ଲଘୁଚାପ ଜନିତ ବର୍ଷା କାରଣରୁ ମହାନଦୀରେ ବଡ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତାକାଲି ସଂଧ୍ୟା ପରେ ମୁଣ୍ଡୁଳିରେ ସାଢ଼େ ଏଗାର ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଳସମ୍ପଦ ବିଭାଗ ଆକଳନ କରୁଛି। ଏହାର ପରିମାଣ ବଢ଼ିପାରେ। ଏଣୁ କଟକ, କେନ୍ଦ୍ରାପଡା, ଜଗତସିଂହପୁର ସମେତ ଅବିଭକ୍ତ କଟକ, ପୁରୀ, ଅନୁଗୁଳ ଜିଲ୍ଲା ଆଦି ପ୍ରତି ବଡ଼ ବିପଦ ଦେଖାଦେଇପାରେ। ପରିସ୍ଥିତି କୁ ଦୃଷ୍ଟିରେ ରଖି ସରକାର ସମୀକ୍ଷା କରିଛନ୍ତି। ଏବେ ଖାଇରମାଲ ଦେଇ ସାଢ଼େ ଦଶ ଲକ୍ଷ କ୍ୟୁସେକ ରୁ ଅଧିକ ଜଳ ପ୍ରବାହିତ ହେଉଛି ଓ ବନ୍ୟାଜଳ ପରିମାଣ ଆହୁରି ବଢ଼ିବାରେ ଲାଗିଛି। ପରିସ୍ଥିତି କୁ ନଜରରେ ରଖି ସରକାର ହୀରାକୁଦ ଗେଟ ଖୋଲିବା ନେଇ ନିଷ୍ପତ୍ତି ବଦଳାଇଛନ୍ତି। ଆସନ୍ତାକାଲି ଅଳ୍ପ ସମୟ ପାଇଁ ଗେଟ ଖୋଲିବ। ଯଦିଓ ହୀରକୁଦରେ ଏବେ ୬୧୭ ଫୁଟ ରୁ ଅଧିକ ଜଳ ଅଛି ତଥାପି ତାଳମୁଣ୍ଡର ସ୍ଥିତି ଦେଖି ନିଷ୍ପତି ପରିବର୍ତ୍ତନ ହୋଇଥିବା ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ଅନ୍ୟପକ୍ଷରେ ସ୍ଥିତି ନିୟନ୍ତ୍ରଣ ପାଇଁ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ ଜିଲାପାଳଙ୍କୁ ନିର୍ଦେଶ ଯାଇଛି।
ପ୍ରମୁଖ ଖବର
ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା
ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
ବାୟୋଫାର୍ମା କ୍ଷେତ୍ର ପାଇଁ ୧୦ ହଜାର କୋଟି, ଶସ୍ତା ହେବ ସୁଗାର କର୍କଟ ଔଷଧ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ
ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ