ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ମୋଦୀଙ୍କ ସାମ୍ନାକୁ ଆସିଲା ଏମିତି ଚିତ୍ର

0

ମଙ୍ଗଳବାରରୁ ସବୁ ମନ୍ତ୍ରୀ ଅଫିସ କରିବେ
ସବୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଲିପିବଦ୍ଧ କଲା କେନ୍ଦ୍ର
ଜୀବନ ଜୀବିକା କଥା ଉଠାଇଲେ ରାଜ୍ୟ
ଅଧିକାଂଶ ରାଜ୍ୟ ପାଇଁ ମନରେଗା ହିଁ ସଞ୍ଜୀବନୀ
କିଏ ପ୍ୟାକେଜ୍ ମାଗିଲେ, କିଏ ଋଣ ଛାଡ କହିଲେ
ଋଣ ଉଠାଣ ସୀମା ବୃଦ୍ଧି ଲାଗି ବି ଉଠିଲା ଦାବି

ନୂଆଦିଲ୍ଲୀ: ଓଡ଼ିଶା, କେରଳ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ଦିଲ୍ଲୀ, ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ପ୍ରମୁଖ ଲକ୍‌ଡାଉନ ଅବଧି ବୃଦ୍ଧି କରିବା ଲାଗି ଦାବି କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଵାଇ ଏସ୍ ଜଗନମୋହନ ରେଡ୍ଡି ଚାହିଁଛନ୍ତି ଯେ ଆଂଶିକ ଲକ୍‌ଡାଉନ୍ କରାଯାଉ। ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିବା ବେଳେ ଏମିତି ଢଙ୍ଗରେ ରାଜ୍ୟମାନେ ମତ ରଖିଛନ୍ତି।

ଅଳ୍ପ କିଛି ରାଜ୍ୟକୁ ବାଦ୍ ଦେଲେ ଅନ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଆପତ୍ତି ଜଣାଇଛନ୍ତି ଯେ ୨୧ ଦିନିଆ ଲକ୍‌ଡାଉନ୍ ଅବଧି ବୃଦ୍ଧି ପାଇବା ଦରକାର। ସମାନ୍ତରାଳ ଭାବେ କରୋନା ଓ ଲୋକଙ୍କ ଜୀବନ ଜୀବିକା ସଂପର୍କରେ କେନ୍ଦ୍ର ଗୁରୁତ୍ବ ଦେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀମାନେ ଉଦବେଗ ପ୍ରକାଶ କରିଛନ୍ତି। ଆହୁରି ସରଳ କରି କହିଲେ, ସ୍ବାସ୍ଥ୍ୟ ସମସ୍ୟାକୁ ପ୍ରାଥମିକତା ଦିଆଯିବା ସହିତ ଲକ୍‌ଡାଉନ୍‌ର ସାମାଜିକ ଅର୍ଥନୈତିକ ପ୍ରଭାବ ଆକଳନ କରି କେନ୍ଦ୍ର ସରକାର ପଦକ୍ଷେପ ନେବା ସଂପର୍କରେ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। ବିଶେଷକରି ମନରେଗା ଯୋଜନା ଆଇନରେ ସଂେଶାଧନ ଆଣି ଏଥିରେ କିଛିଟା କୋହଳ କରିବା ଉପରେ ମତ ପ୍ରକାଶ ପାଇଛି।

ଏବେ ଦେଶ ଅପେକ୍ଷା କରିଛି, ପ୍ରଧାନମନ୍ତ୍ରୀ ଏହା ଉପରେ କି ପଦକ୍ଷେପ ନେଉଛନ୍ତି। ତେବେ ପ୍ରାରମ୍ଭିକ ସଙ୍କେତ ଭାବେ ଆଜି ମୋଦୀ ମନ୍ତ୍ରୀ ପରିଷଦକୁ ନିର୍ଦେଶ ଦେଇଛନ୍ତି ଯେ ସେମାନେ ମଙ୍ଗଳବାର ଠାରୁ ଅଫିସ ଆସି କାର୍ଯ୍ୟ କରନ୍ତୁ। କରେନା ପରିପ୍ରେକ୍ଷୀରେ ସ୍ବତନ୍ତ୍ର ଏସଓପି ପାଳନ ଲାଗି ନିର୍ଦେଶ ଦିଆଯାଇଛି। ସେହିଭଳି ଯୁଗ୍ମ ସଚିବ ପାହ୍ୟା ପର୍ଯ୍ୟନ୍ତ ଅଧିକାରୀଙ୍କୁ ଅଫିସ ଆସିବାକୁ କହିଛନ୍ତି କେନ୍ଦ୍ର ସରକାର। ଅନ୍ୟ କର୍ମଚାରୀମାନେ ଘରୁ କାମ କରିବେ ବା ପର୍ଯ୍ୟାୟ ଭିତ୍ତିରେ କାର୍ଯ୍ୟାଳୟର ଆବଶ୍ୟକତା ଅନୁସାରେ ଦାୟିତ୍ବ ନିର୍ବାହ କରିବେ। ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଖୋଲିବା ଉପରେ ବି କେନ୍ଦ୍ର ସରକାର ବିଚାର କରୁଛନ୍ତି।

ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି, ମନରେଗାରେ ଉଭୟ ପାରିଶ୍ରମିକ ଓ କାର୍ଯ୍ୟଦିବସ ସଂଖ୍ୟା ବଢାଯିବା ଦରକାର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି, କୃଷିକ୍ଷେତ୍ରରେ ମନରେଗା ଯୋଜନା କାର୍ଯ୍ୟକାରିତା ନେଇ କେନ୍ଦ୍ର ଦୁଇମାସ ନିୟମ କୋହଳ କରିବା ଉଚିତ୍। ଏହା ସାମାଜିକ ସୁରକ୍ଷା ଯୋଜନା ହୋଇଥିବା ପରିପ୍ରେକ୍ଷୀରେ ଅଧିକ ପ୍ରଭାବୀ ବିବେଚିତ ହେବ। ଉଭୟ ଶ୍ରୀ ରାଓ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟଙ୍କା ଯୋଗାଣରେ ଆରବିଆଇ କୋହଳ ନୀତି ଅବଲମ୍ବନ କରିବା ଲାଗି ପରାମର୍ଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଆର୍ଥିକ ଉତ୍ତରଦାୟିତ୍ବ ଓ ବଜେଟ୍ ପରିଚାଳା ଆଇନରେ ଟଙ୍କା ଉଠାଣ (ଋଣ) ଲାଗି ଜିଡିପିର ଯେଉଁ ସୀମା ନିର୍ଧାରଣ କରାଯାଇଛି, ତାହାକୁ ୬% ବଢାଇବା ଲାଗି ପ୍ରସ୍ତାବ ରଖିଛନ୍ତି।

େକନ୍ଦ୍ର ସରକାର ପୂର୍ବରୁ ୧.୭ଲକ୍ଷ କୋଟି ଟଙ୍କାର ପ୍ୟାେକଜ୍ ପ୍ରଦାନ କରିସାରିଛନ୍ତି। ହେଲେ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ୍ ଜିଏସଟି ବାବଦ ଅନୁକମ୍ପା ରାଶି ଆଗୁଆ ଦେବାକୁ ପ୍ରସ୍ତାବ ଦେବା ସହିତ ବାହାରକୁ ଚାଲିଯାଇଥିବା ଦାଦନଙ୍କ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଘର ଯୋଗାଇବା ଉପରେ କେନ୍ଦ୍ର ବିଚାର କରି ଆବଶ୍ୟକସ୍ଥଳେ ସେନା ସହାୟତା ଦେବା ସଂପର୍କରେ ପ୍ରସ୍ତାବ ରଖିଛନ୍ତି।
ସଂପ୍ରତି ଦେଶର ଅଭିବୃଦ୍ଧି ୮.୩ ପ୍ରତିଶତରୁ ଖସିଆସି ପ୍ରଥମେ ୭ ପ୍ରତିଶତ ଓ ତା ପରବର୍ତୀ ଦୁଇବର୍ଷ ୬.୧ ପ୍ରତିଶତରେ ରହିଛି। ଗତ ମାର୍ଚ୍ଚକୁ ଏହା ୫ ପ୍ରତିଶତ ଛୁଇଁବ ବୋଲି ହିସାବ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଯାହା ଆଶଙ୍କା କରାଯାଉଛି, ଅଭିବୃଦ୍ଧି ୪ ପ୍ରତିଶତକୁ ଖସିଆସିବା ବିଚିତ୍ର ନୁହେଁ।

ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ପ୍ୟାକେଜ ଦାବି କରିବା ସହିତ କରୋନା ମୁକାବିଲା ଦିଗରେ ଜିଡିପିର ୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯାଉ ବୋଲି ପ୍ରସ୍ତାବ ରଖିଛନ୍ତି। ଏହାସହିତ ଏମଏସଏମ୍ଇ କ୍ଷେତ୍ରକୁ ସହଯୋଗର ହାତ ବଢାଇବା ଲାଗି କହିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ କହିଛନ୍ତି, କେନ୍ଦ୍ର ରୋଜଗାର ଭିତ୍ତିକ ଯୋଜନା ଅତିକମରେ ତିନିମାସ ପାଇଁ ଘୋଷଣା କରିବା କଥା। େଯଉଁମାନେ ଅନ୍ୟରାଜ୍ୟରେ ଅଟକି ରହିଛନ୍ତି, ସେମାନଙ୍କୁ ଫେରାଇ ଆଣିବା ଲାଗି ନନ୍ ଷ୍ଟପ୍ ଟ୍ରେନ୍ ବ୍ୟବସ୍ଥା ମଧ୍ୟ କରାଯିବା ଉଚିତ୍। କର୍ମଚାରୀ ରାଜ୍ୟ ବୀମା ନିଗମ ପଞ୍ଜୀକୃତ କର୍ମଚାରୀଙ୍କୁ ମଜୁରି ଦେବା ଉପରେ ବି ସେ ଗୁରୁତାରୋପ କରିଛନ୍ତି।

ପଞ୍ଜାବ ଓ ଓଡ଼ିଶା ଆଦି ରାଜ୍ୟ ଲକ୍‌ଡାଉନ୍ ଅବଧି ବୃଦ୍ଧି ଘୋଷଣା କରିସାରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ଚାରିକାନ୍ଥ ଭିତରେ ଶିଳ୍ପାନୁଷ୍ଠାନ କାର୍ଯ୍ୟଚାଲୁ ରହିବା ଉଚିତ୍। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ କହିଛନ୍ତି ଯେ ରାଜ୍ୟ ରାଜସ୍ବର ଧାରା ଶୁଖିବା ଆରମ୍ଭ କଲାଣି। ପଞ୍ଜାବ ମୁଖ୍ୟମନ୍ତ୍ରୀ ତିନିମାସର ଋଣ ଛା଼଼ଡ ପାଇଁ ପ୍ରସ୍ତାବ ଦେବା ସହିତ ଫସଲ ଅମଳ ଆଦୌ ପ୍ରଭାବିତ ହେବା ଉଚିତ୍ ନୁହେଁ କହିଥିଲେ। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ରାଜ୍ୟ ବାହାରେ ଥିବା ୩୦ ହଜାର ଛାତ୍ରଛାତ୍ରୀଙ୍କୁ େଫରାଇ ଆଣିବା ଲାଗି ଜଣାଇଥିଲେ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଇ ଉପରୁ ଜିଏସଟି ଛାଡ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ନବୀନ କହିଥିଲେ, ରାଜ୍ୟ ସରକାର ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍ ବଢାଇଛନ୍ତି ଓ କେନ୍ଦ୍ର ନିକଟରେ ଅନୁରୂପ ଦାବି ରଖିଛନ୍ତି। ସେହି ସମୟ ପର୍ଯ୍ୟନ୍ତ ଟ୍ରେନ୍ ଓ ବିମାନ ଚଳାଚଳ ଲାଗି ମଧ୍ୟ କେନ୍ଦ୍ର ସରକାର ଅନୁମତି ନ ଦେବା ଦରକାର। ଏହା କରୋନାକୁ କାବୁ କରିବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ। ସେହିଭଳି ସାମାଜିକ ଦୂରତ୍ବ ରକ୍ଷା କରି କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ କରିବା ଓ ସର୍ବୋପରି ମନରେଗା କାମ କରିବା ଲାଗି କେନ୍ଦ୍ର ସରକାର ଅନୁମତି ଦେବା ଉଚିତ୍ ବୋଲି ନବୀନ କହିଛନ୍ତି। ଓଡ଼ିଶାବାହାରେ ଥିବା ପ୍ରବାସୀ ଶ୍ରମିକଙ୍କ ଯତ୍ନ ନେବା ଲାଗି ନବୀନ ଦାବି ରଖିବା ସହିତ ଓଡ଼ିଶାରେ ମଧ୍ୟ ଅନ୍ୟ ରାଜ୍ୟ ଶ୍ରମିକଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଉଥିବା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ବସ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୫ ତାରିଖରୁ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା କରିଥିଲେ। ଆସନ୍ତା ୧୪ ତାରିଖ ଦିନ ଏହି ଅବଧି ଶେଷ ହେଉଛି। ଏହା ପୂର୍ବରୁ ମୋଦୀ ସବୁ ଦଳର ସଂସଦୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି।

Leave A Reply

Your email address will not be published.