ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ସାରଥିଙ୍କ ଉପରୁ ବିପଦ ଟଳିନି, କାହିିଁକି?

0

ଭୁବନେଶ୍ୱର: ଚୌଦ୍ୱାର ଜେଲ ହାଜତରୁ ବାହାରିବା ପରେ ସାରଥି ବାବା ଓରଫ୍‍ ସନ୍ତୋଷ ରାଉଳଙ୍କୁ ନିସ୍ତାର ନାହିଁ । ଆଜି କ୍ରାଇମବାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ତାଙ୍କ ଉପରେ ନଜର ରଖାଯିବ । ବେଲ ବଣ୍ଡ ସର୍ତ ସେ ପାଳନ କରୁଛନ୍ତି କି ନାହିଁ ,ତାହା କ୍ରାଇମବ୍ରାଞ୍ଚ ଦେଖିବ । ଯଦି ସେ ଉଲ୍ଲଂଘନ କରନ୍ତି,ତେବେ କାର୍ଯ୍ୟାନୁଷ୍ଠାନ ହେବ ।
କ୍ରାଇମବ୍ରାଞ୍ଚର ଏହି ସୂଚନା ସାରଥି ଭକ୍ତଙ୍କୁ ନିରାଶ କରିଛି । ଆଉଥରେ ଦରବାର କରିବା ଲାଗି ବାବା କୌଣସି ସୁଯୋଗ ପାଇବେ ନାହିଁ । କେବଳ ସେତିକି ନୁହେଁ, ସେ ଭକ୍ତଙ୍କୁ ଭେଟି ପୂର୍ବଭଳି କୌଣସି ଅଲୌକିକତା ଦେଖାଇପାରିବେ ନାହିଁ ।
ଗୁରୁବାର ଜେଲରୁ ବାହାରିବା ପରେ ସାରଥିଙ୍କୁ ଭେଟିବା ଲାଗି ଚୌଦ୍ୱାର ଜେଲ ବାହାରେ ବହୁ ଭକ୍ତ ରୁଣ୍ଡ ହୋଇଥିଲେ । ସେହିଭଳି ବିରୋଧୀ ବି ଉପସ୍ଥିତ ଥିଲେ । କିନ୍ତୁ ସାରଥି କାହାକୁ କିଛି ନ କହି ନିଜ ସଂପର୍କୀୟଙ୍କ ସହିତ ଚାଲିଯାଇଥିଲେ ।

Leave A Reply

Your email address will not be published.