ଲଘୁଚାପ ଜନିତ ବର୍ଷା କାରଣରୁ ମହାନଦୀରେ ବଡ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତାକାଲି ସଂଧ୍ୟା ପରେ ମୁଣ୍ଡୁଳିରେ ସାଢ଼େ ଏଗାର ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଳସମ୍ପଦ ବିଭାଗ ଆକଳନ କରୁଛି। ଏହାର ପରିମାଣ ବଢ଼ିପାରେ। ଏଣୁ କଟକ, କେନ୍ଦ୍ରାପଡା, ଜଗତସିଂହପୁର ସମେତ ଅବିଭକ୍ତ କଟକ, ପୁରୀ, ଅନୁଗୁଳ ଜିଲ୍ଲା ଆଦି ପ୍ରତି ବଡ଼ ବିପଦ ଦେଖାଦେଇପାରେ। ପରିସ୍ଥିତି କୁ ଦୃଷ୍ଟିରେ ରଖି ସରକାର ସମୀକ୍ଷା କରିଛନ୍ତି। ଏବେ ଖାଇରମାଲ ଦେଇ ସାଢ଼େ ଦଶ ଲକ୍ଷ କ୍ୟୁସେକ ରୁ ଅଧିକ ଜଳ ପ୍ରବାହିତ ହେଉଛି ଓ ବନ୍ୟାଜଳ ପରିମାଣ ଆହୁରି ବଢ଼ିବାରେ ଲାଗିଛି। ପରିସ୍ଥିତି କୁ ନଜରରେ ରଖି ସରକାର ହୀରାକୁଦ ଗେଟ ଖୋଲିବା ନେଇ ନିଷ୍ପତ୍ତି ବଦଳାଇଛନ୍ତି। ଆସନ୍ତାକାଲି ଅଳ୍ପ ସମୟ ପାଇଁ ଗେଟ ଖୋଲିବ। ଯଦିଓ ହୀରକୁଦରେ ଏବେ ୬୧୭ ଫୁଟ ରୁ ଅଧିକ ଜଳ ଅଛି ତଥାପି ତାଳମୁଣ୍ଡର ସ୍ଥିତି ଦେଖି ନିଷ୍ପତି ପରିବର୍ତ୍ତନ ହୋଇଥିବା ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ଅନ୍ୟପକ୍ଷରେ ସ୍ଥିତି ନିୟନ୍ତ୍ରଣ ପାଇଁ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ ଜିଲାପାଳଙ୍କୁ ନିର୍ଦେଶ ଯାଇଛି।
ପ୍ରମୁଖ ଖବର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍ ଡ୍ରଗ୍ ଟେଷ୍ଟରେ ପଜିଟିଭ୍
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ