ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପଟେଲ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ପୃଥିବୀରେ ୧ ନମ୍ବର ହୋଇସାରିଥାନ୍ତା: ଧର୍ମେନ୍ଦ୍ର

0

-ଓଡିଶାର ନୀଳଗିରି ପ୍ରଥମ ଦେଶୀୟ ରାଜ୍ୟ ଭାବରେ ପଟେଲଙ୍କର ସହ ଠିଆ ହୋଇଥିଲା

ଭୁବନେଶ୍ୱର: ଦେଶର ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି ଅଥବା ଏକତା ପାଇଁ ଦୌଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଥିବା ବେଳେ ଭୁବନେଶ୍ୱର ଠାରେ ମଧ୍ୟ ପତକା ଉଡାଇ ଓଡିଶାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସର୍ଦାର ବଲ୍ଲଭ ଭାଇ ପଟେଲ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ସମ୍ଭବତଃ ଭାରତ ପୃଥିବୀର ମହାଶକ୍ତି ହୋଇସାରନ୍ତାଣି । ଯେଉଁ ସର୍ଦ୍ଧାରଙ୍କ କାରଣରୁ ଦେଶରେ କୃଷି, ସମବାୟ, ସୁରକ୍ଷା ଓ ପ୍ରଶାସନ ଦ୍ୱାରା ଏକ ଲୌହ ଢାଂଚା ତିଆରି କରାଯାଇ ପାରିଥିଲା ସେହି ସର୍ଦ୍ଧାରଙ୍କୁ ଦେଶ ମନେ ପକାଇନଥିଲା । ମାତ୍ର ଆଜି ଦେଶରେ ତାଙ୍କ ଜୟନ୍ତୀ ଅର୍ଥାତ୍ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦାରଙ୍କ ପୃଥିବୀର ସବୁଠୁ ଉଚ୍ଚ ପ୍ରତିମୂର୍ତି “ଷ୍ଟାଚ୍ୟୁ ଅଫ୍ ୟୁନିଟି” ସ୍ଥାପନା କରି ଦେଶର ନାଗରିକମାନଙ୍କ ମଧ୍ୟରେ ଏକ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପନାର ଆହ୍ୱାନ କରି ସର୍ଦାରଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ଦେଇଛନ୍ତି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ନୀଳଗିରି ମଧ୍ୟ ପଟେଲଙ୍କର ସହ ଦୃଢତାର ସହ ଠିଆ ହୋଇଥିଲା । ଦେଶର ପ୍ରଥମ ଦେଶୀୟ ରାଜ୍ୟ ଭାବେ ଓଡିଶା ବାଲେଶ୍ୱରର ନୀଳଗିରି ସର୍ବଭୌମ ଭାରତର ଅଂଶ ହୋଇଥିଲା । ଯୁଦ୍ଧ ଜାହାଜ ଆଇଏନଏସ ନୀଳଗିରି ତାହାର ପ୍ରମାଣ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଅଗଷ୍ଟ ୫ ଓ ୬ ତାରିଖରେ ଭାରତବର୍ଷର ଐତିହାସିକ ଭୁଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ସାହ ଠିକ୍ କରିଛନ୍ତି । ଉଭୟଙ୍କ ପ୍ରଚେଷ୍ଟାରେ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଓ ୩୫(କ)ଅସ୍ଥାୟୀ ଭାବେ ଉଚ୍ଛେଦ ହୋଇପାରିଛି । ଫଳରେ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଂଚଳ ଭାବେ ଭାରତର ଆଇନକାନୁନ ବ୍ୟବସ୍ଥାରେ ସାମିଲ ହୋଇଛନ୍ତି । ପୂର୍ବରୁ ଧାରା ୩୭୦ ଫଳରେ ଭାରତବର୍ଷର ଆଇନକାନୁନ ବ୍ୟବସ୍ଥା ଜାମ୍ମୁ କାଶ୍ମୀରରେ ଲାଗୁ ହୋଇପାରୁନଥିଲା । ଭାରତବର୍ଷରେ ଝିଅଙ୍କୁ ମିଳୁଥିବା ଅଧିକାର ଜାମ୍ମୁ କାଶ୍ମୀରରେ ନଥିଲା ।

ଦେଶର ସ୍ୱାଧୀନତା ପାଇଁ ବଳଦାନ ଦେଇଥିବା ଶହୀଦ ବାଜି ରାଉତ, ବକ୍ସି ଜଗବନ୍ଧୁ, ଶହୀଦ ଭଗତ ସିଂହ, ମଙ୍ଗଲ୍ ପାଣ୍ଡେ, ସର୍ଦାର ପଟେଲ, ଡ.ହରେକୃଷ୍ଣ ମହତାବ ଏବଂ ପଣ୍ଡିତ ଗୋପବନ୍ଧୁ ଦାସ ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଭୁବନେଶ୍ୱର ରେଳ ଷ୍ଟାଡିୟମ ଠାରେ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ରନ୍ ଅଫ୍ ୟୁନିଟି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ପ୍ରଧାନ ସର୍ଦାର ପଟେଲଙ୍କ ଫୋଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ, ଅର୍ଦ୍ଧ ସାମରିକ ବାହିନୀର ଯବାନ, ସ୍ୱଚ୍ଛାସେବୀ ସଂଗଠନର ସଦସ୍ୟ ତଥା ଜନସାଧାରଣ ମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ ।

Leave A Reply

Your email address will not be published.