ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ତ୍ରେତୟାର ଘଟଣା କଳିଯୁଗରେ ପୁନରାବୃତ୍ତି

0

ମହାରାଷ୍ଟ୍ରରେ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ
୩୫ ବିଧାୟକ ଆଣିଥିବା ଅଜିତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବ
ଶରଦ ପାଵାର କହିଲେ, ଅଜିତଙ୍କ ନିଷ୍ପତ୍ତି ନିଜସ୍ୱ
ଗର୍ଜୁଛି ଶିବସେନା, ଏଯାଏ ମୁହଁ ଖୋଲିନାହିିଁ କଂଗ୍ରେସ

ନୂଆଦିଲ୍ଲୀ: ଶ୍ରୀ ରାମଚନ୍ଦ୍ରଙ୍କ ଭଳି ରାତି ପାହିଥିଲେ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ । ଏନସିପି-ଶିବସେନା-କଂଗ୍ରେସ ମେଣ୍ଟ ଚୂଡାନ୍ତ ହୋଇଥିଲା । କାହାର କେତେ ମନ୍ତ୍ରୀ ରହିବେ, ତାହା ବି । ତ୍ରେତୟା ଯୁଗ ଭଳି ରାତାରାତି ଖେଳ ଓଲଟିଗଲା । ଏମିତି ମନ୍ତ୍ରଣା କଲେ ବିଜେପି ଚାଣକ୍ୟ ଅମିତ ଶାହ ଓ ତାଙ୍କ ଟିମ୍‍, ସକାଳୁ ସକାଳୁ ମହାରାଷ୍ଟ୍ରରେ ବିଜେପି-ଏନସିପି ସରକାର ଶପଥ ଗ୍ରହଣ କଲେ । ଦେବେନ୍ଦ୍ର ଫନଡାଭିସ୍‍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି, ୩୫ ବିଧାୟକଙ୍କୁ ନେଇ ବିଜେପି ସହ ହାତ ମିଳାଇଥିବା ଅଜିତ ଉପମୁଖ୍ୟମନ୍ତ୍ରୀ ଭାବେ ।

ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଖୁବ ଶୀଘ୍ର ଶିବସେନାର ପ୍ରାୟ ୧୯ ଜଣ ବିଧାୟକ ବିଜେପି ସରକାରକୁ ସମର୍ଥନ ଦେଇପାରନ୍ତି । ଏନସିପି ମୁଖିଆ ଶରଦ ପାଵାର କହିଛନ୍ତି, ଅଜିତଙ୍କ ନିଷ୍ପତ୍ତି ନିଜସ୍ୱ ।ବିଜେପିର ୧୦୫ ବିଧାୟକ ନିର୍ବାଚନ ଜିତିଥିଲେ, ୩୫ ଜଣ ଏନସିପି ବିଧାୟକ ମିଶାଇବା ପରେ ସଂଖ୍ୟା ୧୪୦ ଛୁଇଁଛି । ମ୍ୟାଜିକ୍‍ ନମ୍ୱର ଠାରୁ ଆଉ ୫ ବିଧାୟକ ନିଅଣ୍ଟଅଛନ୍ତି । ତେବେ ରାଜ୍ୟରେ ୧୨ ତାରିଖରୁ ଲାଗିଥିବା ରାଷ୍ଟ୍ରପତି ଶାସନକୁ ରାଜ୍ୟପାଳ ଉଠାଇ ନେଇଛନ୍ତି ।

ପୂର୍ବରୁ ଶରଦ ପାଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଏନସିପି-ବିଜେପି ସଂପର୍କ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ଶରଦ ନୁହେଁ, ଅଜିତ ପାଵାର ହିିଁ ଉଦ୍ଧବଙ୍କ ଶିବସେନାର ମହାରାଷ୍ଟ୍ର ଦଖଲ ସ୍ୱପ୍ନକୁ ସ୍ୱପ୍ନରେ ରଖିଦେଇଛନ୍ତି । ଶିବସେନାର ସଂଜୟ ରାଵତ କହିଥିଲେ, ଏକାଠି ବସିଥିବା ବେଳେ ରାତି ୯ଟାରେ ଅଜିତ ଉଠିଚାଲିଯାଇଥିଲେ ଓ ଫେରିନଥିଲେ । ସେତେବେଳୁ ସନ୍ଦେହ ହୋଇଥିଲା ।

Leave A Reply

Your email address will not be published.