ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଣ ସବୁ ବଦଳାଇଲେ ମୋଦୀ-ଶାହ ଯୋଡି

0

ନୂଆଦିଲ୍ଲୀ: ଭାରତ ସରକାର ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଜମ୍ମୁ-କଶ୍ମୀରକୁ ଭାରତ ଠାରୁ ଅଲଗା କରି ରଖିଥିବା ସମ୍ବିଧାନର ଧାରା ୩୭୦କୁ ଶେଷରେ ଉଚ୍ଛେଦ କରିଛନ୍ତି। ଦେଶ ସ୍ବାଧୀନ ହେବାର ୭୨ ବର୍ଷ ପରେ ସମଗ୍ର ଦେଶରେ ଗୋଟିଏ ସାମ୍ବିଧାନିକ ବ୍ୟବସ୍ଥା ପ୍ରଚଳିତ ହେବ ଓ ସବୁଠାରେ ଜାତୀୟ ପତାକା ଉଡିପାରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସମଗ୍ର ବିଶ୍ବରେ କମ୍ପନ ସୃଷ୍ଟି ହୋଇଛି। ଭାରତବାସୀ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ପୁଣି ଚକିତ ହୋଇଛନ୍ତି। କୌଣସି ଅଘଟଣ ଆଶଙ୍କାରେ ଆଜି ୮ ହଜାର ଅତିରିକ୍ତ ଯବାନଙ୍କୁ ଭାରତୀୟ ବାୟୁସେନାର ସି-୧୭ ବିମାନରେ କଶ୍ମୀର ପଠାଯାଇଛି। ଜମ୍ମୁ କଶ୍ମୀରରେ ପାଖାପାଖି ୪୬ ହଜାର ଯବାନ ମୁତୟନ ହୋଇଛନ୍ତି। ସ୍ଥଳସେନା ଏବଂ ବାୟୁସେନାକୁ ହାଇଆର୍ଲଟରେ ରଖାଯାଇଛି ଓ ସୀମା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ନେଇ କୌଣସି ଅଘଟଣ ଘଟିନାହିଁ।

ଗୋଟିଏ ପଟେ କ୍ଷୁବ୍ଧ ପାକିସ୍ତାନ ଆଜି ଭାରତର ହାଇକମିସନର ଅଜୟ ବିସାରିଆଙ୍କୁ ସମନ କରିଥିବା ବେଳେ ଅନ୍ୟପଟରେ ବିଶ୍ବ ସମୁଦାୟକୁ ବିଶ୍ବାସକୁ ନେଇ ଭାରତ ୫ଟି ପ୍ରମୁଖ ରାଷ୍ଟ୍ର ଚୀନ୍‌, ଫ୍ରାନ୍ସ, ରୁଷ୍‌ , ବ୍ରିଟେନ୍ ଏବଂ ଆମରେିକା ସହିତ ପାଖାପାଖି ୨୦ରୁ ଅଧିକ ଦେଶର ରାଷ୍ଟ୍ରଦୂତଙ୍କୁ ନିଷ୍ପତ୍ତି ସଂର୍ପକରେ ଅବଗତ କରିଛି।

ଏବେ ଉଭୟ ପାକିସ୍ତାନ ଓ ବିଶ୍ବ ସମୁଦାୟ କିଭଳି ନେଉଛନ୍ତି, ତାହା ଉପରେ ଭାରତର ନଜର ରହିଛି। କେବଳ ସେତିକି ନୁହେଁ, କର୍ଫ୍ୟୁ କୋହଳ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ କେନ୍ଦ୍ରର ଏହି ନୂଆ ନିଷ୍ପତ୍ତି ଉପରେ କିଭଳି ପ୍ରତିକ୍ରିୟା ରଖୁଛନ୍ତି, ତାହା ବି ଦେଖିବା କଥା। କିନ୍ତୁ କଶ୍ମୀର ପଣ୍ଡିତଙ୍କ ଠାରୁ ଆରମ୍ଭ କରି ଭାରତର ବିଶିଷ୍ଟ ବୁଦ୍ଧିଜୀବୀ, ବିଶେଷଜ୍ଞ ସମସ୍ତେ ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ବିଜେଡି, ଵାଇଏସଆର କଂଗ୍ରସେ, ଆମ ଆଦମି ପାର୍ଟି ପ୍ରମୁଖ କେନ୍ଦ୍ରର ନିଷ୍ପତ୍ତିକୁ ସଂସଦରେ ସର୍ମଥନ ଜଣାଇଛନ୍ତି। ହେଲେ କେନ୍ଦ୍ରର ସହଯୋଗୀ ଦଳ ଜେଡିୟୁ ପ୍ରମୁଖ ଏହା ଉପରେ ଆପତ୍ତି ଉଠାଇ ଆଜି କକ୍ଷତ୍ୟାଗ କରିଥିଲେ।

ଜାତୀୟ ଗଣମାଧ୍ୟମ ସଂସ୍ଥାରୁ ମିଳୁଥିବା ଖବର ଅନୁସାରେ, ଜମ୍ମୁ-କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହେପାଜତକୁ ନେଇଛି ପୁଲିସ। ମେହବୁବାଙ୍କ ପରେ ଓମର ଅବଦୁଲ୍ଲାଙ୍କ ହାତରେ ହାତକଡି ପକାଇଛି ପୁଲିସ। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରନେ୍ସର ନେତା ଓମାରଙ୍କୁ ଗିରଫ କରାଯାଇଛି। ଏହାପୂର୍ବରୁ ପିଡିପି ନେତ୍ରୀ ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ମଧ୍ୟ ଗିରଫ କରିଥିଲା ପୁଲିସ। ଶ୍ରୀନଗରରୁ ଉଭୟଙ୍କୁ ଗିରଫ କରିଛି ପୋଲିସ। ଗତକାଲି ଠାରୁ ଉଭୟଙ୍କୁ ନଜରବନ୍ଦୀରେ ରଖାଯାଇଥିଲା। ଗିରଫ ପରେ ମେହବୁବାଙ୍କୁ ଗେଷ୍ଟ ହାଉସକୁ ନିଆଯାଇଥିବା ବେଳେ ଓମାରଙ୍କୁ ପୋଲିସ ନିଜ ହେପାଜତରେ ରଖିଥିବା ନେଇ ସୂଚନା ମିଳିଛି।

ନରେନ୍ଦ୍ର ମୋଦୀ ସରକାର ନେଇଥିବା ଐତିହାସିକ ନିଷ୍ପତ୍ତି କ୍ରମରେ କଶ୍ମୀରରେ ସ୍ଥାନୀୟ ବାସିନ୍ଦାଙ୍କୁ ଘର କରିବା ଓ ସରକାରୀ ଚାକିରିରେ ମିଳୁଥିବା ସ୍ବତନ୍ତ୍ର ସୁବିଧା ସଂକ୍ରାନ୍ତ ଧାରା ୩୫-ଏ ଉଚ୍ଛେଦ ହୋଇଛି। ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇଛି।ଏହି ରାଜ୍ୟର ବିଭାଜନ ଘଟିଛି ଓ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ବିରୋଧୀ କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଥିଲେ ହେଁ, ଏହାର କୌଣସି ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ ପଡିନାହିଁ। ବରଂ ଏ ସଂକ୍ରାନ୍ତ ଦୁଇ ଦୁଇଟି ବିଲ୍ ଆଜି ସଂସଦରେ ସୁରୁଖୁରୁରେ ଓ ନିର୍ଦ୍ବନ୍ଦ୍ବରେ ପାରିତ ହୋଇଛି।

କେନ୍ଦ୍ର ସରକାରଙ୍କ ଆଜିର ନିଷ୍ପତ୍ତି ପରେ ରାଜ୍ୟରେ କୌଣସି ଅପରାଧ ମାମଲାରେ‌ ରଣବୀର ପିଙ୍ଗଳ କୋଡ୍ (ଆର୍‌ପିସି) ବଦଳରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) କାର୍ଯ୍ୟକାରୀ ହେବ। ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବ ଏବଂ ସେଠାରେ ବିଧାନସଭା ଆସନ ସଂଖ୍ୟା ୧୦୭ ରହିବ। ସୀମା ପୁନଃ ନିର୍ଧାରଣ ପରେ ବିଧାନସଭା ଆସନ ସଂଖ୍ୟା ୭ଟି ବୃଦ୍ଧି ଘଟି ୧୧୪ରେ ପହଞ୍ଚିବ। ଆଜି ସୀମା ପୁନଃ ନିର୍ଧାରଣ କମିଟି ଗଠନ ହୋଇଛି।

ସେହିଭଳି ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ‌ଜମ୍ମୁ କଶ୍ମୀରରେ ଜଣେ ଲେଫ୍ଟନାଣ୍ଟ ଗର୍ଭଣ୍ଣର ରହିବେ। ବର୍ତ୍ତମାନ ଜମ୍ମୁ କଶ୍ମୀର ବିଧାନସଭାର ମୋଟ ସଭ୍ୟ ସଂଖ୍ୟା ୮୭ ରହିଛି। ଏଥିରେ ଲଦାଖର ୪ଟି ବିଧାନସଭା ଆସନ ରହିଛି। ତେବେ ପାକ୍ ଅଧୀକୃତ କଶ୍ମୀର ଅଧୀନରେ ଥିବା ଅଞ୍ଚଳ ପାଇଁ ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭାରେ ୨୪ଟି ଆସନ ପୂର୍ବପରି ଖାଲି ରହିବ।

ତେବେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦କୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରିନାହାନ୍ତି। ବରଂ ୩୭୦ର ସମସ୍ତ ପ୍ରାବଧାନକୁ ଅଚଳ ଦିଆଯାଇଛି ବୋଲି ଅନ୍ତର୍ଜାତୀୟ ନ୍ୟାୟାଳୟରେ ଭାରତର ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲ୍‌ଭେ କହିଛନ୍ତି।

ତେବେ ଏଭଳି ନିଷ୍ପତ୍ତି ନେଇ ବିଜେପି ଆଜି ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ବପ୍ନକୁ ସାକାର କରିଛି। ଶ୍ୟାମା ପ୍ରସାଦ ଧାରା ୩୭୦ ଏବଂ କଶ୍ମୀରକୁ ମିଳିଥିବା ସ୍ବତନ୍ତ୍ର ମାନ୍ୟତାକୁ ବିରୋଧ କରିଥିଲେ। ୧୯୯୧-୯୨ରେ କନ୍ୟାକୁମାରୀରୁ କଶ୍ମୀର ର୍ପଯ୍ୟନ୍ତ ଏକତା ଯାତ୍ରା ସମୟରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ବିରୋଧ କରିଥିଲେ। ସେ ସମୟରେ ମୋଦୀ ଦେଇଥିବା ଧାରଣାର ଫଟୋ ଆଜି ମଧ୍ୟ ଭାଇରାଲ୍ ହୋଇଛି।

ଉଲ୍ଲେଖଯୋଗ୍ୟ, ଭାରତ ପାକିସ୍ତାନ ବିଭାଜନ ସମୟରେ ମହାରାଜ ହରି ସିଂହ କଶ୍ମୀରର ରାଜା ଥିଲେ। ଜମ୍ମୁ କଶ୍ମୀରରେ ସ୍ଥାୟୀ ବାସିନ୍ଦା ସଂପର୍କିତ ଆଇନ ମହାରାଜ ହରି ସିଂହଙ୍କ ଦ୍ବାରା ଅଣାଯାଇଥିଲା। ୧୯୪୭ ଅକ୍ଟୋବର ୨୬ରେ ଜମ୍ମୁ କଶ୍ମୀର ଭାରତରେ ସାମିଲ ହୋଇଥିଲା। ଏହି ଅବସରରେ ଜମ୍ମୁ କଶ୍ମୀର ମହାରାଜାଙ୍କୁ ପ୍ରତିରକ୍ଷା, ବୈଦେଶିକ ଓ ଯୋଗାଯୋଗ ଭଳି କ୍ଷମତା ହରାଇବାକୁ ପଡ଼ିଥିଲା। ତବେେ ପରେ ସ୍ଥାୟୀ ବାସିନ୍ଦା ସଂପର୍କିତ

ଆଇନ ଭାରତୀୟ ସମ୍ବିଧାନର ଧାରା ୩୭୦ ଓ ୩୫-ଏ ସ୍ଥାନ ପାଇଥିଲା। ୧୯୪୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁ ଓ ଜମ୍ମୁ କଶ୍ମୀର ନେତା ଶେଖ୍ଅ ଅବଦୁଲ୍ଲାଙ୍କ ମଧ୍ୟରେ ଏକ ସର୍ତ୍ତମୂଳକ ଆଲୋଚନାକ୍ରମେ ଏହା ସମ୍ବିଧାନରେ ଅନର୍ଭୁକ୍ତ କରାଯାଇଥିଲା। ଏହି ଆଇନକୁ ଭିତ୍ତି କରି ଜମ୍ମୁ କଶ୍ମୀର ୧୯୫୬ରେ ନିଜସ୍ବ ସମ୍ବିଧାନ ପ୍ରଣୟନ କରିଥିଲା।

Leave A Reply

Your email address will not be published.