ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଏବେ ପିଜି ପାଠ୍ୟକ୍ରମ ଲାଗି ଏକକ ପରୀକ୍ଷା

0
  • କୁଳପତି ସମ୍ମିଳନୀରେ ବଡ଼ ନିଷ୍ପତ୍ତି ନେଲେ ଉଚ୍ଚଶିକ୍ଷା ମନ୍ତ୍ରୀ
  • ଯୁ୍କ୍ତ ତିନି ପରୀକ୍ଷା ଫଳ ଜୁନ୍ ୧୫ ସୁଦ୍ଧା ପ୍ରକାଶ ପାଇବ
  • ଲାଇବ୍ରେରି ସୁଦୃଢୀକରଣ ସମେତ ଗବେଷଣା ଉପରେ ଗୁରୁତ୍ବ

ଭୁବନେଶ୍ବର: କୁଳପତିମାନଙ୍କ ସମ୍ମିଳନୀରେ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଇମେଜ୍ ପରିସରରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସ୍ଥିର ହୋଇଛି ଯେ ଏଣିକି ଅର୍ଥାତ୍ ୨୦୨୦ ଶିକ୍ଷାବର୍ଷରୁ ସମଗ୍ର ରାଜ୍ୟରେ ପିଜି ପାଠ୍ୟକ୍ରମ ଲାଗି ଏକକ ପ୍ରବେଶିକା ପରୀକ୍ଷା କରାଯିବ। କେବଳ ସେତିକି ନୁହେଁ, ଯୁକ୍ତ ତିନି ପରୀକ୍ଷା ଏବଂ ବ୍ୟାକ ପେପରର ପରୀକ୍ଷା ଫଳ ଜୁନ ୧୫ ସୁଦ୍ଧା ପ୍ରକାଶ କରିବା ପାଇଁ ସମସ୍ତ କୁଳପତିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ୧୧ ଟି ବିଶ୍ୱବିଦ୍ୟାଳୟର କୁଳପତି ଉପସ୍ଥିତ ଥିଲେ |

ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଏବେ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ପରିବର୍ତନ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ଗୋଟିଏ ପଟେ କଲେଜରେ ଖାଲି ଥିବା ପଦବି ପୂରଣ ଓ ଉପସ୍ଥାନ ଉପରେ ଗୁରୁତ୍ବ ଦିଆଯାଇଥିବା ବେଳେ ଅନ୍ୟପଟରେ ପରୀକ୍ଷା ବ୍ୟବସ୍ଥାକୁ କଡ଼ାକଡି ଓ ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ମଧ୍ୟ ଯୋଜନା ହୋଇଛି। ଏହି କ୍ରମରେ ଆଜିର କୁଳପତି ସମ୍ମିଳନୀ ଅନେକ ଗୁରୁତ୍ବବହନ କରୁଥିଲା।

ଏହା ପୂର୍ବରୁ ସେଠାରେ ମନ୍ତ୍ରୀ ଉଚ୍ଚଶିକ୍ଷା ପରିଷଦ ବୈଠକ ନେଇଥିଲେ। ସେଠାରେ ଗୋଟିଏ ସମୟରେ ପିଜି ନାମଲେଖା, ଲାଇବ୍ରେରି ସୁଦୃଢୀକରଣ ଉପରେ ଗୁରୁତ୍ବ ଦିଆଯାଇଥିଲା। ସ୍ଥିର ହୋଇଥିଲା ଯେ ଶିକ୍ଷାନୁଷ୍ଠାନରେ ଅତ୍ୟାଧୁନିକ ଗବେଷଣା ସୁବିଧା ସହିତ ସମସ୍ତ ଶିକ୍ଷାନୁଷ୍ଠାନର ୱେବସାଇଟ୍‍କୁ ଅପଡେଟ୍‍ କରାଯିବ । ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରତିଷ୍ଠା ଓ ଏହାର ପରିଚାଳନା, ସିଲାବସ୍‍ ପ୍ରସ୍ତୁତି, ବିଶ୍ୱବିଦ୍ୟାଳୟ ଗୁଡିକୁ ଡିଜିଟାଲାଇଜ କରିବା, ମହାବିଦ୍ୟାଳୟ ଗୁଡିକୁ ନାକ୍‍ ମାନ୍ୟତା ପ୍ରଦାନ ପାଇଁ ଓଡିଶା ହାଇୟର ଏଡୁକେଶନ ପ୍ରୋଗ୍ରାମ ଫର ଏକ୍ସିଲେନ୍ସି ଆଣ୍ଡ ଇକ୍ୟୁଟି (ଓଏଚ୍‍ପିଇଇ) ସହିତ ମିଳିତ ତାଲିମ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା।ବିଶ୍ୱବିଦ୍ୟାଳୟର ୱେବସାଇଟ୍‍ ଗୁଡିକରେ ନିୟମିତ ଭାବେ ବିଭିନ୍ନ ବିଷୟକୁ ଅପ୍‍ଲୋଡ କରିବା, ବିଭିନ୍ନ ରିସର୍ଚ୍ଚ ପେପର ପ୍ରକାଶନ ପାଇଁ ସହାୟତା, ବିଶ୍ୱବିଦ୍ୟାଳୟ କାର୍ଯ୍ୟର ସମୀକ୍ଷା, ତ୍ୱରିତ ପାଣ୍ଠି ଲାଗି ମନିଟରିଂ ବ୍ୟବସ୍ଥା, ରିସର୍ଚ୍ଚ ଫେଲୋସିପ୍‍ ଆଦି ସଂକ୍ରାନ୍ତରେ ଉପସ୍ଥିତ କୁଳପତି ଓ ବରିଷ୍ଠ ଅଧିକାରୀମାନେ ସେମାନଙ୍କର ମତ ରଖିଛନ୍ତି ।

ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଦ୍ୱିତୀୟ ବୈଠକରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପଦ୍ଦେଷ୍ଟା ପ୍ରଫେସର ଅଶୋକ ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.