ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ପୁଣି ବଡ଼ ଓ କଠୋର ନିଷ୍ପତ୍ତି ଶୁଣାଇଲେ ନବୀନ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆଜି ଘୋଷଣା କରିଛନ୍ତି, କରୋନା ଚିକିତ୍ସା ସମୟରେ ପ୍ରାଣ ହରାଇଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ ସହଯୋଗୀ ସେବା ପ୍ରଦାନକାରୀ ବ୍ୟକ୍ତିଙ୍କ ପରିବାରକୁ ମିଳିବ ୫୦ଲକ୍ଷ ଟଙ୍କା। କେବଳ ସେତିକି ନୁହେଁ, ସରକାର ସେମାନଙ୍କୁ ସହିଦ ଭାବେ ମର୍ଯ୍ୟାଦା ଦେବେ ଓ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ କରାଯିବ। ସଂପୃକ୍ତ ବ୍ୟକ୍ତି ବାକି ଯେତିକି ଚାକିରି କରିଥାନ୍ତେ, ସେତିକି ଦିନ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ପୂରା ଦରମା ପୂର୍ବଭଳି ମିଳିବ। ସରକାରୀ ନିୟମ ମୁତାବକ ପେନ୍‍ସନ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯିବ।

କୌଣସି ବି ପରିସ୍ଥିତିରେ ଏସବୁ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ଅସମ୍ମାନ କଲେ ସରକାର ଏହାକୁ ବରଦାସ୍ତ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ କରୋନା ଯୁଦ୍ଧରେ ଜଣେ ଜଣେ ଉତ୍ସର୍ଗୀକୃତ ସେବକ, ଯିଏ ସବୁକିଛି ତୁଚ୍ଛ କରି ଲଢେଇ ଜାରି ରଖିଛନ୍ତି। ଏଣୁ ଏମାନଙ୍କୁ ଅସମ୍ମାନ କଲେ ଏହାକୁ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ଭାବେ ଗଣାଯିବ ଓ ଏନଏସଏରେ ଗିରଫ କରିବାକୁ ସରକାର ପଛଘୁଞ୍ଚା ଦେବେ ନାହିଁ।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାରଙ୍କ କଠୋର ପଦକ୍ଷେପ କାରଣରୁ ଏଯାଏ କରୋନାକୁ ରାଜ୍ୟ ପ୍ରତିହତ କରିବାରେ ସକ୍ଷମ ହୋଇଛି। ଏସବୁ ପାଇଁ ଯେଉଁମାନେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ସମସ୍ତେ କୃତଜ୍ଞ ରହିବା ଲାଗି ନବୀନ ନିବେଦନ କରିଛନ୍ତି।

Leave A Reply

Your email address will not be published.