ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଅଧା ମନ୍ତ୍ରୀ କରୁଛନ୍ତି କଣ?

0

ଭୁବନେଶ୍ୱର:ପୂର୍ତ୍ତ ବିଭାଗ ଅାଇ.ବି ରୁ ଫେରିଲା ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ଡୁଙ୍ଗୁରିପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ତାଙ୍କର ଡହଳ ବିକଳ ସ୍ଥିତି ଦେଖି ମନ୍ତ୍ରୀ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ପଠେଇବା ପାଇଁ ଯୋଜନା କରିଥିଲେ । ଅାଲୋଚନା ବେଳେ ମନ୍ତ୍ରୀ ଜାଣି ପାରିଲେ ଯେ ଖାଦ୍ୟ ବିନା ମଧ୍ୟ ସେ ଯନ୍ତ୍ରଣା ଭୋଗୁଛନ୍ତି । ତୁରନ୍ତ ମନ୍ତ୍ରୀ ନିକଟସ୍ଥ ଅାହାର କେନ୍ଦ୍ରକୁ ଯାଇଥିଲେ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ ।
କୃଷି ମନ୍ତ୍ରୀ ଅରୁଣ ସାହୁ ଅାଜି କାଳିଅା ଯୋଜନାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଯାଞ୍ଚ କରିବା ସହିତ କାଳିଅା ଛାତ୍ର ବୃତ୍ତି ନେଇ ଅାଲୋଚନା କରିଥିଲେ । ୭୨୫୮ଜଣ ପିଲାଙ୍କୁ ଛାତ୍ର ବୃତ୍ତି ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସି.ଡି.ଏମ୍‍.ଓ ସମ୍ମିଳନୀରେ ମୋ ସରକାରକୁ ନିର୍ମଳ ଯୋଜନା କାର୍ଯ୍ୟକାରୀ କରାଯିବା ସଂପର୍କରେ ଅାଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ପାଳି ସରକାର ଗଠନ କରିବା ପରେ ଏହିଭଳି ଢ଼ଙ୍ଗରେ କିଛି ମନ୍ତ୍ରୀ ପ୍ରତିଦିନ ପଦକ୍ଷେପ ନେଉଛନ୍ତି । କିନ୍ତୁ ନବୀନଙ୍କ କ୍ୟାବିନେଟର ଅଧା ମନ୍ତ୍ରୀ କୁଅାଡେ ଯାଇଛନ୍ତି,କଣ କରୁଛନ୍ତି ଏ ସଂପର୍କରେ କାହା ପାଖରେ କିଛି ଖବର ନାହିଁ । ସଂପୃକ୍ତ ମନ୍ତ୍ରୀମାନେ ଓଡିଶା ଲୋକସେବା ଭବନରେ ସରକାରୀ ଯୋଜନା ନେଇ ସମୀକ୍ଷା କରୁଥିବା ଦେଖାଯାଉନାହିଁ କିମ୍ୱା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ମାନି ଲୋକଙ୍କ ସହିତ ମିଶୁଛନ୍ତି ।
ମନ୍ତ୍ରୀ ପଦ୍ମିନୀ ଦିଆନ, ଟୁକୁନି ସାହୁ, ଜଗନ୍ନାଥ ସାରକାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ କାର୍ଯ୍ୟକଳାପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଧ୍ୟାନ କରୁଛି କି ନାହିଁ, ତାହାକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଲାଣି ।
ଏଠାରେ ଉଲ୍ଲେଖଥାଉକି, ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନଙ୍କ କାର୍ଯ୍ୟ ସମୀକ୍ଷା କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ହେଲେ ଏଯାଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜଣେ ବି ମନ୍ତ୍ରୀଙ୍କ କାର୍ଯ୍ୟ ସଂପର୍କରେ ଭଲ କି ମନ୍ଦ କିଛି ବି କହିନାହାନ୍ତି । ଏଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଅଧା ମନ୍ତ୍ରୀଙ୍କ ବିଫଳତାରେ ସାମଗ୍ରିକ ଭାବେ ସରକାର ହାତକୁ ନେଇଥିବା ଟାର୍ଗେଟ ପୂରଣ ହୋଇପାରିବ ତ?

Leave A Reply

Your email address will not be published.