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏହି ବର୍ଗର ପ୍ରତିଭାସଂପନ୍ନ ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ସ୍ୱରୂପ ମାସକୁ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭତ୍ତା ପାଇଁ ଯୋଗ୍ୟ ବ୍ୟକ୍ତିତ୍ୱଙ୍କ ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ ମଧ୍ୟ
ନିର୍ଦ୍ଦେଶ ଦିଆଯାଇଛି ।
କିଛିଦିନ ତଳେ ଏକ ଓଡ଼ିଶା ଖବର କାଗଜରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଶ୍ରୀ ଦୈତାରୀ ନାୟକଙ୍କ ବିଷୟରେ ଏକ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ କି ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ ଓ ଏଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାରେ ଯେତେଜଣ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିତ୍ୱ ଅଛନ୍ତି ସେମାନଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଜିଲ୍ଲାପାଳମାନଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୪ ଜଣ ପଦ୍ମଶ୍ରୀ
ପୁରସ୍କାର ପାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର ଦେହାନ୍ତ ହୋଇସାରିଛି । ଅବଶିଷ୍ଟ ଯେଉଁମାନେ କର୍ମମୟ ଜୀବନଯାପନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଳ୍ପକିଛି ବ୍ୟକ୍ତିଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ ବୋଲି ଜଣାପଡ଼ିଛି । ଏହି ଆର୍ଥିକ ଦୁରାବସ୍ଥାସଂପନ୍ନ ବ୍ୟକ୍ତିତ୍ୱମାନଙ୍କର ଦୈନନ୍ଦିନ ଜୀବନ ଭରଣାପୋଷଣ ପାଇଁ ମୁଖ୍ୟମନ୍ତ୍ରୀ ଏହି ମର୍ମରେ ନିଷ୍ପତ୍ତି ନେଇଛନ୍ତି । ଖୁବ୍ ଶୀଘ୍ର ଏହି ବ୍ୟକ୍ତିତ୍ୱମାନଙ୍କୁ ଆର୍ଥିକ ସହାୟତା ଦିଆଯିବ ।
ଏହାଦ୍ୱାରା ଦୈତାରୀ ନାୟକଙ୍କ ପରି ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ ।
ସୂଚନାଯୋଗ୍ୟ ଯେ ଶ୍ରୀ ଦୈତାରୀ ନାୟକ ନିଜ ଉଦ୍ୟମରେ କେଉଁଝର ଜିଲ୍ଲାର ଜଳସେଚନ ରହିତ ପାହାଡ଼ିଆ ଅଞ୍ଚଳରେ ପାହାଡ଼ ଖୋଳି ନଦୀର ଏକ ଚ୍ୟାନେଲ୍ ସୃଷ୍ଟି କରି ୨୦୧୮ ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ ।
ପ୍ରମୁଖ ଖବର
ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ