ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ରେକର୍ଡ କରି ଦେଖାଇଲେ ନବୀନ

0
  • କରୋନା ପାଇଁ ଦେଶର ପ୍ରଥମ କୋଭିଡ ହସ୍ପିଟାଲ ଓଡ଼ିଶାରେ ପ୍ରସ୍ତୁତ
  • ୨ଟି ମେଡିକାଲରେ ୬୫୦ ଶଯ୍ୟାରେ ଚିକିତ୍ସିତ ହୋଇପାରିବେ ରୋଗୀ
  • ବୁଝାମଣାର ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେଲା
  • କିମ୍ସ ଓ ଅଶ୍ବିନୀକୁ ଓଡ଼ିଶା ଖଣି ନିଗମ ସମର୍ଥନ ଦେଇଛି ସହାୟତା
  • ମୁଖ୍ୟମନ୍ତ୍ରୀ ଡାକ୍ତର ଓ ପାରାମେଡିକ୍ସଙ୍କ ସହିତ କଥା ହେଲେ

ଭୁବନେଶ୍ବର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଗୋଟିଏ ଦଫାରେ ୬୫୦ ଶଯ୍ୟା ବିଶିଷ୍ଟ ୨ଟି ମେଡିକାଲକୁ କାର୍ଯ୍ୟକ୍ଷମ କରାଇବାରେ ସକ୍ଷମ ହୋଇଛନ୍ତି। କୋଭିଡ ହସ୍ପିଟାଲ ନାମରେ ଏହାର ନାମକରଣ କରାଯାଇଛି। ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରେ ଯଥାକ୍ରମେ କିମ୍ସ ଓ ଅଶ୍ବିନୀରେ ଏହି ସେବା ଉପଲବ୍ଧ ହେବ। ଏଥିସହିତ କରୋନା ମୁକାବିଲା କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି।

କିମ୍ସ ନିକଟରେ କର୍ତ୍ତୃପକ୍ଷ ୫୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି। ଦ୍ବିତୀୟଟି କଟକ ଅଶ୍ବିନୀ ହସ୍ପିଟାଲ ନିକଟରେ ୧୫୦ ଶଯ୍ୟା ବିଶିଷ୍ଚ ମେଡିକାଲ ଅଟେ। ଉଭୟ ମେଡିକାଲକୁ ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ସ ଓ ଅଶ୍ବିନୀ ହସ୍ପିଟାଲ କର୍ତୃପକ୍ଷଙ୍କୁ ଏତେ ଶୀଘ୍ର କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ପାରାମେଡିକ୍ସ କର୍ମଚାରୀଙ୍କ ସହିତ ମଧ୍ୟ ଆଲୋଚନା କରି କରୋନା ପାଇଁ ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଥିଲେ।

ଏହି ମେଡିକାଲରେ କେବଳ କରୋନା ରୋଗୀ ଚିକିତ୍ସିତ ହେବେ। ପୂର୍ବରୁ ରାଜ୍ୟ ସରକାର ଏଠାରେ ମାଗାଣା ଚିକିତ୍ସା ସଂପର୍କରେ ଘୋଷଣା କରିସାରିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅନ୍ୟ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସମ୍ କର୍ତୃପକ୍ଷଙ୍କ ସହଯୋଗରେ ହେଉଛି ଓ ଏହା ଆସନ୍ତା ୩ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲ ଲାଗି ଏମସିଏଲ୍ କର୍ତୃପକ୍ଷ ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.