ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ବୀମା ଅଡୁଆରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର

0

ନୂଆଦିଲ୍ଲୀ: କରୋନା ଜନିତ ଲକଡାଉନ କାରଣରୁ ଆପଣଙ୍କ ମୋଟରଯାନର ତୃତୀୟ ପକ୍ଷ ବୀମା ଦେୟ ଦାଖଲ ହୋଇପାରୁନାହିଁ କି? ଆପଣଙ୍କ ସ୍ବାସ୍ଥ୍ୟ ବୀମା ନବୀକରଣ କରିବାରେ ସମସ୍ୟା ସାମ୍ନା କରୁଛନ୍ତି କି? ଆପଣ ଡରିଯାଉଛନ୍ତି କି ଉଭୟ କ୍ଷେତ୍ରରେ ଆପଣ ବୀମା ସୁବିଧା ହରାଇବେ?

ସେମିତି କିଛି ବି ହେବନାହିଁ। କେନ୍ଦ୍ର ସରକାର ଉଭୟ କ୍ଷେତ୍ରରେ ଏକ ବଡ଼ ରିହାତି ଘୋଷଣା କରିଛନ୍ତି। କୋଭିଡ୍-୧୯ ଲକଡାଉନ୍ ପାଇଁ କେନ୍ଦ୍ର ସରକାର ଏଭଳି ସ୍ବତନ୍ତ୍ର କୋହଳ ବ୍ୟବସ୍ଥା ଆପଣାଇଛନ୍ତି। ଅର୍ଥମନ୍ତ୍ରାଳୟ ପକ୍ଷରୁ ଏପ୍ରିଲ ପହିଲାରେ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଯେ ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ ୧୪ ତାରିଖ ମଧ୍ୟରେ ଯେଉଁମାନଙ୍କର ମୋଟର ଯାନ କ୍ଷେତ୍ରରେ ତୃତୀୟ ପକ୍ଷ ବୀମା ଅବଧି ପୁରିଯାଉଥିଲା ଓ ଯେଉଁମାନଙ୍କର ସ୍ବାସ୍ଥ୍ୟ ବୀମା ଦେୟ ଏହି ସମୟ ମଧ୍ୟରେ ନ ଦେଲେ ନବୀକରଣ ହୋଇପାରିବ ନାହିଁ ବୋଲି ସମୟ ଧାର୍ଯ୍ୟ ହୋଇଥିଲା, ତାହା ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ବଢିଯାଇଛି। ଅର୍ଥାତ୍ ଲକଡାଉନ୍ ଅବଧି ସରିବାର ୭ଦିନ ପର ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ବୀମା ହିତାଧିକାରୀଙ୍କୁ ସମୟ ଦେଇଛନ୍ତି।

ମୋଟରଯାନ ତୃତୀୟ ପକ୍ଷ ବୀମା କ୍ଷେତ୍ରରେ ଯେଉଁମାନେ ସେମାନଙ୍କର ପ୍ରିମିୟମ ବାବଦ ଅର୍ଥ ପୈଠ କରିପାରୁନାହାନ୍ତି, ସେମାନେ ଏପ୍ରିଲ ୨୧ ତାରିଖ ମଧ୍ୟରେ ଜମା ନ କଲେ, ବୀମା ସୁବିଧାରୁ ବଞ୍ଚିତ ହେବେ। ସେହିଭଳି ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ମଧ୍ୟ ବୀମା ସୁବିଧାରୁ ଗ୍ରାହକ ବଞ୍ଚିତ ହେବାର ପ୍ରଶ୍ନ ଉଠୁନାହିଁ। ବରଂ ସେମାନଙ୍କୁ ଏପ୍ରିଲ ୨୧ ତାରିଖ ମଧ୍ୟରେ ସେମାନଙ୍କର ପ୍ରିମିୟମ ବାବଦ ଅର୍ଥ ପୈଠ କରିବାକୁ ହେବ। ସେହି ସମୟ ସୁଦ୍ଧା ଦାଖଲ ନ ହେଲେ, ବୀମା ନବୀକରଣ କ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ ବୋଲି କେନ୍ଦ୍ର ସରକାର ସତର୍କ କରାଇ ଦେଇଛନ୍ତି।

Leave A Reply

Your email address will not be published.