ପ୍ରମୁଖ ଖବର

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଶିମିଳିପାଳରକୁ ଆସିଲା ମହାରାଷ୍ଟ୍ରରୁ ମହାବଳ
୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି
ପୋଲିସ ପିନ୍ଧିବେ ବଡି କ୍ୟାମେରା
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବଡ ଘୋଷଣା,୬ ମାସ ଭିତରେ ମିଳିବ ୨୦ ଲକ୍ଷ ଲୋକଙ୍କୁ ଘର
ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ
ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିରେ ବୈଜୟନ୍ତ

ଓଡ଼ିଶା ପାଣିପାଗ ବଦଳୁଛି: କିଏ ପ୍ରଭାବୀ ବିଜୁ ନା ନବୀନ ଅନୁଗତ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିନରେ ଡାକ୍ତର ଦାମୋଦର ରାଉତ ଗତକାଲି ବିଜେପି ଛାଡିବା ସହିତ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଯିବା ଘୋଷଣା ରାଜ୍ୟ ରାଜନୀତି ପାଇଁ ଭିନ୍ନ କାରଣରୁ ଗୁରୁତ୍ୱ ରଖୁଛି । ପାଟକୁରା ଆସନରେ ବିଜୟ ମହାପାତ୍ରଙ୍କ ପରାଜୟ ଓ ଡାକ୍ତର ଦାମୋଦର ରାଉତଙ୍କ ଏଭଳି ଘୋଷଣା ପରେ ଓଡ଼ିଶା ରାଜନୀତିରେ ବିଜୁ ସହଯୋଗୀଙ୍କ ପ୍ରତ୍ୟକ୍ଷ ଯୋଗଦାନ ଆସନ୍ତା ନିର୍ବାଚନ ବେଳକୁ ଶେଷ ହୋଇସାରିଥିବ ବୋଲି କୁହାଯାଉଛି । କାରଣ ପାଟକୁରାରେ ଆସନ୍ତା ନିର୍ବାଚନ ବିଜୟ ମହାପାତ୍ର ଲଢିବା ସମ୍ଭାବନା କ୍ଷୀଣ । ତାଙ୍କ ସ୍ଥାନରେ ତାଙ୍କ ପୁଅ ନିର୍ବାଚନକୁ ଓହ୍ଲାଇବେ ବୋଲି ସୂଚନା ମିଳୁଛି । ଏଥର ନିର୍ବାଚନରେ ଜୁନିୟର ମହାପାତ୍ର ପାଟକୁରା ମାଟିରେ ପଦାର୍ପଣ କରିସାରିଛନ୍ତି । ସେହିଭଳି ବିଜୁଙ୍କ ଅନ୍ୟତମ ସହଯୋଗୀ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କର ଏହା ସମ୍ଭବତଃ ଶେଷ ନିର୍ବାଚନ । ବୟସାଧିକ କାରଣରୁ ସେ ଏଥର ବି ନିର୍ବାଚନରୁ ଓହରିଯିବେ ବୋଲି ଘୋଷଣା କରିଥିଲେ, କର୍ମୀ ବାଧ୍ୟ କରିବାରୁ ସେ ମଇଦାନକୁ ଓହ୍ଲାଇଛନ୍ତି । ବିଜୁଙ୍କ ଅନ୍ୟତମ ସହଯୋଗୀ ସୁରେନ୍ଦ୍ର ନାୟକ ଏବେ ଆଉ ପ୍ରତ୍ୟକ୍ଷ ରାଜନୀତିରେ ନାହାନ୍ତି । ଅସୁସ୍ଥତା ଯୋଗୁଁ ସେ ଏବେ ଘରେ ବିଶ୍ରାମ ନେଉଛନ୍ତି । ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ ତାଙ୍କ ଝିଅକୁ ଆସନ ଛାଡିସାରିଲେଣି । ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନବୀନ ବ୍ରେକ୍‍ ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏବେ ଆଉ ସକ୍ରିୟ ନାହାନ୍ତି, ଯଦିଓ ବିଜେଡି ତାଙ୍କୁ ସାଂଗଠନିକ ପ୍ରକ୍ରିୟା ଭିତରେ ରଖିଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ପୁଅ ପାଇଁ ସୁଯୋଗ ଖୋଜୁଛନ୍ତି । ସମ୍ଭବତଃ ଏହି ନିର୍ବାଚନ ପରେ ତାଙ୍କ ପୁଅ ସଂପର୍କରେ ସେ ଅଧିକ ବିଚାର କରିପାରନ୍ତି । ଏଣୁ କେଇ ବର୍ଷ ମଧ୍ୟରେ ନବୀନ ସାମ୍ରାଜ୍ୟ ଓ ବିରୋଧୀ ଶିବିରରେ ବିଜୁଙ୍କ ସହଯୋଗୀ ପୂରା ନିଷ୍ପ୍ରଭ ହୋଇଯିବେ ।

ସମାନ୍ତରାଳ ଭାବେ ପାଞ୍ଚଥରିଆ ମୁଖ୍ୟମନ୍ତ୍ରୀ ତଥା ନବୀନ ପଟ୍ଟନାୟକଙ୍କ ସହଯୋଗୀ ଏବେ ରାଜ୍ୟ ରାଜନୀତିର ପ୍ରମୁଖ ଭାଗକୁ ଚାଲିଆସିଲେଣି । ନବୀନଙ୍କ ସହିତ ଦଳରେ ଆହୁରି ଅନେକ ନେତା ଅଛନ୍ତି, ଯେଉଁମାନେ କ୍ରମାଗତ ଭାବେ ପାଞ୍ଚ ପାଞ୍ଚ ଥର ଜିତିଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ବିଜୁଙ୍କୁ ନାଁକୁ ଯେମିତି ଏଯାଏ ତାଙ୍କ ସହଯୋଗୀ ଟାଣିଆଣିପାରିଲେ, ସେମିତି ଓଡ଼ିଶା ରାଜନୀତିରେ ନବୀନ ଓ ତାଙ୍କ ଅବଦାନକୁ ଲୋକଙ୍କ ପାଖକୁ ନେବାଭଳି ନେତା କିଏ । ନବୀନ ଶାସନରେ ଅଛନ୍ତି । ଏହି ନେତାଙ୍କ ମଧ୍ୟରୁ ଅନେକ ତାଙ୍କ ମନ୍ତ୍ରିମଣ୍ଡଳରେ ଅଛନ୍ତି ଓ ଥିଲେ । ହେଲେ ଆଜି ଦିନରେ ମୁଖିଆଙ୍କୁ ସୁରକ୍ଷା ଦେବାକୁ ଆସୁନଥିବା ନେତା, ଭବିଷ୍ୟତ ବିଜେଡିକୁ ମାର୍ଗଦର୍ଶନ କରିବେ, ରାଜନୈତିକ ମହଲ ଏଭଳି ବିଶ୍ୱାସ ରଖିପାରୁନାହାନ୍ତି । କେବଳ ସେତିକି ନୁହେଁ, ବିଜୁ ଲିଗାସୀ ଭଳି ନବୀନଙ୍କ ଅନୁଗତମାନେ ରାଜ୍ୟ ରାଜନୀତିରେ ନିଜର ସ୍ୱତନ୍ତ୍ର ପତିଆରା ବା ପ୍ରତିଷ୍ଠା ସୃଷ୍ଟି କରିବାରେ ଏକରକମ ବିଫଳ ହୋଇଛନ୍ତି । କ୍ଷମତା ରାଜନୀତିରେ ସେମାନଙ୍କର ଦବ୍‍ଦବା ଥାଇପାରେ,ହେଲେ ସାଧାରଣରେ ବିଜୟ, ଦାମ, ସୁର କିମ୍ୱା ନଳିନୀ ମହାନ୍ତିଙ୍କ ଭଳି ଗ୍ରହଣୀୟ ହୋଇପାରିନାହାନ୍ତି । ରାଜନୀତିରେ ବି ସେମାନଙ୍କର କରିସ୍ମା ବା ପଟୁତା ଏଯାଏ ରାଜ୍ୟବାସୀ ଉପଲବ୍ଧି କରିପାରିଲେ ନାହିଁ ।

ଏଥିପାଇଁ ଗୋଟିଏ ଗୋଷ୍ଠୀ ରାଜନୈତିକ ନେତାଙ୍କ ଅପରିପକ୍ୱତା, ଆତ୍ମ ଅଭିମାନ, ଦକ୍ଷତାକୁ ଦାୟୀ କରନ୍ତି । ଏହି କାରଣରୁ ଓଡ଼ିଶାରେ ଅମଲା ପ୍ରଭାବୀ ହୋଇଛନ୍ତି ଏମାନେ ଯୁକ୍ତି ରଖିଛନ୍ତି । ହେଲେ ଅନ୍ୟ ଗୋଷ୍ଠୀର ମତ ହେଲା ନବୀନଙ୍କ ଶାସନ ବ୍ୟବସ୍ଥାରେ ରାଜନୈତିକ ନେତାଙ୍କୁ କେବେ ବି ଗୁରୁତ୍ୱ ମିଳିନାହିଁ । ବରଂ ଓଡ଼ିଶା ଇତିହାସରେ ସବୁଠାରୁ ଅଧିକ ରାଜନେତା ନବୀନଙ୍କ ସମୟରେ ହିଁ ଦଣ୍ଡ ପାଇଛନ୍ତି । ଏଣୁ ଏହାର ପ୍ରଭାବ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳୁଛି । ନବୀନଙ୍କ ଆସନ ସୁରକ୍ଷିତ ହୋଇପାରେ, କିନ୍ତୁ ନବୀନ ବା ତାଙ୍କ ସରକାରଙ୍କ ସବୁ ଭଲ କାମକୁ ଢେର୍‍ ସମୟ ଯାଏ ବଞ୍ଚାଇ ରଖିବାପାଇଁ ନବୀନ ଲିଗାସୀ ସମର୍ଥ ହେବେ ନାହିଁ । ବରଂ ନବୀନଙ୍କ ପରେ ସେମାନେ ବିଜେଡି ରାସ୍ତାରୁ ନିଜକୁ ଦୂରେଇ ରଖିବା ସମ୍ଭାବନା ଅଧିକ ବୋଲି କୁହାଯାଉଛି ।

Leave A Reply

Your email address will not be published.