ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ଆଗକୁ ଭୟ ବଢାଇପାରେ ବାତ୍ୟା

0

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟା ବାତ୍ୟା ଓଡ଼ିଶା ପ୍ରତି ବିପଦ ବଢାଇବା ଆଶଙ୍କାରେ ବଢିବାରେ ଲାଗିଲାଣି। ପାଣିପାଗ ବିଜ୍ଞାନୀମାନେ ଏମିତି ଢଙ୍ଗରେ ଏବେ ହିସାବ ଆରମ୍ଭ କଲେଣି। କିଛି ମଡେଲ୍ ସୂଚାଉଛି ଯେ ସୀମାରେ ଘଷି ହୋଇ ଗଲାବେଳେ ଗଞ୍ଜାମ ଠାରୁ ବାଲେଶ୍ବର ଯାଏ ବର୍ଷା ଓ ପବନରେ କମ୍ପିପାରେ। ଅନ୍ୟଥା ଓଡ଼ିଶା ଉପକୂଳରେ ସ୍ଥଳ ଭାଗ ଛୁଇଁପାରେ। ୧୬ ତାରିଖ ସନ୍ଧ୍ୟାରେ ବାତ୍ୟା ରୂପ ନେବା ପରେ ଏ ସଂପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଂଚଳ ରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ବର୍ତମାନ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଂଚଳରେ ସ୍ପଷ୍ଟ ଚିହ୍ନଟ କ୍ଷେତ୍ର ରୂପ ନେଇଛି ଏହା ପ୍ରଥମେ ଅବପାତ ର ରୂପ ନେବ ଓ ପରବର୍ତୀ ସମୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ବେଳକୁ ସାମୁଦ୍ରିକ ଝଡ ର ରୂପ ନେବାର ସମ୍ଭାବନା ରହିଛି। ଏହି ସାମୁଦ୍ରିକ ଝଡ଼ ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଏବଂ ପରେ ଏହା ନିଜର ଦିଗ ପରିବର୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ଗତି କରିବ। ଏହାର ପ୍ରଭାବ ୧୯ ଓ ୨୦ ତାରିଖରେ ରହିବ ବୋଲି ହିସାବ କରାଯାଉଛି। ହେଲେ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏ ସଂପର୍କରେ ଏଯାଏ ସ୍ପଷ୍ଟ ଚିତ୍ର ଦେଇନାହିଁ।

Leave A Reply

Your email address will not be published.