ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଖଣି ସୁରକ୍ଷା ପାଇଁ ପୁରସ୍କୃତ

0

ଭୁବନେଶ୍ବର: ଚଳିତ ବର୍ଷର ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ଏସେଲ ମାଇନିଙ୍ଗ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡର କୋଇଡା ଲୌହ ଖଣି ଖଣି ସୁରକ୍ଷାର ବିଭିନ୍ନ ବର୍ଗରେ ଉତ୍କର୍ଷତା ପ୍ରତିପାଦନ କରି ଚାଇଁବସା ଖଣି ସୁରକ୍ଷା ମଣ୍ଡଳରେ ପ୍ରତିଷ୍ଠା ଅର୍ଜନ କରିପାରିଛି। ଚଳିତ ମାସ ୨୨ ତାରିଖରେ ଚାଇଁବସା ଖଣି ସୁରକ୍ଷା ମଣ୍ଡଳର ତତ୍ତ୍ଵାବଧାନରେ ଇନ୍ଦ୍ରାଣୀ ପଟ୍ଟନାୟକ ଖଣି କମ୍ପାନୀ ଆନୁକୁଲ୍ୟରେ ଯୋଡା ଟାଟା ଷ୍ଟିଲ ଷ୍ଟାଡିୟମ ଠାରେ ଅନୁଷ୍ଠିତ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ ଉତ୍ସବରେ କୋଇଡା ଲୌହଖଣିକୁ ସାମଗ୍ରିକ ପ୍ରଦର୍ଶନ ପାଇଁ ତୃତୀୟ ପୁରସ୍କାର ମିଳିବା ସହ ପ୍ରଚାର ଓ ପ୍ରସାର ଏବଂ ବୈଦ୍ୟୁତିକ ସୁରକ୍ଷା ପାଇଁ ପ୍ରଥମ ପୁରସ୍କାର ମିଳିଛି।

କେବଳ ସେତିକି ନୁହେଁ, ବୈଧାନିକ ବ୍ୟବସ୍ଥା ଅନୁପାଳନ ଓ ଯାନ୍ତ୍ରିକ ପରିଚାଳନା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ପାଇଁ ଦ୍ଵିତୀୟ ପୁରସ୍କାର ମିଳିଛି। ସେହିପରି,ସର୍ଭେ ଓ ବିଜ୍ଞାନ ସମ୍ମତ ଅଧ୍ୟୟନ ତଥା ଆଲୋକୀକରଣ ବ୍ୟବସ୍ଥା ପାଇଁ ତୃତୀୟ ପୁରସ୍କାର ପାଇଛି ସଂସ୍ଥା। ଏସେଲ ମାଇନିଙ୍ଗର କୋଇଡା ଲୌହଖଣି ୨୦୧୨ ମସିହା ପର୍ଯ୍ୟନ୍ତ ଅଣ – ତାଲିକାଭୁକ୍ତ ଖଣି ହିସାବରେ ରହିଥିଲା। ବର୍ତମାନ ଏହା ଚାଇଁବସା ଖଣି ମଣ୍ଡଳରେ ବର୍ଗ-୨ ବିଭାଗର ପ୍ରମୁଖ ୩ ଗୋଟି ଖଣି ମଧ୍ୟରେ ସ୍ଥାନ ପାଇଛି।

ସୁରକ୍ଷା କ୍ଷେତ୍ରରେ ଖଣିର ଏହି ଉତ୍କର୍ଷତା ସମସ୍ତ କର୍ମଚାରୀଙ୍କ ଏକାନ୍ତ ନିଷ୍ଠା ଓ କୁଶଳତାର ପ୍ରତିଫଳନ ବୋଲି କମ୍ପାନିର ଯୁଗ୍ମ ସଭାପତି ଭି ଶ୍ରୀକାନ୍ତ ପ୍ରକାଶ କରିଛନ୍ତି। ଏସେଲ ମାଇନିଙ୍ଗର ଖଣିଜ ବ୍ୟବସାୟର ମୁଖ୍ୟ ତଥା ବରିଷ୍ଠ ସଭାପତି ପ୍ରସନ୍ନ କୁମାର ପଣ୍ଡା ଏହି ପ୍ରଦର୍ଶନରେ ସନ୍ତୋଷ ବ୍ୟକ୍ତକରିବା ସହ କମ୍ପାନି ବୈଷୟିକ ଉତ୍କର୍ଷତା, କର୍ମକ୍ଷେତ୍ରରେ ସୁରକ୍ଷା ଓ ସାମାଜିକ ନିରାପତ୍ତା ପାଇଁ କାମ କରିଆସୁଛି ବୋଲି ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.