ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ନିଜାମୁଦ୍ଦିନ୍ ସଭା ଫେରନ୍ତାଙ୍କୁ ଖୋଜୁଛି ଓଡ଼ିଶା ପୁଲିସ

0

ଭୁବନେଶ୍ବର: ଦିଲ୍ଲୀ ନିଜାମୁଦ୍ଦିନ୍ ସଭାରେ ଯୋଗଦେଇ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଖୋଜି କ୍ବାରାଣ୍ଟିନରେ ରଖିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂରେ ହୋଇଥିବା ଆଲୋଚନା ବେଳେ ଏହି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିବା ସୂଚନା ମିଳିଛି।

ଗୋଟିଏ ପଟେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଥିବା ବେଳେ ନିଜାମୁଦ୍ଦିନ୍ ଧାର୍ମିକ ସମାବେଶରୁ ଫେରିଥିବା ବ୍ୟକ୍ତିମାନେ ସରକାରଙ୍କ ଭୟ ବଢାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲାପାଳ ଏହି ଧର୍ମସଭାରେ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କୁ ସଙ୍ଗରୋଧରେ ରହିବା ଲାଗି ନିର୍ଦେଶ ଦେଇଛନ୍ତି। ଏବଂ ସଂପୃକ୍ତ ବ୍ୟକ୍ତି କାହା କାହା ସହ ଯୋଗାଯୋଗରେ ଆସିଥିଲେ, ସେମାନଙ୍କ ସଂପର୍କରେ ମଧ୍ୟ ତନାଘନା ଚାଲିଛି।

ସେହିଭଳି ଯାଜପୁର ଠାରୁ ଆରମ୍ଭ କରି ରାଉରକେଲା ଯାଏ ବିଭିନ୍ନ ସ୍ଥାନରେ ଏଭଳି ବ୍ୟକ୍ତିବିଶେଷଙ୍କୁ ଠାବ କରିବା ଲାଗି ପ୍ରଶାସନ ତତ୍ପରତା ଦେଖାଇଛି। ଗତ ୨୦ ତାରିଖରେ ତବଲିଗ୍ ଇ ଜମାତ୍ ଧାର୍ମିକ ସମ୍ମିଳନୀରେ ଓଡ଼ିଶାର ୧୫ଜଣ ଯୋଗଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ଆସିଥିଲା। ଗତକାଲି କୋଭିଡ୍-୧୯ ପାଇଁ ସରକାର ନିଯୁକ୍ତି ଦେଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଥିଲେ ଯେ ଏହି ସଭାରେ ଯୋଗଦେଇଥିବା ୩ଜଣ ବ୍ୟକ୍ତିଙ୍କୁ ଠାବ କରାଯାଇ ସେମାନଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି।

ଏବେ ବାକି ଲୋକ କେଉଁଆଡେ ଗଲେ, ସେମାନେ ଏବେ କେଉଁ ସ୍ଥିତିରେ ଅଛନ୍ତି, ତାହା ଚିନ୍ତା ବଢାଇ ଦେଲେଣି। ଉଲ୍ଲେଖଥାଉକି, ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଦେଶରେ କରେନା ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି। ୧୪୬୬ ଜଣ ଏଯାଏ ଏହି ଭୁତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି ଓ ୧୩୨ ଜଣ ସୁସ୍ଥ ହୋଇ ଫେରିଛନ୍ତି।

Leave A Reply

Your email address will not be published.