ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ବିଜେପି ଅଡୁଆ ବଢାଇଦେଲେ

0
  • ଭୁବନେଶ୍ୱର: ଓଡିଶା ବିଧାନସଭାରେ ସ୍ମିତାରାଣୀ ହତ୍ୟା ମାମଲାରେ ମୁଖ୍ୟ ବିରୋଧୀ ବିଜେପି ମୁହାଁମୁହିଁ ସ୍ଥିତିରେ ଅଛି। ଠିକ ସେତିକିବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ବିଜେଡି ଓ ଏନସିପିକୁ ସେମାନଙ୍କ ସଂସଦରେ ଶୃଙ୍ଖଳିତ ବ୍ୟବହାର ଲାଗି ଉଚ୍ଚ ପ୍ରଶଂସା କରିଛନ୍ତି। ଗୃହ ଭିତରକୁ ନ ଆସି ବି ଲୋକମାନେ ତାଙ୍କୁ ଭଲ ପାଉଛନ୍ତି ଓ କ୍ଷମତାରେ ରଖିଛନ୍ତି। ଏଥିରୁ ବିଜେପି ସମେତ ଅନ୍ୟ ଦଳ ଶିଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମୋଦୀଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ବିଜେପିର ବିଧାନସଭା ପ୍ରଦର୍ଶନକୁ ବିତର୍କ ଭିତରକୁ ଟାଣିଆଣିଛି। କେବଳ ସେତିକି ନୁହେଁ, ସରକାରୀ ଦଳକୁ ମଧ୍ୟ ବିଧାନସଭାରେ ବଳ ମିଳିଛି। ବିରୋଧୀ ହଟ୍ଟଗୋଳ କଲେ ଏବେ ଏହି ଅସ୍ତ୍ର ଫିଙ୍ଗି ସରକାରୀ ଦଳ ପ୍ରତି ଆକ୍ରମଣ କରିବେ।
  • ରାଜନୈତିକ ମହଲ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ଦୁଇଟି ଦୃଷ୍ଟିରୁ ବିଚାର କରୁଛନ୍ତି। ପ୍ରଥମତଃ, ଶିବସେନା ଦୂରେଇ ଯିବା ପରେ ବିଜେଡି ଆବଶ୍ୟକତା କେନ୍ଦ୍ର ସରକାର ପାଇଁ ସଂସଦରେ ବଢିଛି। ଏଣୁ ପ୍ରଧାନମନ୍ତ୍ରୀ ଏହି ମଲମରେ ବିଜେଡିକୁ ନିକଟରେ ରଖିପାରିଛନ୍ତି। ସେହିପରି ଏନସିପି ତତ୍କାଳ ମହାରାଷ୍ଟ୍ର ସରକାର ଗଠନ ନେଇ ଖେଳିବା ଆରମ୍ଭ କରିଦେଇଛି। ଦ୍ବିତୀୟତଃ, ମୋଦୀ ଧୀରେ ଧୀରେ ନିଜକୁ ପୋଖତ ଓ ବିଚକ୍ଷଣ ନେତା ଭାବେ ପ୍ରମାଣିତ କରୁଛନ୍ତି। ଏହି ମନ୍ତବ୍ୟ ତାର ଗୋଟିଏ ଝଲକ।
  • ହେଲେ କେନ୍ଦ୍ରର ଏଭଳି ଗୋଟିଚାଳନା ରାଜ୍ୟ ବିଜେପି ପାଇଁ ଅଡୁଆ ବଢାଇଦେଇଛି। ଜାତୀୟ ସ୍ତରରେ ନବୀନଙ୍କ ପ୍ରତିଷ୍ଠା ଓ ଦଳ ଉପରେ ଥିବା ପକଡ ଚର୍ଚ୍ଚାକୁ ଆସିଛି। ନବୀନ ଧୀରେ ଧୀରେ ନିଜର ବ୍ୟକ୍ତିତ୍ୱ ଅଲଗା ଢଙ୍ଗରେ ସମସ୍ତଙ୍କ ସାମ୍ନାକୁ ଆଣୁଛନ୍ତି। ଏଥିରେ ବିଜେଡିର ତ ଲାଭ ହିଁ ଲାଭ। ନବୀନଙ୍କ ଲୋକପ୍ରିୟତା ବଢିବ। କିନ୍ତୁ ବିରୋଧୀ ଦଳ ଉପରେ ସନ୍ଦେହ ସୃଷ୍ଟିହେବା ଅମୂଳକ ନୁହେଁ।
Leave A Reply

Your email address will not be published.