ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ରାମନବମୀ ସହିତ ମହାପ୍ରଭୁଙ୍କ ରଥଯାତ୍ରାର କି ସଂପର୍କ, ଜାଣନ୍ତୁ

0

ଭୁବନେଶ୍ବର: କରୋନା ଲାଗି ଏପ୍ରିଲ ୧ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ଅନୁଷ୍ଠିତ ହୋଇପାରିଲା ନାହିଁ। ଥୋକାଏ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରା ହେବ କି ନାହିଁ, ସେ ନେଇ ଆଶଙ୍କା ଭିତରେ ଛନ୍ଦି ହୋଇଛନ୍ତି। ହେଲେ ମହାପ୍ରଭୁଙ୍କ ରଥଯାତ୍ରାର ଦ୍ବିତୀୟ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି। ବସନ୍ତ ପଞ୍ଚମୀ ଦିନ ରଥକାଳ ଅନୁକୂଳ ହେବା ପରେ ଆଜି ରାମନବମୀରେ ମହାପ୍ରଭୁଙ୍କର କାଠଚିରା ନୀତି ଆରମ୍ଭ ହୋଇଛି।

କଟକସ୍ଥିକ ଖପୁରିଆରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର କରତକଳରେ ଆଜି ଏହି ନୀତି ସଂପନ୍ନ ହୋଇଥିଲା। ମହାପ୍ରଭୁଙ୍କର ଆଜ୍ଞାମାଳ ଧରି ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତ୍ତା ଓ ପୂଜାପଣ୍ଡାମାନେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇ ରଥ ପାଇଁ କାଠ ଚିରା ଯାଇଥିଲା। ସେବକମାନେ ତିନି ରଥ ପାଇଁ ତିନିଟି କାଠକୁ ପୂଜା କରିଥିଲେ। ପ୍ରତିବର୍ଷ ରାମନବମୀ ତିଥିରେ ହିଁ ମହାପ୍ରଭୁଙ୍କ ରଥକାଠ ଚିରା ନୀତି ଅନୁକୂଳ ହୋଇଥାଏ। ଏହି ଚିରା ଯାଇଥିବା କାଠ ମହାପ୍ରଭୁଙ୍କ ରଥରେ ବ୍ୟବହାର ହୋଇଥାଏ। ଅକ୍ଷୟ ତୃତୀୟାଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ବିଧିବଦ୍ଧ ଭାବେ ଆରମ୍ଭ ହେବ।

ରଥସଂହିତା ଅନୁସାରେ, ତିନିରଥ ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ଗତବର୍ଷର ୧୯୩ଟି କାଠ ରହିଥିବା ଦୃଷ୍ଟିରୁ ଏଥର ୬୭୨ ଖଣ୍ଡ କାଠ ଆବଶ୍ୟକ ରହିଛି। ସେଥିମଧ୍ୟରୁ ୨୬୬ ଖଣ୍ଡ କାଠ ଖପୁରିଆ କରତ କଳକୁ ପଟ୍ଟା ଆଦି ପାଇଁ ଚିରଟ ଲାଗି ଯିବ ଓ ବଳକା କାଠ ରଥଖଳାରେ ରଥନିର୍ମାଣରେ ବ୍ୟବହାର ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.