ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

୨୭ ପରେ ଥଣ୍ଡା ଫେରିବ

0

ଭୁବନେଶ୍ବର: ଆସନ୍ତା ୨୭ ତାରିଖ ପରେ ରାଜ୍ୟରେ ପୁଣି ଥଣ୍ଡା ବଢିବ। ଶୀତରେ କମ୍ପିବ ଓଡ଼ିଶା। ପାଣିପାଗ ବିଜ୍ଞାନୀ ଏମିତି ପୂର୍ବାନୁମାନ କରୁଛନ୍ତି।ତେବେ ଏକ ଗୁରୁଚାପ ପ୍ରଭାବର ୨୭ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିପାରେ।

ସାର୍ଥକ ମିଶ୍ରଙ୍କ ପୂର୍ବାନୁମାନ କହୁଛି, ୨୬ରୁ ଉତ୍ତର ଉପକୂଳ ଓଡିଶା ର କିଛି ଅଂଚଳ ସହିତ ସୁନ୍ଦରଗଡ, କେଉଁଝର , ମୟୁରଭଞ୍ଜ , ଢେଙ୍କାନାଳ , ଅନୁଗୁଳ ର ଗୋଟିଏ ଦୁଇଟି ଅଂଚଳ ରେ ଘଡଘଡି ସହ ଅଳ୍ପ ବର୍ଷା ସମ୍ଭାବନା ଅଛି। ଉପକୂଳ ଓଡିଶା ଆକାଶ ମେଘୁଆ ରହିବ ସହିତ କୋହଲା ପାଗ ରହିବ ଓ ସ୍ଥାନେସ୍ଥାନେ ଅଳ୍ପ ବର୍ଷା ହୋଇପାରେ।

ଆସନ୍ତା ୭୨ ଘଣ୍ଟା ମଧ୍ୟ ରେ ରାଜ୍ୟ ରେ ରାତି ତାପମାତ୍ରା ୧-୨° ସେଣ୍ଟିଗ୍ରେଡ ଯାଏ ଅଧିକ ରହିବ। ଉତ୍ତର ଓଡିଶାର କିଛି ଅଂଚଳ ସମେତ ପୁରୀ, ଖୋର୍ଦ୍ଧା , କନ୍ଧମାଳ , କଳାହାଣ୍ଡି , କୋରାପୁଟ ଜିଲ୍ଲା ର ଗୋଟିଏ ଦୁଇଟି ଅଂଚଳ ରେ ଅଳ୍ପ ରୁ ମଧ୍ୟମ ଧରଣ ର କୁହୁଡି ଅନୁଭୂତ ହେବ। ଆକାଶ ମେଘୁଆ ରହିପାରେ।

Leave A Reply

Your email address will not be published.