ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଂଗ୍ରେସିଆଙ୍କ ହାତରେ ଅସ୍ତ୍ର ଧରାଇଲେ ସୋନିଆ

0

ଭୁବନେଶ୍ବର:କଂଗ୍ରେସ ଲକଡାଉନ ସମୟରେ ଏକ ବଡ଼ କାର୍ଡ ଖେଳିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଘୋଷଣା କରିଛନ୍ତି ଯେ ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଶ୍ରମିକଙ୍କ ଘରକୁ ଫେରିବା ଟିକେଟ୍ ଖର୍ଚ୍ଚ କଂଗ୍ରେସ ଦେବ। ସାେନିଆଙ୍କ ଏ ସଂକ୍ରାନ୍ଟ ଟ୍ବିଟ୍ ପରେ ଜାତୀୟ ରାଜନୀତିରେ ଚହଳ ସୃଷ୍ଟି ହୋଇଛି। କଂଗ୍ରେସ ଅଧ୍ୟକ୍ଷା ଲେଖିଛନ୍ତି, ରାଜ୍ୟ କଂଗ୍ରେସ କମିଟି ପ୍ରତ୍ୟେକ ଅଭାବୀ ଶ୍ରମିକଙ୍କ ଘରକୁ ଫେରିବା ପାଇଁ ଆବଶ୍ୟକ ରେଳ ଖର୍ଚ୍ଚ ବହନ କରିବେ।

ଏହି ଅବସରରେ ସୋନିଆ ୧୯୪୭ ମସିହାର ଏକ ଚିତ୍ର ଉପସ୍ଥାପନ କରିଛନ୍ତି, ଯେଉଁଥିରେ ସେବେ କିଭଳି ଶ୍ରମିକମାନେ ଚାଲି ଚାଲି ଘରକୁ ଫେରିଥିଲେ, ତାହା କୁହାଯାଇଛି। ଏବେ ବି ଶ୍ରମିକ ଘରକୁ ଫେରିବା ଲାଗି ତାଙ୍କ ପାଖରେ ଟଙ୍କା ନାହିଁ। ଶ୍ରମିକମାନେ ଦେଶର ମେରୁଦଣ୍ଡ। ରାଷଅଟ୍ର ନିର୍ମାଣରେ ସେମାନଙ୍କର ବଳିଦାନକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସୋନିଆ କହିଛନ୍ତି। ହେଲେ ଶ୍ରମିକମାନଙ୍କର ଏଭଳି ଦୁର୍ଦ୍ଦଶାରେ ବି ଘରକୁ ଫେରାଇବା ପାଇଁ ସେମାନଙ୍କଠାରୁ ଯାତ୍ରା ଭଡା ଉଭୟ ସରକାର ଏବଂ ରେଳ ମନ୍ତ୍ରାଳୟ ଆଦାୟ କରିବା ଘଟଣାକୁ ସେ ସମାଲୋଚନା କରିଛନ୍ତି।

ଅଧ୍ୟକ୍ଷାଙ୍କର ଏଭଳି ନିଷ୍ପତ୍ତି କଂଗ୍ରେସିଆଙ୍କୁ ବଳ ଦେଇଛି। ଦଳୀୟ ନେତାମାନେ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ରାଜନୈତିକ ମହଲ ବି ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ବିଚାର କରିଛନ୍ତି। ପ୍ରଥମତଃ, ସୋନିଆଙ୍କ ଏଭଳି ନିଷ୍ପତ୍ତି ପଛରେ ଯେଉଁ ଶକ୍ତି ଅଛି, ତାକୁ ଯଦି ଗ୍ରହଣ କରାଯାଏ, ତେବେ କଂଗ୍ରେସିଆ ଲୋକଙ୍କ ସହିତ ଯୋଡି଼ ହେବା ଲାଗି ଗୋଟିଏ ମଉକା ଜୁଟିବ। ଦ୍ବିତୀୟତଃ ଶ୍ରମିକ ବର୍ଗଙ୍କୁ ଏହି ପ୍ରକ୍ରିୟାରେ ସେମାନେ ନିଜ ସହିତ ଆଣିବା ଲାଗି ପ୍ରୟାସ କରିପାରନ୍ତି, ଯାହା ଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମିଳିବାରେ ଥିବା ପ୍ରଶଂସା ଉପରେ ଚୋଟ ବସିପାରେ।

ଏମିତିରେ ବି ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ କଂଗ୍ରେସ ନେତାଙ୍କୁ ଅଣନିଶ୍ବାସୀ କରିଦେଇଥିଲା। ଓଡ଼ିଶା ଭଳି କିଛି ରାଜ୍ୟରେ ସେମାନେ ବର୍ଷ ବର୍ଷ ଧରି କ୍ଷମତାରେ ନାହାନ୍ତି। ଆଉ କିଛି ରାଜ୍ୟରେ କଂଗ୍ରେସିଆ ବାଟ ଓଗାଳି ବସିଛି ବିଜେପି। କିଛି ସ୍ଥାନରେ ଦଳର କର୍ତ୍ତୃତ୍ବ ଅଛି। ଏସବୁ ଭିତରେ ଓଡ଼ିଶା ଭଳି ରାଜ୍ୟରେ ସ୍ଥିତି ଅତ୍ୟନ୍ତ ଦୁର୍ବିସହ। ଏବେ ସୋନିଆଙ୍କ ନିଷ୍ପତ୍ତି ପରେ ପ୍ରଦେଶ କଂଗ୍ରେସ କମିଟି ଏହାକୁ କିଭଳି ଗ୍ରହଣ କରୁଛି, ତାହା ଉପରେ ସମସ୍ତଙ୍କ ନଜର। କାରଣ ଅନ୍ୟ ସବୁ ରାଜ୍ୟ ଅପେକ୍ଷା ଓଡ଼ିଶାକୁ ସବୁଠାରୁ ବୋଧହୁଏ ଅଧିକ ଲୋକ ଫେରିବେ। ରାଜ୍ୟ ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କ୍ବାରାଣ୍ଟିନ୍ କେନ୍ଦ୍ର ବି ପ୍ରସ୍ତୁତ କରାଯାଇଛି।

ଏ କ୍ଷେତ୍ରରେ ଯେଉଁ ବିତର୍କ ଦେଖାଦେଇଛି, ତାହା ହେଉଛି ବସ ଓ ଟ୍ରେନ୍ ଯୋଗେ କଂଗ୍ରେସର ଯେଉଁ ଶ୍ରମିକମାନେ ଆସିବେ, ସେମାନଙ୍କ ଖର୍ଚ୍ଚ କେନ୍ଦ୍ର ସରକାର ବା ରାଜ୍ୟ ସରକାର ଦେଉନାହାନ୍ତି। ଲୋକମାନେ ନିଜ ଖର୍ଚ୍ଚରେ ଆସୁଛନ୍ତି, ସେଥିରେ ପୁଣି ଅକଥନୀୟ ଦୁର୍ଦଶା, କାଇଦା କଟକଣା ଜାରି କରାଯାଇଛି। ଏଭଳି ସମୟରେ କଂଗ୍ରେସ ଯଦି ଟିକେଟ୍ ଦେବା ଆଳରେ ଅନ୍ୟ ରାଜ୍ୟରୁ ଫେରିବାକୁ ଥିବା ପ୍ରାୟ ୧୦ଲକ୍ଷ ଲୋକ ଅର୍ଥାତ୍ ସେତିକି ପରିବାର ସହ ନିଜକୁ ଯୋଡିପାରେ, ତେବେ ଏହା ଗୋଟିଏ ବଡ଼ ପଦକ୍ଷେପ ହେବ ବୋଲି କୁହାଯାଉଛି।

ଗଞ୍ଜାମ ଜିଲ୍ଲାରେ କଂଗ୍ରେସର ଆଜି ଦିନରେ କିଛିଟା କର୍ତ୍ତୃତ୍ବ ଅଛନ୍ତି। ବିଧାୟକ ରମେଶ ଜେନା କଂଗ୍ରେସର। ନୂଆପଡ଼ାରେ ଖରିଆର ବିଧାୟକ ବି କଂଗ୍ରେସର। ବଲାଙ୍ଗୀର ବିଧାନସଭା ଆସନକୁ ବି କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରତିନିଧିତ୍ବ କରୁଛନ୍ତି। ଏସବୁ ଅଞ୍ଚଳକୁ ଅଧିକ ପ୍ରବାସୀ ଫେରୁଥିବା ପରିପ୍ରେକ୍ଷୀରେ କଂଗ୍ରେସକୁ ଗୋଟିଚାଳନା ସହାୟକ ହେବ ବୋଲିକ କୁହାଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିରଞ୍ଜନ କଂଗ୍ରେସ ନେତାଙ୍କୁ ପୁଣି ଥରେ ସକ୍ରିୟ ମଧ୍ୟ କରିପାରିବେ।

Leave A Reply

Your email address will not be published.