ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଖଣି ସୁରକ୍ଷା ପାଇଁ ପୁରସ୍କୃତ

0

ଭୁବନେଶ୍ବର: ଚଳିତ ବର୍ଷର ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ଏସେଲ ମାଇନିଙ୍ଗ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡର କୋଇଡା ଲୌହ ଖଣି ଖଣି ସୁରକ୍ଷାର ବିଭିନ୍ନ ବର୍ଗରେ ଉତ୍କର୍ଷତା ପ୍ରତିପାଦନ କରି ଚାଇଁବସା ଖଣି ସୁରକ୍ଷା ମଣ୍ଡଳରେ ପ୍ରତିଷ୍ଠା ଅର୍ଜନ କରିପାରିଛି। ଚଳିତ ମାସ ୨୨ ତାରିଖରେ ଚାଇଁବସା ଖଣି ସୁରକ୍ଷା ମଣ୍ଡଳର ତତ୍ତ୍ଵାବଧାନରେ ଇନ୍ଦ୍ରାଣୀ ପଟ୍ଟନାୟକ ଖଣି କମ୍ପାନୀ ଆନୁକୁଲ୍ୟରେ ଯୋଡା ଟାଟା ଷ୍ଟିଲ ଷ୍ଟାଡିୟମ ଠାରେ ଅନୁଷ୍ଠିତ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ ଉତ୍ସବରେ କୋଇଡା ଲୌହଖଣିକୁ ସାମଗ୍ରିକ ପ୍ରଦର୍ଶନ ପାଇଁ ତୃତୀୟ ପୁରସ୍କାର ମିଳିବା ସହ ପ୍ରଚାର ଓ ପ୍ରସାର ଏବଂ ବୈଦ୍ୟୁତିକ ସୁରକ୍ଷା ପାଇଁ ପ୍ରଥମ ପୁରସ୍କାର ମିଳିଛି।

କେବଳ ସେତିକି ନୁହେଁ, ବୈଧାନିକ ବ୍ୟବସ୍ଥା ଅନୁପାଳନ ଓ ଯାନ୍ତ୍ରିକ ପରିଚାଳନା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ପାଇଁ ଦ୍ଵିତୀୟ ପୁରସ୍କାର ମିଳିଛି। ସେହିପରି,ସର୍ଭେ ଓ ବିଜ୍ଞାନ ସମ୍ମତ ଅଧ୍ୟୟନ ତଥା ଆଲୋକୀକରଣ ବ୍ୟବସ୍ଥା ପାଇଁ ତୃତୀୟ ପୁରସ୍କାର ପାଇଛି ସଂସ୍ଥା। ଏସେଲ ମାଇନିଙ୍ଗର କୋଇଡା ଲୌହଖଣି ୨୦୧୨ ମସିହା ପର୍ଯ୍ୟନ୍ତ ଅଣ – ତାଲିକାଭୁକ୍ତ ଖଣି ହିସାବରେ ରହିଥିଲା। ବର୍ତମାନ ଏହା ଚାଇଁବସା ଖଣି ମଣ୍ଡଳରେ ବର୍ଗ-୨ ବିଭାଗର ପ୍ରମୁଖ ୩ ଗୋଟି ଖଣି ମଧ୍ୟରେ ସ୍ଥାନ ପାଇଛି।

ସୁରକ୍ଷା କ୍ଷେତ୍ରରେ ଖଣିର ଏହି ଉତ୍କର୍ଷତା ସମସ୍ତ କର୍ମଚାରୀଙ୍କ ଏକାନ୍ତ ନିଷ୍ଠା ଓ କୁଶଳତାର ପ୍ରତିଫଳନ ବୋଲି କମ୍ପାନିର ଯୁଗ୍ମ ସଭାପତି ଭି ଶ୍ରୀକାନ୍ତ ପ୍ରକାଶ କରିଛନ୍ତି। ଏସେଲ ମାଇନିଙ୍ଗର ଖଣିଜ ବ୍ୟବସାୟର ମୁଖ୍ୟ ତଥା ବରିଷ୍ଠ ସଭାପତି ପ୍ରସନ୍ନ କୁମାର ପଣ୍ଡା ଏହି ପ୍ରଦର୍ଶନରେ ସନ୍ତୋଷ ବ୍ୟକ୍ତକରିବା ସହ କମ୍ପାନି ବୈଷୟିକ ଉତ୍କର୍ଷତା, କର୍ମକ୍ଷେତ୍ରରେ ସୁରକ୍ଷା ଓ ସାମାଜିକ ନିରାପତ୍ତା ପାଇଁ କାମ କରିଆସୁଛି ବୋଲି ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.