ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଗରିବଙ୍କ ପାଇଁ ନବୀନଙ୍କ ଚିନ୍ତା

0
  • ହାତକୁ କାମ, ପେଟକୁ ଖାଦ୍ୟ ନିଶ୍ଚିତ କରିବାକୁ ବାବୁଙ୍କୁ ନିର୍ଦେଶ
  • ପ୍ରତିଦିନ ରାଜ୍ୟରେ ୧୦ଲକ୍ଷ ମାନବଦିବସ ସୃଷ୍ଟି କରାଯିବ
  • ସବୁ ଅଧିକାରୀଙ୍କୁ ଭିଡ଼ିଓ କନଫରେନ୍ସିଂରେ ନିର୍ଦେଶ ଦିଆଗଲା
  • କାର୍ଡ ଥାଉ କି ନଥାଉ ଫେରନ୍ତାଙ୍କୁ ରାସନ୍ ସାମଗ୍ରୀ ଦିଆଯିବ

ଭୁବନେଶ୍ବର: ଗୋଟିଏ ପଟେ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ରାସ୍ତା ଖୋଲୁଥିବା ବେଳେ ଅନ୍ୟପଟରେ ସେମାନଙ୍କ ପେଟକୁ ଦାନା ଓ ହାତକୁ କାମ ଚିନ୍ତା ଆରମ୍ଭ କରିଛନ୍ତି। ଆଜି ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ କୋଭିଡ଼ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀଙ୍କ ସହିତ ବିଶଦ ଆଲୋଚନା କରିଛନ୍ତି।

ନବୀନ କହିଥିଲେ ଯେ ଫେରୁଥିବା କୌଣସି ଶ୍ରମିକ ଯେମିତି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାର ଗୁରୁତ୍ବାରୋପ କରୁଛନ୍ତି। ଏମାନେ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ହୋଇଥାନ୍ତୁ ବା ନ ହୋଇଥାନ୍ତୁ, କୌଣସି ପରିସ୍ଥିତିରେ ବି ଯେମିତି ରାସନ୍ ସାମଗ୍ରୀରୁ ବଞ୍ଚିତ ନ ହୁଅନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତମାନ୍ କୋଭିଡ-୧୯ ନିୟନ୍ତ୍ରଣ ହେଉଛି ବରିଷ୍ଠ ଅଧିକାରୀଙ୍କ ମୁଖ୍ୟ ଦାୟିତ୍ବ। ଗ୍ରାମପଞ୍ଚାୟତ ମାନଙ୍କର ବିକାଶ ଏ ସମୟରେ ପ୍ରମୁଖ କାର୍ଯ୍ୟ ହେବା ଦରକାର। ସେଠାରେ କିଭଳି ଅଧିକରୁ ଅଧିକ ସୁବିଧା ସୁଯୋଗ ମିଳିବ, ତା ଉପରେ ଦୃଷ୍ଟି ଦେବା ଉଚିତ୍। ଯେଉଁମାନେ ଫେରିବେ, ସେମାନଙ୍କ ସଙ୍ଗରୋଧକୁ ପ୍ରାଥମିକତା ଦେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ଦେଖାଯିବା ଦରକାର।

ଏହି କ୍ରମରେ ମନରେଗାରେ ଯେଉଁଭଳି ଦୈନିକ ୫ଲକ୍ଷ ମାନବ ଦିବସ ସୃଷ୍ଟି କରାଯାଉଥିଲା, ତାହାକୁ ଦୈନିକ ୧୦ଲକ୍ଷକୁ ବୃଦ୍ଧି କରିବା ଲାଗି ନବୀନ ନିର୍ଦେଶ ଦେଇଛନ୍ତି। ଏହାଭିତ୍ତିକ ଜଙ୍ଗଲ ବିଭାଗ ତୁରନ୍ତ ଶ୍ରମଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରିବା ଦରକାର ଓ କେନ୍ଦୁପତ୍ର କର୍ମଚାରୀଙ୍କ ଜୀବନ ଜୀବିକା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଉଚିତ୍।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, କୋଭିଡ୍-୧୯ ପାଇଁ ମୁତୟନ ହୋଇଥିବା ସମସ୍ତ କର୍ମଚାରୀ ଜଣେ ଜଣେ ଯୋଦ୍ଧା। ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୁଲିସ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଅନ୍ୟ କର୍ମଚାରୀମାନଙ୍କ ପାଇଁ ୫୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା ହୋଇଛି। ଏ ନେଇ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଦରକାର।

ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଯେହେତୁ ବହୁ ପରିମାଣରେ ବଢିବ, ଏଣୁ ନମୁନା ପରୀକ୍ଷଣକୁ ମଧ୍ୟ ଗୁରୁତ୍ବ ମିଳିବା ଦରକାର। ଆଇସିଏମଆର ଦ୍ବାରା ସ୍ବୀକୃତି ପ୍ରାପ୍ତ ଘରୋଇ ମେଡିକାଲ ପରୀକ୍ଷାଗାରକୁ ସାମିଲ କରି ନମୁନା ପରୀକ୍ଷାକୁ ୧୫ହଜାରକୁ ବୃଦ୍ଧି କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନବୀନ ନିର୍ଦେଶ ଦେଇଥିଲେ।

ଏହି ଆଲୋଚନାରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ପୁଲିସ ମହାନିର୍ଦେଶକ, ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.