ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ସ୍ବାସ୍ଥ୍ୟ ବିଭାଗର ଉତ୍ସାହ ବଢାଇଲେ ନବୀନ

0

ଭୁବନେଶ୍ବର: ଏକ ଭିନ୍ନ ଢଙ୍ଗରେ ବାହାରେ ବୁଲିବା ନେଇ କଟକଣା ଜାରି କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବାସ୍ଥ୍ୟ ସେବାକୁ ଅଧିକ ଗୁରୁତ୍ବ ଦେଉଥିବା ସଂପର୍କରେ ସୂଚନା ଦେବାକୁ ଯାଇ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡିଓ ଜାରି କରି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ମନୋବଳ ବଢାଇବା ଲାଗି ସେମାନଙ୍କୁ ପ୍ରଶଂସା ଅଜାଡି ଦେବା ସହିତ ୪ମାସର ଆଗୁଆ ଦରମା ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ କାମରେ ବାଧା ଦେଲେ କଠୋର ଦଣ୍ଡ ଦିଆଯିବ ବୋଲି ମଧ୍ୟ ଘୋଷଣା କରିବାକୁ ନବୀନ ପଛଘୁଞ୍ଚା ଦେଇନାହାନ୍ତି। ନବୀନଙ୍କ ଏହି ଭିଡିଓ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ମନକୁ ଅଧିକ ଦୃଢ କରିଛି। କରୋନା ମୁକାବିଲା ଲାଗି ଡାକ୍ତର ଓ ପାରାମେଡିକାଲ୍ସ ଏବଂ ସ୍ବାସ୍ଥ୍ୟ କର୍ମଚାରୀ ଦିନରାତି ଏକ କରି ଉଦ୍ୟମ ଜାରି ରଖିଥିବା ବେଳେ ନବୀନଙ୍କ ଉତ୍ସାହ ସେମାନଙ୍କୁ ଅଧିକ କାମ କରିବା ଲାଗି ପ୍ରେରଣା ଦେବ ବୋଲି ବୁଦ୍ଧିଜୀବୀ ମହଲ କହିଛନ୍ତି।

ଆଜି ନବୀନ ଭିଡିଓ ଜାରି କରି କହିଥିଲେ, ଆପଣ ଜାଣନ୍ତି, କରୋନା ଭାଇରସ ଆଜି ସମଗ୍ର ମାନବ ଜାତି ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। କରୋନା ବିରୋଧରେ ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ କଠିନ ଲଢେଇ କରୁଛନ୍ତି। ସେମାନଙ୍କ ତ୍ୟାଗ, ନିଷ୍ଠାର ତୁଳନା ନାହିଁ। ସେମାନେ କଠିନ ପରିସ୍ଥିତିରେ ସେବା ଯୋଗାଇ ଚାଲିଛନ୍ତି। ମୁଁ ଓ ମୋର ଓଡ଼ିଶାବାସୀ ଏବେ ସେମାନଙ୍କ ପରିବାର ସାଥିରେ ରହିଛନ୍ତି। ସେମାନଙ୍କ ଏହି ସ୍ପିରିଟକୁ ମୁଁ ସମ୍ମାନ ଜଣାଉଛି।

ନବୀନ କହିଥିଲେ, ସେମାନଙ୍କ ସୁବିଧା ଓ ଆପଣଙ୍କ ପରିବାରର ସୁବିଧା ପାଇଁ ମୁଁ ଘୋଷଣା କରୁଛି ଯେ ଡାକ୍ତର, ପାରାମେଡିକ୍ସ ଓ ସ୍ବାସ୍ଥ୍ୟସେବାରେ ଲାଗିଥିବା ସବୁ କର୍ମଚାରୀଙ୍କୁ ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ଏହି ଚାରିମାସର ଦରମା ଏପ୍ରିଲମାସରେ ମିଳିବ। ଜନସାଧାରଣଙ୍କୁ ମୋର ଅନୁରୋଧ, ସେମାନେ ଡାକ୍ତର, ପାରାମେଡିକ୍ସ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଶ୍ରଦ୍ଦା ଓ ସମ୍ମାନର ସହିତ ବ୍ୟବହାର କରନ୍ତୁ। ସେମାନଙ୍କ କାମରେ ବାଧା ସୃଷ୍ଟି କରନ୍ତୁ ନାହିଁ। ସ୍ବାସ୍ଥ୍ୟ କର୍ମଚାରୀ ନିଜର ସବୁ ସୁଖ ସୁବିଧା ତ୍ୟାଗ କରି କଠିନ ପରିସ୍ଥିତିରେ କାମ କରୁଛନ୍ତି। ଆମେ ସେମାନଙ୍କୁ ଉତ୍ସାହିତ ଓ ପ୍ରଶଂସା କରିବା ଦରକାର। ଯେଉଁମାନେ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ କାମରେ ବାଧା ସୃଷ୍ଟି କରିବେ, ସେମାନଙ୍କୁ ଭଲ ବ୍ୟବହାର ନ କରିବେ, ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଁ ପୁଲିସକୁ ନିର୍ଦେଶ ଦେଉଛି ବୋଲି ନବୀନ କହିଛନ୍ତି। ଏ ଦେଶ ଆପଣମାନଙ୍କ ସାଥିରେ ଅଛି। ଆମେ ସମସ୍ତେ ଆପଣଙ୍କ ସାଥିରେ ରହିଛୁ। ଆପଣମାନେ ସେବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.