ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଡରନି, ସହଯୋଗ କଲେ ଇତିହାସ କରିବା

0
  • ରାଜ୍ୟବାସୀଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ପୂର୍ବରୁ ବି ଓଡ଼ିଶାବାସୀ ସମର୍ଥନ ଦେଇଥିବାରୁ ସଫଳ ହୋଇଛେ

ଭୁବନେଶ୍ବର: ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଡରିବାର କିଛି ନାହିଁ। ସମସ୍ତେ ସହଯୋଗ କଲେ ଆମେ ବର୍ତମାନ ପରିସ୍ଥିତିକୁ ମୁକାବିଲା କରିପାରିବା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏମିତି ଆହ୍ବାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପ୍ରଥମ ରାଜ୍ୟ ଭାବେ ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜୀକରଣ କରିଥିଲା। ସେତେବେଳେ ଓଡ଼ିଶାବାସୀ ସହଯୋଗ କଲେ। ତା ପରେ ନିଜାମୁଦ୍ଦିିନ୍ ଫେରନ୍ତାଙ୍କ ଯତ୍ନ ରାଜ୍ୟବାସୀଙ୍କ ସହଯୋଗରେ ଭଲ ଭାବେ ମୁକାବିଲା ହୋଇପାରିଲା। ପଶ୍ଚିମବଙ୍ଗରୁ ଫେରିଥିବା ଲୋକ ଏବେ ଚ୍ୟାଲେଞ୍ଜ। ସେମାନଙ୍କସଂଖ୍ୟା ୫୦। ଏଥିରେ ବି ସହଯୋଗ ମିଳିଛି। ଆସନ୍ତା ଦିନ କିନ୍ତୁ ଓଡ଼ିଶା ପାଇଁ ଆହୁରି ବଡ଼ ଚ୍ୟାଲେଞ୍ଜ। ସେମାନେ ସଂକ୍ରମିତ ରାଜ୍ୟରୁ ଫେରୁଛନ୍ତି। ପ୍ରବାସୀ ଫେରିଲେ ସଂକ୍ରମିତ ସଂଖ୍ୟା ବଢିପାରେ। କିନ୍ତୁ ଯଦି ଆମେ ଧର୍ଯ୍ୟ ଧରିବା, ସରକାରଙ୍କୁ ସମର୍ଥନ କରିବା ତେବେ ସ୍ଥିତି ମୁକାବିଲା କରାଯାଇପାରିବ। ଏ ବିପଦକୁ ଆମେ ସାମ୍ନା କରିପାରିବ। ଏ ସଂକ୍ରାନ୍ତରେ ହେଳା, ସମସ୍ତଙ୍କୁ ବିପଦରେ ପକାଇପାରେ। ଓଡ଼ିଶା ସ୍ଥିତି ବହୁତ ଭଲ ଅଛି। ଯଦି ସରକାରଙ୍କୁ ସମସ୍ତେ ସହଯୋଗ ଯୋଗାଇ ଦେବେ। ତେବେ ଓଡ଼ିଶା କରୋନା ନିୟନ୍ତ୍ରଣରେ ଦେଶରେ ଇତିହାସ ସୃଷ୍ଟି କରିବ।

Leave A Reply

Your email address will not be published.