ପ୍ରମୁଖ ଖବର

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଆଜି ପୂର୍ବାହ୍‌ଣ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି
ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି
ପୁଣି ସସପେଣ୍ଡ ହେଲେ ତାରା ; ବିଧାୟକ ରମେଶ ଜେନା ମଧ୍ୟ ନିଲମ୍ବିତ । ପୂର୍ବରୁ ୧୨ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିଲେ
ସୋନପୁର-ସମ୍ବଲପୁର ମୁଖ୍ୟରାସ୍ତାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ବଲେରୋ ଗାଡ଼ିକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି

ମାଡ଼ିଆସୁଛି ଭୀଷଣ ବାତ୍ୟା ‘ମହା’

0

ନୂଆଦିଲ୍ଲୀ: ବଡ଼ ଧରଣର ବାତ୍ୟା ମାଡି ଆସୁଛି। ୩୧ ତାରିଖ ପରେ ଏହା ଭୀଷଣ ରୂପ ଧାରଣ କରିବ। ନଭେମ୍ବର ୪ ତାରିଖ ଯାଏ ଘାଣ୍ଟିଦେବ ସମୁଦାୟ ଅଞ୍ଚଳ। ପାଣିପାଗ ବିଜ୍ଞାନୀମାନେ ଏହାର ନାମକରଣ କରିଛନ୍ତି। ‘ମହା’ ଏବେ ଘଣ୍ଟାପ୍ରତି ୨୫ କିେଲାମିଟର ବେଗରେ ଆଗକୁ ମାଡୁଛି।
ତେବେ ଏହା ବଙ୍ଗୋପସାଗରରେ ନୁହେଁ। ଲାକ୍ଷାଦୀପ, ଆରବ ସାଗରର ଦକ୍ଷିଣ ପୂର୍ବାଞ୍ଚଳ ଓ ମାଳବ ଅଞ୍ଚଳରେ ସୃଷ୍ଟି ଲଘୁଚାପ ଆଜି ଅଧିକ ଘନୀଭୂତ ହୋଇ ଏଭଳି ବାତ୍ୟା ରୂପ ଧାରଣ କରିବାକୁ ଯାଉଛି। ଏହା ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ଭାରତର ପାଣିପାଗ ବିଜ୍ଞାନୀ ଆଜି ଏଭଳି ପୂର୍ବାନୁମାନ କରିଛନ୍ତି। ଏହା ଉତ୍ତରପଶ୍ଚିମ ଦିଗକୁ ଗତି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ଆରବସାଗରରେ ତାଣ୍ଡବ ରଚାଇବ।
ମହା ୨ ତାରିଖବେଳକୁ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ରୂପ ଧାରଣ କରି ଆଗକୁ ବଢିବ। ସେତେବେଳକୁ ପବନର ଗତି ୧୨୦ରୁ ୧୩୦ କିଲୋମିଟର ଘଣ୍ଟାପ୍ରତି ବହିବ। ସ୍ଥଳବିଶେଷରେ ଏହା ୧୫୦ କିେଲାମିଟର ଛୁଇଁପାରେ। ୪ ତାରିଖ ସକାଳ ବେଳକୁ ପବନର ବେଗ ୧୬୦ରୁ ୧୭୦ ଛୁଇଁବ ଓ ୧୯୦ କିଲୋମିଟର ବେଗରେ ମଝିରେ ମଝିରେ ଝଟକା ଦେଇପାରେ।
ଏହାର ପ୍ରଭାବରେ କେରଳ, ଲାକ୍ଷାଦୀପ, କର୍ଣ୍ଣାଟକ ଉପକୂଳ ଓ ଦକ୍ଷିଣ ତାମିଲନାଡୁରେ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ବାତ୍ୟା ‘କ୍ୟାର୍’ ଏବେ ଦୁର୍ବଳ େହାଇସାରିଲାଣି।

Leave A Reply

Your email address will not be published.