ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଏମାନଙ୍କ ପଛରେ କିଏ?

0
  • ପୋସ୍କୋରେ ସଫଳ ହେଲେ, ଏବେ ଜିନ୍ଦଲ ପାଇଁ ସଜବାଜ
  • ଖୁବ୍ ଶୀଘ୍ର ଗଠନ ହେବ ଜିନ୍ଦଲ ପ୍ରତିରୋଧ ସମିତି
  • ସମସ୍ତେ ଜାଣିଲେଣି, ସରକାର ହାତ ବାନ୍ଧିବସିଛନ୍ତି
  • ୨୦ରେ ଜନଶୁଣାଣିକୁ ଜୋରଦାର ବିରୋଧ ହେବ

ଭୁବନେଶ୍ବର: ସରକାର ସୁରକ୍ଷା ଦେଇପାରିଲେ ନାହିଁ, ଓଡ଼ିଶା ଛାଡି ଚାଲିଗଲା ସର୍ବବୃହତ୍ ବିଦେଶୀ ପୁଞ୍ଜିନିବେଶକାରୀ କଂପାନି ପୋସ୍କୋ। ଏବେ ଜିନ୍ଦଲ ସେଠାରେ କଂପାନି ପ୍ରତିଷ୍ଠା ଲାଗି ଆଗ୍ରହ ଦେଖାଇଛି। କୌତୂୂହଳର କଥା ହେଲା, ରାଜ୍ୟ ସରକାରଙ୍କ ନଜର ଆଢୁଆଲରେ ଏହି କଂପାନିକୁ ବିରୋଧ ପାଇଁ ବି ସଜବାଜ ଆରମ୍ଭ ହୋଇଗଲାଣି। ଯେଉଁ ସବୁ ନେତାମାନେ ପୋସ୍କୋକୁ ବିରୋଧ କରି ସଫଳ ହୋଇଥିଲେ, ସେମାନେ ଜିନ୍ଦଲ ବିରୋଧୀ ଅଭିଯାନ ଗଢିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଜିନ୍ଦଲ ପ୍ରତିରୋଧ ସମିତି ଖୁବ ଶୀଘ୍ର ଘୋଷଣା ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଜଗତସିଂହପୁର ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ, ଗଡ କୁଜଙ୍ଗ ଓ ନୂଆଗାଁରେ ଏ ନେଇ ତୁହାକୁ ତୁହା ବୈଠକ ଆରମ୍ଭ ହୋଇଗଲାଣି।

କିଛି ଦିନ ତଳେ ଭୁବନେଶ୍ବରରେ ଲୋହିଆ ଏକାଡେମିରେ ଏକ ସାମ୍ବାଦିିକ ସମ୍ମିଳନୀ ହୋଇଥିଲା, ଯେଉଁଥିରେ ପ୍ରସ୍ତାବିତ ଏହି ପ୍ରକଳ୍ପକୁ ବିରୋଧ କରିବା ସଂପର୍କରେ ପ୍ରଥମେ ଆଭାସ ମିଳିଥିଲା। ହେଲେ ଏକଥା ଜାଣିବା ପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏଯାଏ କୌଣସି ପଦକ୍ଷେପ ନେଇନାହାନ୍ତି କିମ୍ବା ରାଜ୍ୟ ସରକାର ମଧ୍ୟ ରାଜନୈତିକସ୍ତରରେ ଏହାର ମୁକାବିଲା ପାଇଁ କୌଣସି ଉଦ୍ୟମ ଆରମ୍ଭ କରିଥିବାର ସୂଚନା ମିଳୁନାହିଁ।

ମିଳୁଥିବା ଖବର ଅନୁସାରେ, ପ୍ରସ୍ତାବିତ ଏହି ଇସ୍ପାତ କାରଖାନା ଲାଗି ଆସନ୍ତା ୨୦ ତାରିଖରେ ଜନଶୁଣାଣି ହେବ। ଏହି ଜନଶୁଣାଣିକୁ କଡ଼ା ବିରୋଧ କରିବା ଲାଗି କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ଏପରିକି ବାଲିତୁଠ ଠାରେ ଖୁବ ଶୀଘ୍ର ଏକ ବଡ଼ ସମାବେଶ କରିବା ଲାଗି ଯୋଜନା ଆରମ୍ଭ ହୋଇଛି।

ପ୍ରସ୍ତାବିତ ଏହି କାରଖାନା ୨୯୫୮ ଏକର ଜମିରେ ହେବ ଓ ୧୩ ନିୟୁତ ଟନର ପ୍ରକଳ୍ପ ସହ ତିନିଟି ପର୍ଯ୍ୟାୟରେ ୯୦୦ ମେଗାଵାଟ ବିଶିଷ୍ଟ ନିଜସ୍ବ ବିଦ୍ୟୁତ ପ୍ରକଳ୍ପ କରିବ। କଂପାନି ସେଠାରେ ୧୦ ନିୟୁତ ଟନ ବିଶିଷ୍ଟ ସିମେଣ୍ଟ କାରଖାନା କରିବାକୁ ଯୋଜନା ରଖିଛି। ପୋସ୍କୋ ଭଳି ଜଟାଧାର ମୁହାଣରେ ନିଜସ୍ବ ବନ୍ଦର କରିବ ବୋଲି ମଧ୍ୟ ପ୍ରସ୍ତାବ ରଖିଛି। ହେଲେ ଏଥର ଯଦି ପ୍ରକଳ୍ପ କାର୍ଯ୍ୟରେ ବାଧା ଜୁଟେ, ତେବେ ଓଡ଼ିଶାରେ ଆଗକୁ ଶିଳ୍ପାୟନ ପ୍ରକ୍ରିୟା ଜବରଦସ୍ତ ପ୍ରଭାବିତ ହେବ, ଏଥିରେ ସନ୍ଦେହ ନାହିଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କଲେଣି।

Leave A Reply

Your email address will not be published.