ପ୍ରମୁଖ ଖବର

ସୁଭଦ୍ରା ଯୋଜନା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଢେଙ୍କାନାଳ ସଦର ଆର୍‌ଆଇ ଓ ପିଅନ
ବିପଦସଙ୍କେତ ଟପିଲା ସୁବର୍ଣ୍ଣରେଖା: ୬ ଜିଲ୍ଲାପାଳଙ୍କୁ ଆଲର୍ଟ, ବାଲେଶ୍ୱରରେ ବନ୍ୟା ପରିସ୍ଥିତି
ପୂରଣ ହେଲା ଡାକ୍ତରଙ୍କ ଦାବି, ମନୋଜ ବର୍ମା ହେଲେ କୋଲକାତା ପୁଲିସ କମିଶନର
ଜନ୍ମଦିନ ଅବସରରେ ହିତାଧିକାରୀଙ୍କ ଘରେ ଖିରି ଖାଇଲେ ମୋଦୀ
ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନ
ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡି ୨ ଛାତ୍ର ନିଖୋଜ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍‌ରିୱାଲ
ଚୀନକୁ ହରାଇ ୫ମ ଥର ଏସିଆ ଚାମ୍ପିୟନ ହେଲା ଭାରତ

ଓଟିଡିସି ଦେଲା ୫ଲକ୍ଷ

0
  • ଭୁବନେଶ୍ବର: କରୋନା ବିପର୍ଯ୍ୟୟ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ପାଇଁ ସହାୟତା ଆହ୍ବାନ କରିବା ପରେ ବିଭିନ୍ନ ସଂସ୍ଥା ତତ୍ପର ହୋଇ ଉଠିଛନ୍ତି। ଏହି ତାଲିକାରେ ଆଜି ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଯୋଡି ହୋଇଛି। ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏକ ପ୍ରେସ ଇସ୍ତାହାରରେ କହିଛନ୍ତି, ବିଶ୍ବ ଏବେ ‘କରୋନା’ ବା ‘କୋଭିଡ୍‌-୧୯ ଭୂତାଣୁ’ ବିରୁଦ୍ଧରେ ଯୁଦ୍ଧ କରୁଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମୟୋଚିତ ଦୃଢ଼ ପଦକ୍ଷେପ ଓ ଓଡ଼ିଶାବାସୀଙ୍କ ସକ୍ରିୟ ସହଯୋଗ ଯୋଗୁ କରୋନାଜନିତ ସଂକ୍ରମଣକୁ ଓଡ଼ିଶା ଆଜି ସୁଦ୍ଧା ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଛି। ପ୍ରାୟ ସବୁ ଜିଲ୍ଲାକୁ ସିଲ୍ କରିଦିଆଯାଇଛି।
  • ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନାର ମୁକାବିଲା ଓ ମାନବିକତା ଗତିବିଧିକୁ କ୍ରିୟାଶୀଳ କରି ରଖିବା ଉଦ୍ଦେଶ୍ୟରେ ଓ.ଟି.ଡି.ସି. ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ( କୋଭିଡ୍ -୧୯)କୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି l ଏହି ଟଙ୍କା ଆଜି ମନି ଟ୍ରାନ୍ସଫର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରେରଣ କରାଯାଇଛି।
  • ସମଗ୍ର ଓଡ଼ିଶାବାସୀଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଦୂରତ୍ୱକୁ ଯଥାସମ୍ଭବ ପାଳନ କରି ନିଜ ଘରେ ନିଜକୁ ଆବଦ୍ଧ ରଖି ନିଜର ଆତ୍ମୀୟସ୍ୱଜନ ଓ ପରିବାରବର୍ଗଙ୍କୁ ବିଶ୍ୱ ମହାମାରୀ ‘କରୋନା’ରୁ ସୁରକ୍ଷିତ ରଖିବାକୁ ଶ୍ରୀମତୀ ମିଶ୍ର ଅନୁରୋଧ କରିଛନ୍ତି। ଏହାସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ନିମନ୍ତେ ଯେଉଁ ଶପଥ ପାଠ ପାଇଁ ଆହ୍ୱାନ କରିଛନ୍ତି ତାକୁ ସମସ୍ତେ ଅନୁସରଣ କରିବା ନିମନ୍ତେ ସେ ଅନୁରୋଧ କରିଛନ୍ତି।
Leave A Reply

Your email address will not be published.