ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଏବେ ବାହାରେ ଛେପ ପକାଇଲେ ଦଣ୍ଡ

0

ଭୁବନେଶ୍ବର: କରୋନାକୁ ଶହେ ପ୍ରତିଶତ ରୋକିବା ଲାଗି ରାଜ୍ୟ ସରକାର ଆଉ ଏକ କଠୋର ପଦକ୍ଷେପ ନେଇଛନ୍ତି। ପୂର୍ବରୁ ମାସ୍କ ପାଇଁ କଟକଣା ଜାରି କରାଯାଇଥିଲା। ଏବେ ସରକାର ବାହାରେ ଛେପ ପକାଇଲେ ଦଣ୍ଡ ବିଧାନ କରାଯିବ ବୋଲି ସୂଚନା ଦେଇଛନ୍ତି। ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ମୁ୍ଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, ଆଜିଠାରୁ ବାହାରେ ଛେପ ପକାଇବା ମନା। ଯଦି କେହି ଏହାର ଅମାନ୍ୟ କରନ୍ତି, ତେବେ ପ୍ରଥମ ତିନି ଥର ପାଇଁ ୨୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ହେବ। ଏହା ପରେ ୫୦୦ ଟଙ୍କା ଆଦାୟ କରାଯିବ।

ମାସ୍କ ଭଳି ଏ କ୍ଷେତ୍ରରେ ମଧ୍ୟ କିଛି ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ବ୍ଲକ ସଂପ୍ରସାରଣ ଅଧିକାରୀ, ଏଏସଆଇ, ଅତିରିକ୍ତ ତହସିଲଦାର ଓ ଵାର୍ଡ ଅଫିସରମାନେ ଏହି ଫାଇନ ଆଦାୟ କରିପାରିବେ। ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଗତକାଲିଠାରୁ ନିର୍ଦେଶନାମା ଜାରି କରିସାରିଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ସମଗ୍ର ରାଜ୍ୟରେ ଏହାକୁ ଲାଗୁ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.