ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଗୋଟିଏ ଫଟୋ, ଅନେକ ବାର୍ତା

0

ଭୁବନେଶ୍ବର: ମାରାତ୍ମକ କରୋନା ଜନିତ ଲକ୍‌ଡାଉନ୍ କେଉଁଠି ନା କେଉଁଠି ମାନସିକ ଚାପ ବଢ଼ାଇ ଦେଇପାରେ। କାରଣ ସାଧାରଣ ଜୀବନ ଠାରୁ ଏହି ସମୟ ଟିକିଏ ଅଲଗା। ହାତ ଗଣତି କିଛି ବ୍ୟକ୍ତିଙ୍କୁ ଛାଡ଼ିଦେଲେ, ଆମ ଆଖପାଖରେ ଥିବା କୌଣସି ବି ମଣିଷ ଏଭଳି ସମୟ ପୂର୍ବରୁ କେବେ ଅନୁଭବ କରିନଥାଇ ପାରନ୍ତି। ସମସ୍ୟା ବଢିଯାଏ ଯେତେବେଳେ ମଣିଷ ଅନୁମାନ ଲଗାଇପାରେନି ଯେ ଏହି କଟକଣାରୁ ସେ କେବେ ମୁକ୍ତି ପାଇବ।

ହେଲେ ଏହି ଚାପକୁ ଯଦି କୌଣସି ସମାଜ ହିତରେ ବ୍ୟବହାର କରାଯାଇପାରେ, ତେବେ…। ଯଦି ଏହା ନିଜ ଭିତରେ କିଛି ଭଲ କଥାକୁ ସମସ୍ତଙ୍କ ସାମ୍ନାକୁ ଅାଣିବା ଲାଗି ବ୍ୟବହାର କରାଯାଏ, ତେବେ..। ଯଦି ନିଜ ଭିତରେ ଥିବା ସୃଜନଶୀଳତାର ପରିପ୍ରକାଶ ପାଇଁ ଏହି ସୁଯୋଗର ସଦ୍‌ ବ୍ୟବହାର କରାଯାଏ, ତେବେ…। ଏସବୁ କେଉଁଠି ନା କେଉଁଠି ବ୍ୟକ୍ତି ଭିତରେ ସମାଜ ପାଇଁ ଥିବା ପ୍ରତିବଦ୍ଧତା, ମଣିଷପଣିଆ ଓ ଉତ୍ତରଦାୟିତ୍ବ ସଂପର୍କରେ ବି ଠାରିଥାଏ।

ଏଇ ଯେମିତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦଳା ଓ ଝିଅ ନୈମିଷା ମାସ୍କ ପ୍ରସ୍ତୁତିରେ ଲାଗିଥିଲେ। ଠିସ୍ ସେମିତି କେନ୍ଦ୍ର ସରକାରରେ କାର୍ଯ୍ୟରତ ଦୁଇ ଓଡ଼ିଆ ଆଇଏଏସ୍ ଅଫିସର ଅରବିନ୍ଦ ପାଢୀ ଓ ଉଷା ପାଢୀ ବି ମାସ୍କ ପ୍ରସ୍ତୁତ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ଉଭୟ ପାଢୀ ପରିବାର ସବୁବେଳେ ସମ୍ବଲପୁର ପୋଷାକକୁ ପ୍ରାଥମିକତା ଦେଇଥାନ୍ତି। ସେମାନଙ୍କର ନିତ୍ୟ ପୋଷାକରେ ସେ ଛୁଙ୍କ ଥାଏ। ଏଣୁ ମାସ୍କ ପ୍ରସ୍ତୁତିରେ ବି ସେ ଅନୁରୂପ ସଙ୍କେତ ଦେବାକୁ ଭୁଲିବେ କେମିତି? ଏହା କେଉଁଠି ନା କେଉଁଠି ଓଡ଼ିଶାକୁ ଜାତୀୟସ୍ତରରେ ପହଞ୍ଚାଇଛି। ଉଭୟଙ୍କ ଠାରୁ ଏକଥା ବି ଆଶା ରହିଛି, ଯଦି ଏହି ଆଳରେ ସମ୍ବଲପୁରୀ ଚେହେରା ଥିବା ମାସ୍କକୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ପହଞ୍ଚାଇଦିଆଯାଏ? ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମଧ୍ୟ ସମ୍ବଲପୁରୀ କନାରେ ମାସ୍କ ତିଆରି କରିଥିବା ଦେଖାଯାଇଥିଲା।
ଅନ୍ୟପକ୍ଷରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ଅଭିବନ ପଦକ୍ଷେପ ନେଇଛନ୍ତି। କାନ୍‌ଭାସ୍‌ରେ ଥିବା ନିଜର କିଛି ଶ୍ରେଷ୍ଠ ଚିତ୍ରକୁ ନିଲାମ କରି ସେ ବାବଦ ଅର୍ଥ ପ୍ରଧାନମନ୍ତ୍ରୀ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦେବାକୁ ଘୋଷଣା କରିଛନ୍ତି।
ଇଏ ଗୋଟିଏ ଗୋଟିଏ ଉଦାହରଣ ମାତ୍ର। ହେଲେ ଏସବୁ କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ କରୋନାର ଯନ୍ତ୍ରଣା ଭିତରୁ ନୂଆ ସମ୍ଭାବନା ଖୋଜିବା ଆରମ୍ଭ ହୋଇଗଲାଣି।..

Leave A Reply

Your email address will not be published.