ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ମୌସୁମୀ: ଏଥର ସ୍ବାଭାବିକ, ସାମାନ୍ୟ ବିଳମ୍ବରେ ଓଡ଼ିଶା ଆସିବ

0

ନୂଆଦିଲ୍ଲୀ: କରୋନା ବିପତ୍ତିକୁ ନେଇ ଚାଷୀକୁଳ ଚିନ୍ତାରେ ପଡିଥିବା ବେଳେ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ସେମାନଙ୍କ ପାଇଁ ଏକ ଭଲ ଖବର ଆଣିଛି। ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ସ୍ବାଭାବିକ (୯୬%-୧୦୪%) ରହିବ।

ତେବେ ଓଡ଼ିଶାକୁ ନିର୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ। କେରଳରେ ଜୁନ ୧ରେ ପହଞ୍ଚିବ। କିନ୍ତୁ ଓଡ଼ିଶାରେ ପହଞ୍ଚିବା ବେଳକୁ ଏହା ଜୁନ୍ ଦ୍ବିତୀୟ ସପ୍ତାହ ଶେଷ ବା ୧୩ରୁ ୧୫ ତାରିଖ ହୋଇଯାଇପାରେ। ଉତ୍ତର ଭାରତକୁ ମଧ୍ୟ ସାମାନ୍ୟ ବିଳମ୍ବରେ ମୌସୁମୀ ଆସିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଉତ୍ତର ପୂର୍ବାଞ୍ଚଳରେ ଧାର୍ଯ୍ୟ ସମୟ ଠାରୁ ଆଗୁଆ ମୌସୁମୀ ପଦାର୍ପଣ କରିବ। ଏମିତିକି ଜୁଲାଇ ୧୫ ବଦଳରେ ଜୁଲାଇ ୮କୁ ଛୁଇଁସାରିଥିବ। ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଓଡ଼ିଶାରେ ମୌସୁମୀ ଜୁନ୍ ୧୩ ତାରିଖ ବେଳକୁ ଛୁଇଁବା ସମ୍ଭାବନା ଅଧିକ। ଆଇଏମଡି ଆକଳନ ଯଦି ସତ ହୁଏ, ତେବେ ଏବର୍ଷ ଭଲ ବର୍ଷା ହେବ ଓ ଚାଷ ପାଇଁ ପାଗ ସମ୍ପୂର୍ଣ୍ଣ ଅନୂକଳ ରହିବ।

Leave A Reply

Your email address will not be published.