ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ଦୁର୍ଘଟଣା ନେଇଗଲା ୭ଜୀବନ

0

ଗଞ୍ଜାମ: ଗତକାଲି ରାତିରେ ତପ୍ତପାଣି ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ବି ଅଛନ୍ତି। ସେମାନଙ୍କ ପରିଚୟ ଜଣାପଡନାହିଁ। ଏହିସହିତ ୪୫ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ମାନେ ବ୍ରହ୍ମପୁର ଏବଂ ଦିଗପହଣ୍ଡି ମେଡିକାଲ ରେ ଭର୍ତ୍ତି କରାଯାଇଛି। ଏବେ ବି ବସ ଭିତରେ କିଛି ଲୋକ ଚାପ ହୋଇ ରହିଥିବା କୁହାଯାଉଛି। ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଘନ କୁହୁଡି ଯୋଗୁଁ ବସଟି ଦୁର୍ଘଟଣା ସାମ୍ନା କରିଥିଲା। କେହି କେହି ବ୍ରେକ୍ ଫେଲ୍ ହୋଇଯିବା କାରଣରୁ ଦୁର୍ଘଟଣା ଘଟିଥିବା କହୁଛନ୍ତି। ତପ୍ତପାଣି ଘାଟି ଅତିକ୍ରମ କରିବା ବେଳେ ବସଟି ଭାରସାମ୍ୟ ହରାଇ ପାଳୁଖୋଳା ନିକଟସ୍ଥ ବ୍ରିଜ୍‌ ତଳକୁ  ଓଲଟି ପଡିଥିଲା। ପାଖାପାଖି ରାତି ୩ଟା ବେଳେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକ ସୂଚନା ଦେଉଛନ୍ତି।

ରାୟଗଡା କାଶୀପୁର ଠାରୁ ବ୍ରହ୍ମପୁର ଯାଉଥିବା ମାରୁତି ନାମକ ବସରେ ପ୍ରାୟ ୫୦ରୁ ଅଧିକ ଲୋକ ଥିଲେ। ବସଟି ବ୍ରହ୍ମପୁର ଆସୁଥିଲା। ତେବେ ଦୁର୍ଘଟଣାସ୍ଥଳରେ ଘଞ୍ଚ ଜଙ୍ଗଲ ଓ ଦୁର୍ଘଟଣାସ୍ଥଳରେ ପାଣି ଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। 

Leave A Reply

Your email address will not be published.