ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ରେକର୍ଡ ଭାଙ୍ଗୁଛି ସୋନପୁର, ଥରୁଛି ଓଡ଼ିଶା

0

ଭୁବନେଶ୍ବର: ସୋନପୁରରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଠାରୁ ବି କମ୍। ରାତିର ତାପମାତ୍ରା ୩.୪ ଡିଗ୍ରି ସେଲସିୟସକୁ ଛୁଇଁଛି। ଅନୁଗୁଳ ତାପମାତ୍ରା ରେକର୍ଡ ପଛରେ ଧାଇଁଛି। ଶନିବାର ରାତିରେ ସେଠାରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରିରେ ପହଞ୍ଚିଛି। କନ୍ଧମାଳରେ ୫ଡିଗ୍ରିରେ ପହଞ୍ଚିଛି ଶୀତ। ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରି। ଏମିତି ଢଙ୍ଗରେ ଥରୁଛି ସାରା ଓଡ଼ିଶା।

ପୁରୀ ଠାରୁ ସମ୍ବଲପୁର, ବାରିପଦା ସବୁଠି ଶୀତର ପ୍ରକୋପ ଜାରି ରହିଛି। ଆଉ ୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ। ତା ପରେ ପାଗରେ ପରିବର୍ତନ ଆସିବ। ବର୍ଷା ହେବ ଓ ଯେଉଁ ଅଞ୍ଚଳରେ ବର୍ଷା ନ ହେବ, ସେଠାରେ ପାଗ ଅତ୍ୟନ୍ତ କୋହଲା ରହିବ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବାଲେଶ୍ବରରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ରହିଛି। ଚାନ୍ଦବାଲିରେ ଏହାର ପରିମାଣ ୧୦.୨ ଡିଗ୍ରି, କଟକରେ ୮.୮ ଡିଗ୍ରି, ପାରାଦୀପରେ ୧୨.୮ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବରରେ ରାତିର ତାପମାତ୍ରା ୧୦.୨ ଡିଗ୍ରି ଥିବା ବେଳେ ଗୋପାଳପୁରରେ ୧୨.୭ ଡିଗ୍ରି, ପୁରୀରେ ୧୨ ଡିଗ୍ରି, ବାରିପଦାରେ ୯ ଡିଗ୍ରି, ଝାରସୁଗୁଡାରେ ୭.୩ ଡିଗ୍ରି, କେନ୍ଦୁଝରଗଡରେ ୬.୬ ଡିଗ୍ରି, ସମ୍ବଲପୁରରେ ୭.୪ ଡିଗ୍ରି, ସନ୍ଦୁରଗଡରେ ୯ ଡିଗ୍ରି, ହୀରାକୁଦରେ ୧୦.୧ ଡିଗ୍ରି, ତାଳଚେରରେ ୧୦.୨ ଡିଗ୍ରି, ଭବାନୀପାଟଣାରେ ୬.୫ ଡିଗ୍ରି. ବଲାଙ୍ଗୀରରେ ୮ଡିଗ୍ରି, କୋରାପୁଟରେ ୯.୬ ଡିଗ୍ରି, ଟିଟିଲାଗଡରେ ୬.୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.