ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମସ୍ତେ ମିଳିମିଶି ମୁକାବିଲା ଲାଗି ଆହ୍ବାନ ଦେଲେ ନିରଞ୍ଜନ

0

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସମସ୍ତେ ମିଳିମିଶି କାମ କରିବା ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଏକ ଭିଡିଓ ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, କେବଳ ସରକାରୀସ୍ତରରେ ନୁହେଁ, ଏଭଳି ବିପତ୍ତି ସମୟରେ ସବୁ ଲୋକ ନିଜସ୍ତରରେ ମଧ୍ୟ ସାହାଯ୍ୟ କରିବା ଲାଗି ଆଗେଇ ଆସିବା ଉଚିତ୍। ଅନ୍ୟପକ୍ଷରେ ସରକାର ଯେତେ କଠୋର ନିଷ୍ପତ୍ତି ନେଲେ ବି ତାକୁ ମାନିବାକୁ ପଡିବ।

ତେବେ ଓଡ଼ିଶା ଏକ ଗରିବ ରାଜ୍ୟ ହୋଇଥିବାରୁ ସରକାର ଯେଉଁ ମାନସିକତାରେ କରୋନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି, ସେହି ମାନସିକତାରେ ଏକଥା ବି ଦେଖିବା ଉଚିତ୍ ଯେ ଏହି ପରିସ୍ଥିତିରେ ଗରିବ ଲୋକ କିଭଳି ଭୋକିଲା ନ ରହନ୍ତୁ। ଯାହା କିଛି ଖର୍ଚ୍ଚାନ୍ତ ହେଲେ ମଧ୍ୟ ଗରିବ ଲୋକ, ଗ୍ରାମାଞ୍ଚଳ ଲୋକ କିଭଳି ହନ୍ତସନ୍ତ ନ ହେବେ, ଖାଦ୍ୟ ବିନା କଷ୍ଟ ନ ଭୋଗିବେ, ସେ ନେଇ ସରକାର ପଦକ୍ଷେପ ନେବା ଉଚିତ୍ ବୋଲି ପିସିସି ସଭାପତି ଆହ୍ବାନ ଦେଇଛନ୍ତି।

Leave A Reply

Your email address will not be published.