ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ସ୍ବାସ୍ଥ୍ୟ ବିଭାଗର ଉତ୍ସାହ ବଢାଇଲେ ନବୀନ

0

ଭୁବନେଶ୍ବର: ଏକ ଭିନ୍ନ ଢଙ୍ଗରେ ବାହାରେ ବୁଲିବା ନେଇ କଟକଣା ଜାରି କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବାସ୍ଥ୍ୟ ସେବାକୁ ଅଧିକ ଗୁରୁତ୍ବ ଦେଉଥିବା ସଂପର୍କରେ ସୂଚନା ଦେବାକୁ ଯାଇ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡିଓ ଜାରି କରି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ମନୋବଳ ବଢାଇବା ଲାଗି ସେମାନଙ୍କୁ ପ୍ରଶଂସା ଅଜାଡି ଦେବା ସହିତ ୪ମାସର ଆଗୁଆ ଦରମା ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ କାମରେ ବାଧା ଦେଲେ କଠୋର ଦଣ୍ଡ ଦିଆଯିବ ବୋଲି ମଧ୍ୟ ଘୋଷଣା କରିବାକୁ ନବୀନ ପଛଘୁଞ୍ଚା ଦେଇନାହାନ୍ତି। ନବୀନଙ୍କ ଏହି ଭିଡିଓ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ମନକୁ ଅଧିକ ଦୃଢ କରିଛି। କରୋନା ମୁକାବିଲା ଲାଗି ଡାକ୍ତର ଓ ପାରାମେଡିକାଲ୍ସ ଏବଂ ସ୍ବାସ୍ଥ୍ୟ କର୍ମଚାରୀ ଦିନରାତି ଏକ କରି ଉଦ୍ୟମ ଜାରି ରଖିଥିବା ବେଳେ ନବୀନଙ୍କ ଉତ୍ସାହ ସେମାନଙ୍କୁ ଅଧିକ କାମ କରିବା ଲାଗି ପ୍ରେରଣା ଦେବ ବୋଲି ବୁଦ୍ଧିଜୀବୀ ମହଲ କହିଛନ୍ତି।

ଆଜି ନବୀନ ଭିଡିଓ ଜାରି କରି କହିଥିଲେ, ଆପଣ ଜାଣନ୍ତି, କରୋନା ଭାଇରସ ଆଜି ସମଗ୍ର ମାନବ ଜାତି ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। କରୋନା ବିରୋଧରେ ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ କଠିନ ଲଢେଇ କରୁଛନ୍ତି। ସେମାନଙ୍କ ତ୍ୟାଗ, ନିଷ୍ଠାର ତୁଳନା ନାହିଁ। ସେମାନେ କଠିନ ପରିସ୍ଥିତିରେ ସେବା ଯୋଗାଇ ଚାଲିଛନ୍ତି। ମୁଁ ଓ ମୋର ଓଡ଼ିଶାବାସୀ ଏବେ ସେମାନଙ୍କ ପରିବାର ସାଥିରେ ରହିଛନ୍ତି। ସେମାନଙ୍କ ଏହି ସ୍ପିରିଟକୁ ମୁଁ ସମ୍ମାନ ଜଣାଉଛି।

ନବୀନ କହିଥିଲେ, ସେମାନଙ୍କ ସୁବିଧା ଓ ଆପଣଙ୍କ ପରିବାରର ସୁବିଧା ପାଇଁ ମୁଁ ଘୋଷଣା କରୁଛି ଯେ ଡାକ୍ତର, ପାରାମେଡିକ୍ସ ଓ ସ୍ବାସ୍ଥ୍ୟସେବାରେ ଲାଗିଥିବା ସବୁ କର୍ମଚାରୀଙ୍କୁ ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ଏହି ଚାରିମାସର ଦରମା ଏପ୍ରିଲମାସରେ ମିଳିବ। ଜନସାଧାରଣଙ୍କୁ ମୋର ଅନୁରୋଧ, ସେମାନେ ଡାକ୍ତର, ପାରାମେଡିକ୍ସ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଶ୍ରଦ୍ଦା ଓ ସମ୍ମାନର ସହିତ ବ୍ୟବହାର କରନ୍ତୁ। ସେମାନଙ୍କ କାମରେ ବାଧା ସୃଷ୍ଟି କରନ୍ତୁ ନାହିଁ। ସ୍ବାସ୍ଥ୍ୟ କର୍ମଚାରୀ ନିଜର ସବୁ ସୁଖ ସୁବିଧା ତ୍ୟାଗ କରି କଠିନ ପରିସ୍ଥିତିରେ କାମ କରୁଛନ୍ତି। ଆମେ ସେମାନଙ୍କୁ ଉତ୍ସାହିତ ଓ ପ୍ରଶଂସା କରିବା ଦରକାର। ଯେଉଁମାନେ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ କାମରେ ବାଧା ସୃଷ୍ଟି କରିବେ, ସେମାନଙ୍କୁ ଭଲ ବ୍ୟବହାର ନ କରିବେ, ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଁ ପୁଲିସକୁ ନିର୍ଦେଶ ଦେଉଛି ବୋଲି ନବୀନ କହିଛନ୍ତି। ଏ ଦେଶ ଆପଣମାନଙ୍କ ସାଥିରେ ଅଛି। ଆମେ ସମସ୍ତେ ଆପଣଙ୍କ ସାଥିରେ ରହିଛୁ। ଆପଣମାନେ ସେବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.