ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାମନବମୀ ସହିତ ମହାପ୍ରଭୁଙ୍କ ରଥଯାତ୍ରାର କି ସଂପର୍କ, ଜାଣନ୍ତୁ

0

ଭୁବନେଶ୍ବର: କରୋନା ଲାଗି ଏପ୍ରିଲ ୧ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ଅନୁଷ୍ଠିତ ହୋଇପାରିଲା ନାହିଁ। ଥୋକାଏ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରା ହେବ କି ନାହିଁ, ସେ ନେଇ ଆଶଙ୍କା ଭିତରେ ଛନ୍ଦି ହୋଇଛନ୍ତି। ହେଲେ ମହାପ୍ରଭୁଙ୍କ ରଥଯାତ୍ରାର ଦ୍ବିତୀୟ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି। ବସନ୍ତ ପଞ୍ଚମୀ ଦିନ ରଥକାଳ ଅନୁକୂଳ ହେବା ପରେ ଆଜି ରାମନବମୀରେ ମହାପ୍ରଭୁଙ୍କର କାଠଚିରା ନୀତି ଆରମ୍ଭ ହୋଇଛି।

କଟକସ୍ଥିକ ଖପୁରିଆରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର କରତକଳରେ ଆଜି ଏହି ନୀତି ସଂପନ୍ନ ହୋଇଥିଲା। ମହାପ୍ରଭୁଙ୍କର ଆଜ୍ଞାମାଳ ଧରି ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତ୍ତା ଓ ପୂଜାପଣ୍ଡାମାନେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇ ରଥ ପାଇଁ କାଠ ଚିରା ଯାଇଥିଲା। ସେବକମାନେ ତିନି ରଥ ପାଇଁ ତିନିଟି କାଠକୁ ପୂଜା କରିଥିଲେ। ପ୍ରତିବର୍ଷ ରାମନବମୀ ତିଥିରେ ହିଁ ମହାପ୍ରଭୁଙ୍କ ରଥକାଠ ଚିରା ନୀତି ଅନୁକୂଳ ହୋଇଥାଏ। ଏହି ଚିରା ଯାଇଥିବା କାଠ ମହାପ୍ରଭୁଙ୍କ ରଥରେ ବ୍ୟବହାର ହୋଇଥାଏ। ଅକ୍ଷୟ ତୃତୀୟାଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ବିଧିବଦ୍ଧ ଭାବେ ଆରମ୍ଭ ହେବ।

ରଥସଂହିତା ଅନୁସାରେ, ତିନିରଥ ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ଗତବର୍ଷର ୧୯୩ଟି କାଠ ରହିଥିବା ଦୃଷ୍ଟିରୁ ଏଥର ୬୭୨ ଖଣ୍ଡ କାଠ ଆବଶ୍ୟକ ରହିଛି। ସେଥିମଧ୍ୟରୁ ୨୬୬ ଖଣ୍ଡ କାଠ ଖପୁରିଆ କରତ କଳକୁ ପଟ୍ଟା ଆଦି ପାଇଁ ଚିରଟ ଲାଗି ଯିବ ଓ ବଳକା କାଠ ରଥଖଳାରେ ରଥନିର୍ମାଣରେ ବ୍ୟବହାର ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.