ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

୨୭ ପରେ ଥଣ୍ଡା ଫେରିବ

0

ଭୁବନେଶ୍ବର: ଆସନ୍ତା ୨୭ ତାରିଖ ପରେ ରାଜ୍ୟରେ ପୁଣି ଥଣ୍ଡା ବଢିବ। ଶୀତରେ କମ୍ପିବ ଓଡ଼ିଶା। ପାଣିପାଗ ବିଜ୍ଞାନୀ ଏମିତି ପୂର୍ବାନୁମାନ କରୁଛନ୍ତି।ତେବେ ଏକ ଗୁରୁଚାପ ପ୍ରଭାବର ୨୭ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିପାରେ।

ସାର୍ଥକ ମିଶ୍ରଙ୍କ ପୂର୍ବାନୁମାନ କହୁଛି, ୨୬ରୁ ଉତ୍ତର ଉପକୂଳ ଓଡିଶା ର କିଛି ଅଂଚଳ ସହିତ ସୁନ୍ଦରଗଡ, କେଉଁଝର , ମୟୁରଭଞ୍ଜ , ଢେଙ୍କାନାଳ , ଅନୁଗୁଳ ର ଗୋଟିଏ ଦୁଇଟି ଅଂଚଳ ରେ ଘଡଘଡି ସହ ଅଳ୍ପ ବର୍ଷା ସମ୍ଭାବନା ଅଛି। ଉପକୂଳ ଓଡିଶା ଆକାଶ ମେଘୁଆ ରହିବ ସହିତ କୋହଲା ପାଗ ରହିବ ଓ ସ୍ଥାନେସ୍ଥାନେ ଅଳ୍ପ ବର୍ଷା ହୋଇପାରେ।

ଆସନ୍ତା ୭୨ ଘଣ୍ଟା ମଧ୍ୟ ରେ ରାଜ୍ୟ ରେ ରାତି ତାପମାତ୍ରା ୧-୨° ସେଣ୍ଟିଗ୍ରେଡ ଯାଏ ଅଧିକ ରହିବ। ଉତ୍ତର ଓଡିଶାର କିଛି ଅଂଚଳ ସମେତ ପୁରୀ, ଖୋର୍ଦ୍ଧା , କନ୍ଧମାଳ , କଳାହାଣ୍ଡି , କୋରାପୁଟ ଜିଲ୍ଲା ର ଗୋଟିଏ ଦୁଇଟି ଅଂଚଳ ରେ ଅଳ୍ପ ରୁ ମଧ୍ୟମ ଧରଣ ର କୁହୁଡି ଅନୁଭୂତ ହେବ। ଆକାଶ ମେଘୁଆ ରହିପାରେ।

Leave A Reply

Your email address will not be published.