ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ସମସ୍ତେ ମିଳିମିଶି ମୁକାବିଲା ଲାଗି ଆହ୍ବାନ ଦେଲେ ନିରଞ୍ଜନ

0

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସମସ୍ତେ ମିଳିମିଶି କାମ କରିବା ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଏକ ଭିଡିଓ ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, କେବଳ ସରକାରୀସ୍ତରରେ ନୁହେଁ, ଏଭଳି ବିପତ୍ତି ସମୟରେ ସବୁ ଲୋକ ନିଜସ୍ତରରେ ମଧ୍ୟ ସାହାଯ୍ୟ କରିବା ଲାଗି ଆଗେଇ ଆସିବା ଉଚିତ୍। ଅନ୍ୟପକ୍ଷରେ ସରକାର ଯେତେ କଠୋର ନିଷ୍ପତ୍ତି ନେଲେ ବି ତାକୁ ମାନିବାକୁ ପଡିବ।

ତେବେ ଓଡ଼ିଶା ଏକ ଗରିବ ରାଜ୍ୟ ହୋଇଥିବାରୁ ସରକାର ଯେଉଁ ମାନସିକତାରେ କରୋନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି, ସେହି ମାନସିକତାରେ ଏକଥା ବି ଦେଖିବା ଉଚିତ୍ ଯେ ଏହି ପରିସ୍ଥିତିରେ ଗରିବ ଲୋକ କିଭଳି ଭୋକିଲା ନ ରହନ୍ତୁ। ଯାହା କିଛି ଖର୍ଚ୍ଚାନ୍ତ ହେଲେ ମଧ୍ୟ ଗରିବ ଲୋକ, ଗ୍ରାମାଞ୍ଚଳ ଲୋକ କିଭଳି ହନ୍ତସନ୍ତ ନ ହେବେ, ଖାଦ୍ୟ ବିନା କଷ୍ଟ ନ ଭୋଗିବେ, ସେ ନେଇ ସରକାର ପଦକ୍ଷେପ ନେବା ଉଚିତ୍ ବୋଲି ପିସିସି ସଭାପତି ଆହ୍ବାନ ଦେଇଛନ୍ତି।

Leave A Reply

Your email address will not be published.