ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ଡରନି, ସହଯୋଗ କଲେ ଇତିହାସ କରିବା

0
  • ରାଜ୍ୟବାସୀଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ପୂର୍ବରୁ ବି ଓଡ଼ିଶାବାସୀ ସମର୍ଥନ ଦେଇଥିବାରୁ ସଫଳ ହୋଇଛେ

ଭୁବନେଶ୍ବର: ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଡରିବାର କିଛି ନାହିଁ। ସମସ୍ତେ ସହଯୋଗ କଲେ ଆମେ ବର୍ତମାନ ପରିସ୍ଥିତିକୁ ମୁକାବିଲା କରିପାରିବା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏମିତି ଆହ୍ବାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପ୍ରଥମ ରାଜ୍ୟ ଭାବେ ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜୀକରଣ କରିଥିଲା। ସେତେବେଳେ ଓଡ଼ିଶାବାସୀ ସହଯୋଗ କଲେ। ତା ପରେ ନିଜାମୁଦ୍ଦିିନ୍ ଫେରନ୍ତାଙ୍କ ଯତ୍ନ ରାଜ୍ୟବାସୀଙ୍କ ସହଯୋଗରେ ଭଲ ଭାବେ ମୁକାବିଲା ହୋଇପାରିଲା। ପଶ୍ଚିମବଙ୍ଗରୁ ଫେରିଥିବା ଲୋକ ଏବେ ଚ୍ୟାଲେଞ୍ଜ। ସେମାନଙ୍କସଂଖ୍ୟା ୫୦। ଏଥିରେ ବି ସହଯୋଗ ମିଳିଛି। ଆସନ୍ତା ଦିନ କିନ୍ତୁ ଓଡ଼ିଶା ପାଇଁ ଆହୁରି ବଡ଼ ଚ୍ୟାଲେଞ୍ଜ। ସେମାନେ ସଂକ୍ରମିତ ରାଜ୍ୟରୁ ଫେରୁଛନ୍ତି। ପ୍ରବାସୀ ଫେରିଲେ ସଂକ୍ରମିତ ସଂଖ୍ୟା ବଢିପାରେ। କିନ୍ତୁ ଯଦି ଆମେ ଧର୍ଯ୍ୟ ଧରିବା, ସରକାରଙ୍କୁ ସମର୍ଥନ କରିବା ତେବେ ସ୍ଥିତି ମୁକାବିଲା କରାଯାଇପାରିବ। ଏ ବିପଦକୁ ଆମେ ସାମ୍ନା କରିପାରିବ। ଏ ସଂକ୍ରାନ୍ତରେ ହେଳା, ସମସ୍ତଙ୍କୁ ବିପଦରେ ପକାଇପାରେ। ଓଡ଼ିଶା ସ୍ଥିତି ବହୁତ ଭଲ ଅଛି। ଯଦି ସରକାରଙ୍କୁ ସମସ୍ତେ ସହଯୋଗ ଯୋଗାଇ ଦେବେ। ତେବେ ଓଡ଼ିଶା କରୋନା ନିୟନ୍ତ୍ରଣରେ ଦେଶରେ ଇତିହାସ ସୃଷ୍ଟି କରିବ।

Leave A Reply

Your email address will not be published.