ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଚାଷୀଙ୍କ ଋଣ ଉପରେ ବଡ଼ ଘୋଷଣା

0

୩୧ ମେ, ୨୦୨୦ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକୁ ୨ ପ୍ରତିଶତ ସୁଧଛାଡ଼ ଓ ସମସ୍ତ କୃଷକଙ୍କୁ ୩ ପ୍ରତିଶତ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ଅବଧି ବୃଦ୍ଧିର ଲାଭ ମିଳିବ
୧ ମାର୍ଚ୍ଚରୁ ୩୧ ମେ ମଧ୍ୟରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଦିଆଯାଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ମିଳିବ ରିହାତି

ନୂଆଦିଲ୍ଲୀ: କୋଭିଡ-୧୯ ଲକଡାଉନ କାରଣରୁ ଚାଷୀମାନେ ବ୍ୟାଙ୍କରୁ ନେଇଥିବା ସ୍ବଳ୍ପକାଳୀନ ଫସଲ ଋଣ ପୁନଃପରିଶୋଧ ଅବଧିକୁ କେନ୍ଦ୍ର ସରକାର ଘୁଞ୍ଚାଇ ଦେଇଛନ୍ତି। ୩୧ ମେ, ୨୦୨୦ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକୁ ୨ପ୍ରତିଶତ ସୁଧ ଛାଡ଼ ଏବଂ ଚାଷୀଙ୍କୁ ୩ ପ୍ରତିଶତ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ଦେୟର ଅବଧି ବୃଦ୍ଧି ଲାଗି ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଫସଲ ଋଣ ଉପରେ ଏହି ସୁବିଧା ମିଳିବ । ୧ ମାର୍ଚ୍ଚରୁ ୩୧ ମେ ୨୦୨୦ ପର୍ଯ୍ୟନ୍ତ ଦେୟଯୋଗ୍ୟ ଥିବା ଋଣ ଉପରେ ଏହି ରିହାତି ପ୍ରଦାନ କରାଯିବ।
ଲୋକମାନଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବା କାରଣରୁ ଚାଷୀମାନେ ସେମାନଙ୍କ ସ୍ବଳ୍ପକାଳୀନ ଫସଲ ଋଣ ଦେୟ ପଇଠ କରିବା ଲାଗି ବ୍ୟାଙ୍କ ଶାଖାକୁ ଯାଇପାରୁନାହାନ୍ତି। ଏହାଛଡ଼ା କଟକଣା ଯୋଗୁ କୃଷି ଉତ୍ପାଦ ଠିକ ସମୟରେ ବିକ୍ରି ହୋଇପାରୁନାହିଁ କିମ୍ବା ବିକ୍ରି ଅର୍ଥ ଚାଷୀମାନେ ପାଇପାରୁନାହାନ୍ତି। ଫଳରେ ସେମାନେ ଋଣ ପରିଶୋଧ କରିବାରେ ସମସ୍ୟା ଭୋଗୁଥିବା ଦେଖାଯାଉଛି ।
ଏହି ସମସ୍ୟାକୁ ଆଖି ଆଗରେ ରଖି ଚାଷୀମାନଙ୍କୁ ସୁଧ ଛାଡ଼ ଏବଂ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ପଇଠ ଲାଗି ଅତିରିକ୍ତ ଅବଧିର ଲାଭ ପ୍ରଦାନ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଚାଷୀମାନେ ୩୧ ମେ, ୨୦୨୦ ପର୍ଯ୍ୟନ୍ତ ଏପରି ଋଣ ଉପରେ ବାର୍ଷିକ ୪.୦ ପ୍ରତିଶତ ସୁଧ ହାରରେ ଋଣ ପରିଶୋଧ ଲାଗି ଅତିରିକତ ସମୟ ପାଇପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ଜରିମାନା ମଧ୍ୟ ଦେବାକୁ ପଡ଼ିବ ନାହିଁ ।
ସରକାର ଚାଷୀମାନଙ୍କୁ ବ୍ୟାଙ୍କଗୁଡ଼ିକ ଜରିଆରେ ଫସଲ ଋଣ ଯୋଗାଇ ଦେଉଛନ୍ତି। ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ବ୍ୟାଙ୍କଗୁଡ଼ିକୁ ୨ ପ୍ରତିଶତ ସୁଧ ରିହାତି ସୁବିଧା ଦିଆଯାଉଛି। ଏହାଛଡ଼ା ନିର୍ଦ୍ଧାରିତ ସମୟରେ ଋଣ ପଇଠ ଉପରେ ଚାଷୀଙ୍କୁ ୩ ପ୍ରତିଶତ ଅତିରିକ୍ତ ରିହାତି ଦିଆଯାଉଛି। ଫଳରେ ଚାଷୀମାନେ ୪ ପ୍ରତିଶତ ବାର୍ଷିକ ସୁଧ ହାରରେ ସ୍ବଳ୍ପକାଳୀନ କ୍ଷୁଦ୍ର ଋଣ ପାଇବାରେ ସକ୍ଷମ ହେଉଛନ୍ତି।

Leave A Reply

Your email address will not be published.