ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ମୌସୁମୀ: ଏଥର ସ୍ବାଭାବିକ, ସାମାନ୍ୟ ବିଳମ୍ବରେ ଓଡ଼ିଶା ଆସିବ

0

ନୂଆଦିଲ୍ଲୀ: କରୋନା ବିପତ୍ତିକୁ ନେଇ ଚାଷୀକୁଳ ଚିନ୍ତାରେ ପଡିଥିବା ବେଳେ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ସେମାନଙ୍କ ପାଇଁ ଏକ ଭଲ ଖବର ଆଣିଛି। ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ସ୍ବାଭାବିକ (୯୬%-୧୦୪%) ରହିବ।

ତେବେ ଓଡ଼ିଶାକୁ ନିର୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ। କେରଳରେ ଜୁନ ୧ରେ ପହଞ୍ଚିବ। କିନ୍ତୁ ଓଡ଼ିଶାରେ ପହଞ୍ଚିବା ବେଳକୁ ଏହା ଜୁନ୍ ଦ୍ବିତୀୟ ସପ୍ତାହ ଶେଷ ବା ୧୩ରୁ ୧୫ ତାରିଖ ହୋଇଯାଇପାରେ। ଉତ୍ତର ଭାରତକୁ ମଧ୍ୟ ସାମାନ୍ୟ ବିଳମ୍ବରେ ମୌସୁମୀ ଆସିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଉତ୍ତର ପୂର୍ବାଞ୍ଚଳରେ ଧାର୍ଯ୍ୟ ସମୟ ଠାରୁ ଆଗୁଆ ମୌସୁମୀ ପଦାର୍ପଣ କରିବ। ଏମିତିକି ଜୁଲାଇ ୧୫ ବଦଳରେ ଜୁଲାଇ ୮କୁ ଛୁଇଁସାରିଥିବ। ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଓଡ଼ିଶାରେ ମୌସୁମୀ ଜୁନ୍ ୧୩ ତାରିଖ ବେଳକୁ ଛୁଇଁବା ସମ୍ଭାବନା ଅଧିକ। ଆଇଏମଡି ଆକଳନ ଯଦି ସତ ହୁଏ, ତେବେ ଏବର୍ଷ ଭଲ ବର୍ଷା ହେବ ଓ ଚାଷ ପାଇଁ ପାଗ ସମ୍ପୂର୍ଣ୍ଣ ଅନୂକଳ ରହିବ।

Leave A Reply

Your email address will not be published.