ପ୍ରମୁଖ ଖବର

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୋମ୍ଫାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଆତ୍ମହତ୍ୟା
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି
ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ରାଜଧାନୀ ଭୁବନେଶ୍ବରରେ ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ

କରୋନା ପାଇଁ କଠୋର ହେଉଛନ୍ତି କେନ୍ଦ୍ର, ରାଜ୍ୟ

0

ଭୁବନେଶ୍ବର: କରୋନାକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ତନାଘନା ଚଳାଇଛନ୍ତି। କେନ୍ଦ୍ର ଏତେ କଠୋର ହୋଇଛି ଯେ ନିୟମକୁ ମାନୁନଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟଗୁଡିକୁୁ ନିର୍ଦେଶ ଦିଆଯାଇଛି। ଆଜି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତିରେ ଦେଶକୁ ବାର୍ତା ଦେବେ। ତା ପୂର୍ବରୁ ନିଜେ ମୋଦୀ ଆଜି ଦେଶର ସବୁ ପ୍ରମୁଖ ଖବରକାଗଜର ସଂପାଦକଙଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ରାତିରେ କି ନିର୍ଦେଶ ଦେବେ, ତା ଉପରେ ଏବେ ସମସ୍ତଙ୍କର ନିଜର ରହିଛି। ପୂର୍ବଥର ସେ ୨୨ ତାରିଖରେ ଜନତା କର୍ଫ୍ୟୁ କଥା ଘୋଷଣା କରିଥିଲେ।

ଏପଟେ ଓଡ଼ିଶା ସରକାର କରୋନାକୁ ଷ୍ଟେଜ-୨ରେ ସୀମିତ ରଖିବା ଲାଗି ସବୁସ୍ତରରରେ ଉଦ୍ୟମ ଚଳାଇଛନ୍ତି। ୧୪ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଆଜି ମଧ୍ୟ ରାତ୍ରିରୁ ମାର୍ଚ୍ଚ ୨୯ ତାରିଖ ଯାଏଁ ରାଜ୍ୟର ସମସ୍ତ ଜିଲ୍ଲାକୁ ତାଲା ବନ୍ଦ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ରାଜ୍ୟବାସୀଙ୍କୁ ଆଶ୍ବାସନା ଦେବାକୁ ଯାଇ ଗଣମାଧ୍ୟମ ସାମ୍ନାରେ ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଆମ ରାଜ୍ୟରେ କରୋନା ଏବେ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ। ଓଡିଶାରେ କରୋନାର ସ୍ଥିତି ଷ୍ଟେଟ୍ ଟୁ ରେ ରହିଛି। ଓଡିଶାରେ କରୋନା ପଜିଟିଭ ଆସିଥିବା ୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ରାଜ୍ୟ ସରକାର ଆଜି ଆହୁରି କଠୋର ନିଷ୍ପତ୍ତି ନେବାକୁ ଯାଇ ଏକାଧିକ ନୂଆ ନିର୍ଦେଶନାମା ଜାରି କରିଛନ୍ତି। ରାଜ୍ୟରେ ଚାଲୁଥିବା ସମସ୍ତ ନିର୍ମାଣ କାମ ବନ୍ଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାଲୁଥିବା ନିର୍ମାଣ କାମ ଚାଲୁ ରହିବ। ସରକାର ଯୁକ୍ତି ରଖିଛନ୍ତି, ନିର୍ମାଣ କାମ ସମୟରେ ଅନେକ ଶ୍ରମିକ ନିୟୋଜିତ ଥାଆନ୍ତି। ଫଳରେ ସଂକ୍ରମଣ ବ୍ୟାପିବାର ଅନେକ ଆଶଙ୍କା ଥାଏ। ସେହିଭଳି ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ର ଗୁଡିକ ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କେବଳ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ଗୁଡିକ ଖୋଲା ରହିବ । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ସରକାର କହିଛନ୍ତି, ଘରେ ଘରେ ପେନସନ୍ ଓ ପିଡ଼ିଏସ୍ ସାମଗ୍ରୀ ପହଞ୍ଚାଇ ଦିଆଯିବ। ସମସ୍ତ ଜିଲ୍ଲାପାଳ , ଜିଲ୍ଲା ମାଜିଷ୍ଟ୍ରେଟ ଓ ମ୍ୟୁନସିପାଲ କମିସନରଙ୍କୁ ଏ ନେଇ ନିର୍ଦେଶନାମା ଜାରି କରିଯାଇଛି।

ସେପଟେ କେନ୍ଦ୍ର ସରକାର ମେଡିକାଲରେ ବେଡ୍ ସଂଖ୍ୟା ଆଦି ବଢାଇବା ଉପରେ ଗୁରୁତ୍ବ ଦେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ମୁକାବିଲା ବ୍ୟବସ୍ଥାକୁ ଅତି ସହଜ କରିବା ଲାଗି ରାଜ୍ୟ ସରକାରଙ୍କୁ ଏକ ବଡ଼ ଅନୁରୋଧ କରିଛନ୍ତି। କହିଛନ୍ତି, ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଲାଗୁ କରାଯାଉ। ଭାରତ ସରକାରଙ୍କର ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଥିବା ଆୟୁଷ୍ମାନ ଯୋଜନାକୁ ଲାଗୁ କରିବାକୁ ସେ ଅନୁରୋଧ ଜଣାଇଛନ୍ତି।ଟ୍ବିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରି ରାଜ୍ୟର ସମସ୍ତ ଗରିବ ପରିବାରକୁ ସହାୟତା ପ୍ରଦାନ କରନ୍ତୁ। ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ସାରା ଦେଶରେ ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆଙ୍କୁ ଚିକିତ୍ସା ପାଇଁ ସହଯୋଗର ହାତ ବଢାଇବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି।

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗଣମାଧ୍ୟମ ସାମ୍ନାରେ ବଡ଼ ଘୋଷଣା କରିଛନ୍ତି। କହିଛନ୍ତି, ଉଭୟ ଇନ୍‌କମ୍‌ ଟ୍ୟାକ୍ସ ଫାଇଲିଂ ଏବଂ ଆଧାର-ପାନ୍‌ ଲିଙ୍କ ଅବଧି ଆସନ୍ତା ଜୁନ୍‌ ୩୦ ଯାଏ ବୃଦ୍ଧି କରାଯିବ। ବିଳମ୍ବିତ ଫାଇଲିଂ ପାଇଁ ପୂର୍ବରୁ ୧୨% ହାରରେ ଦେୟ ଦେବାକୁ ପଡ଼ୁଥିଲା। ଏବେ ଏହା ୯%ରେ ଦେବାକୁ ହେବ। ସେହିଭଳି ଆଧାର ନମ୍ବର ଓ ପାନ୍‌ ମଧ୍ୟରେ ଲିଙ୍କ ଅବଧି ଜୁନ୍‌ ୩୦ ଯାଏ ଘୁଞ୍ଚାଇବା ସହ ‘ବିବାଦ ସେ ବିଶ୍ୱାସ’ ବାବଦରେ ମଧ୍ୟ ନୂଆ ଘୋଷଣା କରିଛନ୍ତି। ଏହି ସ୍କିମ୍‌ ଅଧୀନରେ ଏବେଠାରୁ ୩୦ ଜୁନ୍‌ ଯାଏ ଅତିରିକ୍ତ ଭାବେ ୧୦% ଶୁଳ୍କ ଦେବାକୁ ଆଉ ପଡ଼ିବନି।

ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୦ ମାର୍ଚ୍ଚ, ଏପ୍ରିଲ, ମେ’ ପାଇଁ ଜିଏସ୍‌ଟି ରିଟର୍ଣ୍ଣ ଏବଂ କମ୍ପୋଜିସନ୍‌ ରିଟର୍ଣ୍ଣ ଅବଧି ୨୦୨୦ ଜୁନ୍‌ ୩୦ ଯାଏ ବୃଦ୍ଧି କରାଯାଇଛି। ୫ କୋଟି ଟଙ୍କାର କମ୍‌ ବ୍ୟବସାୟ ଥିବା କମ୍ପାନି ଉପରେ ସୁଧ, ବିଳମ୍ବିତ ଦେୟ ଏବଂ ଅର୍ଥଦଣ୍ଡ ଲାଗୁ ହେବନାହିଁ। ବୋର୍ଡ ମିଟିଂର ବାଧ୍ୟବାଧକତା ମଧ୍ୟ ୬୦ ଦିନ ଘୁଞ୍ଚିଯାଇଛି। ସେହିଭଳି ଇନ୍‌ସଲ୍ଭେନ୍ସି ବା ଦେବାଳିଆ ପ୍ରକ୍ରିୟା ପାଇଁ ସୀମା ୧ ଲକ୍ଷରୁ ୧ କୋଟିକୁ ବୃଦ୍ଧି କରାଯାଇଛି। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ ଏଥିପାଇଁ ଟଙ୍କା ଗଣିବାକୁ ପଡ଼ିବନି। ବରଂ ଡେବିଟ୍‌ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍‌ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହା ଆଗାମୀ ୩ ମାସ ଯାଏ ଲାଗୁ ହେବ। ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍‌ ବାଲାନ୍ସ ରଖିବା ବାଧ୍ୟତାମୂଳକ ନୁହେଁ।

Leave A Reply

Your email address will not be published.